ଗଡମଧୁପୁରୁ, ୨୮/୯(ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ) ୫୩ ନମ୍ବର ଜାତୀୟ ରାଜପଥ ଦିନକୁ ଦିନ ମରଣଯନ୍ତାରେ ପରିଣତ ହୋଇଛି । ପ୍ରତିଦିନ ଏହି ରାଜପଥ ଉପରେ ବହୁ ସଂଖ୍ୟାରେ ଭାରୀଯାନ କଳାପଥର ବୋଝେଇ ଚିପ୍ସ, ବୋଲଡର ଗାଡି ଗୁଡିକର ବେପାରୁଆ ଚାଳାନା ଫଳରେ ଦୃର୍ଘଟଣାରେ ବହୁ ଧନ ଜୀବନ ହାନୀ ହେଉଛି । ଗତକାଲି ଏହି ରାସ୍ତାରେ ଜଣେ ଗରିବ ଲୋକଙ୍କର ଜୀବନ ଯାଉଥିବା ବେଳେ ରାସ୍ତା ରୋକ କରାଯାଇଥିଲା । ଫଳରେ ଆଜି ବଜାର କମିଟି, ବରଡା ଛକ ଆଂଚଳିକ ଯୁବକ ସଂଘ ସକାଳୁ ରାସ୍ତା ରୋକ କରି ପ୍ରଶାସନକୁ ରାସ୍ତା ମରାମତି କରିବା ଏବଂ ଦୃର୍ଘଟଣାର ସ୍ଥାୟୀ ପ୍ରତିକାର କରିବା ପାଇଁ ଦାବି କରିଛନ୍ତି । ଦୀର୍ଘ ଅଧଘଂଟା ଧରି ଜାତୀୟ ରାଜପଥ ଅବରୋଧ କରିବା ପରେ ଅବରୋଧ ହଠାଯାଇଥିଲା । ଶରତ ମଲିକଙ୍କ ନେତୃତ୍ୱରେ ରାସ୍ତାରୋକ କରାଯାଇଥିବା ବେଳେ ନୃସିଂହ ମଲିକ, ବଟକୃଷ୍ଣ ମଲିକ, ଦେବବତ୍ର ସାହୁ, ନୀଳ ସାହୁ, ନିର୍ମଳ ଜେନା, କାବୁ ଜେନାମଣୀ, ସ୍ୱାଧୀନ ବେହରା, ମାନସ ସାହୁ, ସଂଜୟ ସାହୁ, ଦିଜ ସାହୁ, ଗୁନି ବେହେରା, ସଶାକାନ୍ତ ବାରିକ, ଉତ୍ତମ ବେହେରା ପ୍ରମୁଖଙ୍କ ସହିତ ବହୁ ସାଧରଣ ଜନତା ଯୋଗଦେଇ ଏହାର ପ୍ରତିକାର ପାଇଁ ଦାବି କରିଛନ୍ତି ।
Related Posts
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨.୭୧ ଲକ୍ଷରୁ ଅଧିକ ମାମଲା ଚିହ୍ନଟ, ୧୫ ଲକ୍ଷ ଅତିକ୍ରମ କଲା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା
ଟିକଟକ ବିରୁଦ୍ଧରେ ହୋଇପାରେ କାର୍ଯାନୁଷ୍ଠାନ; ନଗ୍ନତାକୁ ଦେଉଛି ପ୍ରାତ୍ସାହନ
ସବଡେ଼ଗା ବ୍ଲକର ତଥା ସବଡେ଼ଗା ପଞ୍ଚାୟତର ସମସ୍ତ କର୍ମଚାରୀଙ୍କୁ ଆଜି କରୋନା ଟୀକା ପ୍ରଦାନ



