ହୋଲି ଖେଳ ବେଳେ ଗୋଷ୍ଠି ସଂଘର୍ଷ, ୫ଜଣ କୋର୍ଟ ଚାଲାଣ

Spread the love

ଯାଜପୁର,୨୩/୩ (ସନ୍ଧାନ ନିୟୁଜ)  ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ଫାଣ୍ଡି ଅନ୍ତର୍ଗତ ଦେଓଦା ପଂଚାୟତ ମାଝି ପାଟଣା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ହୋଲି ଖେଳବେଳେ ଗୋଷ୍ଠି ସଂଘର୍ଷ ଉପୁଯିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଅନୁସୂଚିତ ଜାତିର ଦୁଇ ଗୋଷ୍ଠି ମାଡପିଟ୍ ହୋଇଛି । ଗଣ୍ଡଗୋଳରେ ୩ରୁ ଉର୍ଦ୍ଧ ବ୍ୟକ୍ତି ଆହତ ହୋଇଛନ୍ତି । ଏ ନେଇ ଧର୍ମଶାଳା ଥାନରେ ଦୁଇଟି ପୃଥକଜ ପୃଥକ ମାମଲା ହୋଇଛି । ପୋଲିସ ଗୋଟିଏ ଗୋଷ୍ଠିରୁ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ପ୍ରତିପକ୍ଷର ଅଭିଯୁକ୍ତମାନେ ଫେରାର ଥିବାରୁ ପୋଲିସ କାହାରିକୁ ଗିରଫ କରିପାରି ନାହିଁ ।
ଘଟଣାରୁ ପ୍ରକାଶ କାଜିବାଗ ଗ୍ରାମର ଦଳିତ ସାହିରେ ହୋଲି ଖେଳ ବେଳେ ଦୁଇ ଗୋଷ୍ଠି ମୁହାଁମୁହିଁ ହୋଇଛନ୍ତି । ଉକ୍ତ ଗଣ୍ଡଗୋଳ ଆଧାରରେ ଅକୁର ମଳିକ ଥାନାରେ ଅଭିଯୋଗ କରିଥିଲେ । ସେହି ଗାଁର ରତ୍ନାକର ମଳିକ, ଅକ୍ଷୟ ମଳିକ, ରଂଜିତ ମଳିକ, ଜାଡୁଆ ମଳିକ, ଗୋବିନ୍ଦ ମଳିକଙ୍କ ସମେତ ଏହାଧିକ ବ୍ୟକ୍ତି ତାଙ୍କ ଲୋକଙ୍କ ଉପରକୁ ଆକ୍ରମଣ କରିଥିଲେ । ଏଥିରେ ନିର୍ମଳ ମଳିକ ଗୁରୁତର ଆହତ ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସତ ହେଉଛି । ଏ ସଂପର୍କରେ ଅଭିଯୋଗକୁ ଭିତ୍ତିକରି ବ୍ରହ୍ମବରଦା ଫାଣ୍ଡି ପୋଲିସ ଅଧିକାରୀ ସୁରେନ୍ଦ୍ର ରଥ କେସ୍ ନଂ-୧୨୮/୧୯ରେ ଏକ ମାମଲା ରୁଜୁ କରିଛି । ରତ୍ନାକର, ଅକ୍ଷୟ, ରଂଜିତ, ଜାଡୁଆ, ଗୋବିନ୍ଦକୁ ଗିରଫ କରି କୋର୍ଟ ଚାଲଣ କରିଛି । ବିରୋଧରେ ଭାରତୀ ମଳିକ ପକ୍ଷରୁ ଥାନାରେ ଅନ୍ୟ ଏକ ଅଭିଯୋଗ ହୋଇଛି । ସେ ବିପକ୍ଷ ଗୋଷ୍ଠିର ରାଜୁ ମଳିକ, ବିଜୁ ମଳିକ, ଯଦୁ ମଳିକ, ନରେନ୍ଦ୍ର ମଳିକ, ରତ୍ନାକର ମଳିକଙ୍କ ସମେତ ବହୁ ବ୍ୟକ୍ତ ସଂଘବଦ୍ଧ ଭାବରେ ଆକ୍ରମଣ କରିଥିଲେ । ଫଳରେ ତା ସାହିର ୩ରୁ ଉର୍ଦ୍ଧ ବ୍ୟକ୍ତି ଆହତ ହୋଇଛନ୍ତି । ପୋଲିସ ଉକ୍ତ ଅଭିଯୋଗକୁ ଭିତ୍ତିକରି କେସ ନଂ-୧୨୯/୧୯ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Related Posts

About The Author

Add Comment