ବଢୁଛି ହାତୀଦାନ୍ତ ଚୋରା ଚାଲାଣ

Spread the love

ବଡଚଣା,୧୧/୩ (ସନ୍ଧାନ ନିୟୁଜ) -ବଡଚଣାର ବିଭିନ୍ନ ଜଙ୍ଗଲରୁ ଶିକାରୀ ମାନେ ଅବାଧରେ ବନ୍ୟଜନ୍ତୁଙ୍କୁ ଶିକାର କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ବୈରୀ-ଡାଳିଯୋଡା ରେଞ୍ଜର ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲେ ମଧ୍ୟ ଶିକାରୀଙ୍କ କୌଣସି ପତ୍ତା ମିଳିନଥିଲା । ୫ଜଣ ଶିକାରୀ ହାତୀଦାନ୍ତ,ବଜ୍ରକାପ୍ତା କାତି ଓ ହରିଣ ଚମଡା ନେଇ ଟ୍ରେନ ଯୋଗେ ଓଡିଶାରୁ କଲିକତା ଚାଲାଣ ପାଇ ଯାଉଥିବା ବେଳେ ହାୱଡା ଷ୍ଟେସନରେ ଜିଆରପି ପୁଲିସ ଦ୍ୱାରା ଯାଞ୍ଚ ବେଳେ ଧରାପଡିଥିଲେ । ଶିକାରୀ ମାନେ ଘଟଣାସ୍ଥଳରୁ ଖସି ଆସିବାରେ ସକ୍ଷମ ହୋଇଥିଲେ । ଜିଆରପି ପକ୍ଷରୁ ବନବିଭାଗକୁ ଖବର ଦେବାପରେ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା । ଏହି ଶିକାରୀ ମାନେ ଯାଜପୁର ଓ ଢେଙ୍କାନାଳ ଜିଲାର ବୋଲି ତଦନ୍ତରୁ ଜଣାପଡିବା ପରେ ରେଞ୍ଜର ମନୋରଂଜନ ସ୍ୱାଇଁ,ବୈରୀ ଫରେଷ୍ଟର ପିତବାସ ମହାପାତ୍ର,ଚୌଦ୍ୱାର ଫରେଷ୍ଟର ରବି ମହାନ୍ତି,ଚଣ୍ଡିଖୋଲ ଫରେଷ୍ଟର ଶଶୀକାନ୍ତ ବେହେରାଙ୍କ ସମେତ ସ୍ପେଶାଲ ସ୍ୱାର୍ଡର କର୍ମ·ରୀ ସାମିଲ ହୋଇ ପଶ୍ଚିମ ବଡଚଣାର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ଏହି ଚଢାଉରେ ବୈରୀ ଥାନା ଅଧିନସ୍ଥ ଶାଳପଡା ଗ୍ରାମର ଧରଣୀଧର ପୃଷ୍ଟି ଓ ତିଳପଦା ଗ୍ରାମର ଅର୍ଜୁନ ମହାରଣାକୁ ସଂପୃକ୍ତିଥିବା ନେଇ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଅନ୍ୟ ଅଭିଯୁକ୍ତ ମାନେ ଫେରାର ହୋଇଯାଇଛନ୍ତି,ସେମାନଙ୍କୁ ଖୁବ ଶିଘ୍ର ଗିରଫ କରାଯିବ ବୋଲି ଫରେଷ୍ଟର ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

Related Posts

About The Author

Add Comment