କେନ୍ଦ୍ରାପଡ଼ା ୨୨/୧ (ସନ୍ଧାନ ନିୟୁଜ) ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ କୁରୁଣ୍ଡି ନିକଟରେ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସଂଜୟ (ବାବୁ) ବିଶ୍ୱାଳ ଆହତ ହୋଇଛି। ସଞ୍ଜୟର ଗୋଡ଼ରେ ଦୁଇଟି ଗୁଳି ବାଜିଥିବା ସୂଚନା ମିଳିଛି। ପେଣ୍ଠରୁ ସଂଜୟର ପିଛାକରି ଆସୁଥିଲା ପୋଲିସ। ତାକୁ ରାଜନଗରରୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆଯାଇଛି। ସଞ୍ଜୟ ନାମରେ ୧୦ରୁ ଅଧିକ ଅପରାଧିକ ମାମଲା ବିଭିନ୍ନ ଥାନାରେ ରହିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟଯେ, ଗତକାଲି ମାଛମରା ଟେଣ୍ଡରକୁ ନେଇ ଜରିମୁଳର ପବିତ୍ର ସ୍ବାଇଁ କଣ୍ଡିରା ଗ୍ରାମକୁ ଯାଇ ଆତଙ୍କ ଖେଳାଇଥିଲା। ଗାଁ ଲୋକଙ୍କ ଠାରୁ ପ୍ରକାଶ ଯେ କଣ୍ଡିରା ଗାଁରେ ବନ୍ଧୁକ ଧରି କିଛି ଦିନ ହେଲା ୩ଜଣ ଯୁବକ ବୁଲାବୁଲି କରୁଥିଲେ। ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ। ୩ଜଣଙ୍କ ମଧ୍ୟରୁ ଗାଁ ଲୋକେ ଜଣକୁ ବାନ୍ଧି ରଖିଥିଲେ। ଗ୍ରାମବାସୀ ପବିତ୍ରକୁ ବାନ୍ଧି ଦେବା ଫଳରେ ପବିତ୍ରର ୪ ସହଯୋଗୀ କଣ୍ଡିରା ଗ୍ରାମରେ ପହଞ୍ଚି ୮ ରାଉଣ୍ଡ ଗୁଳିଚାଳନା ଗୁଳି କରିଥିଲେ। ତେବେ ଘଟଣା ସ୍ଥଳରେ ସେହି ଗ୍ରାମର କିଶୋର ସେଠିଙ୍କ ଛାତିରେ ଗୁଳି ବାଜିବାରୁ ସେ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ। ତେବେ ସେହି ଘଟଣାକୁ ପୋଲିସ ଗୁରୁତ୍ତ୍ୱ ଦେବା ସହିତ ଗତ କାଲିଠାରୁ ଏସ ପିଙ୍କ ତତ୍ବାବଧାନରେ ୪ ଟି ଟିମ୍ ଗଠିତ ହୋଇଥିଲା। ତେବେ ଆଜି ଭୋର ପ୍ରାୟ ୪ଟା ସମୟରେ ପତ୍ରପୁର ଗାଁର ସଂଜୟ ବିଶ୍ବାଳ (ବାବୁ) କୁ କୁରୁଟିଂ ଠାରେ ପୋଲିସ ପିଛା କରିଥିଲା। ବାବୁ ପୋଲିସ ଉପରକୁ ପ୍ରଥମେ ଗୁଳିକରିଥିବା ପରେ ପୋଲିସ ବାବୁକୁ ଏନକାଉଣ୍ଟର କରିଥିଲା। ତେବେ ସକାଳୁ ବାବୁକୁ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଅନୁଯାୟୀ ବାବୁ ନାଁରେ ୧୦ରୁ ଅଧିକ ମାମଲା ଅଛି।
ODIAPUA