ଜଳ ମଧ୍ୟରୁ ବାହାରି ଦର୍ଶନ ଦେଲେ ନାରାୟଣ ଗୋସାଇଁ

Spread the love

ଯାଜପୁର ସଦର, : ୧୫/୪/୨୬ (ସନ୍ଧାନ ନ୍ୟୁଜ )  ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ସିଙ୍ଗାପୁର ପାଂୟତର ବହୁ ପୁରାତନ ସିଙ୍ଗାପୁର ଯାତ୍ରା ଅବସରରେ ପବିତ୍ର ପଣା ସଂକ୍ରାନ୍ତିରେ ଜଳ ମଧ୍ୟରୁ ବାହାରି ଭକ୍ତମାନ୮୍‌କ ଦର୍ଶନ ଦେବା ସହିତ ଆଜି ସକାଳୁ ମଧୁତ୍ରିଥ ପୁଷ୍କରଣୀରୁ ବାହାରି ପରମ୍ପରା ଅନୁଯାୟୀ ପଣ୍ଡତି ମାନଙ୍କ ତତ୍ୱାବଧାନରେ ବେଦ ଉଚାରଣ କରାଯିବା ସହିତ ରାଜମାତା ଅପର୍ଣ୍ଣାଦେବୀଙ୍କ ତତ୍ୱାବଧାନରେ ମହାପ୍ରଭୂ ନାରାୟଣ ଗୋସାଇଁ ଷୋଡ଼ଶ ପଞ୍ଚ ଉପଚାରରେ ମହାପ୍ରଭୂଙ୍କୁ ପୂଜା କରାଯାଇ ବୈଦିକ ମତେ ମହାପ୍ରଭୂଙ୍କୁ ମନ୍ଦିରକୁ ବିଜେ କରିଥିଲେ । ମହାପ୍ରଭୂ ନାରାୟଣ ଗୋସେଇଁ ମନ୍ଦିର ମଧ୍ୟରେ ପୂଜା ପାଇବା ସହିତ ଭକ୍ତମାନଙ୍କୁ ଦର୍ଶନ ଦେଇ ମନ୍ଦିରକୁ ବିଜେ କରିଥିଲେ । ଶଙ୍ଖ ହୁଳହୁଳୀ ଘଣ୍ଟା ନାଦରେ ମଧୁତ୍ରିଥ ପୁଷ୍କରଣୀ ପ୍ରକମ୍ପିତ ହୋଇ ଉଠିଥିଲା । ଯାହାକି ଯାଜପୁର ଜିଲ୍ଲାର ବହୁ ପ୍ରସିଦ୍ଧ ସିଙ୍ଗାପୁର ଯାତ୍ରା ୫ ଦିନ ଧରି ହେଉଥିବା ବେଳେ, ଏହି ଯାତ୍ରା ଦେଖିବାପାଇଁ ହଜାର ହଜାର ଦର୍ଶକ ମାନଙ୍କ ସମାଗମକୁ ଆଖିଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଇନି ଶୃଙ୍ଖଳା ବ୍ୟବସ୍ଥା କରାଯିବା ସହିତ ଯାତ୍ରା କମିଟିର ଆୟୋଜକ ମାନଙ୍କ ତତ୍ୱାବଧାରେ ଯାତ୍ରା କରାଯାଉଚି । କମିଟି ପକ୍ଷରୁ ପାନୀୟ ଜଳ ଆଲୋକ ପରିମଳ ସ୍ୱାସ୍ଥ୍ୟ ସେବା ଉପରେ ନଜର ରଖାଯାଇଥିବା ବେଳେ, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଷ୍ଟଲମାନ ଖୋଲାଯାଇଚି । ବିଶେଷ କରି ଗ୍ରୀଷ୍ମ ପ୍ରଭାବକୁ ଆଖିଆଗରେ ରଖି ତାପମାତ୍ରା ବଡ଼ୁଥିବାରୁ ଯାତ୍ରୀ ମାନଙ୍କ ପାଇଁ ଦହି ସର୍ବତ ଥଣ୍ଡା ପାନୀୟ ଜଳର ସେଚ୍ଛାସେବୀ ପକ୍ଷରୁ ବ୍ୟବସ୍ଥା କରାଯାଇଚି । ଜିଲ୍ଲାପ୍ରଶାସନ ପକ୍ଷରୁ କୁଆଖିଆ ଥାନା ଆଇାଆଇସି ସୁଶାନ୍ତ ସେଠୀ କୁଆଖିଆ ପୋଲିସ ସହିତ ପରଇନ୍ତାରା ମାରୁଥରବା ବେଳେ, ସେହିପରି ଧର୍ମଶାଳା ଥାନା ଆଇଆଇସି ଆଇନି ଶୃଙ୍ଖଳା ଉପରେ ତିକ୍ଷ୍ଣନଜର ରଖିଛନ୍ତି । ସେହିପରି ରସୁଲପୁର ଦମକଳ ବାହିଣୀ ସଜଗା ରହିଥିବା ବେଳେ, ଯାଜପୁର ଜିଲ୍ଲାର ବହୁ ପ୍ରସିଦ୍ଧ ନାରାୟଣ ଗୋସେଇଁଙ୍କ ଯାତ୍ରା ଏହି ଯାତ୍ରା ଅନୁଷ୍ଟିତ ହେଉଚି ।

Related Posts

About The Author

Add Comment