ଜମନକିରା ରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର, ୫୦ ଟି ଅଭିଯୋଗ ପଞ୍ଜୀକୃତ

Spread the love

ଜମନକିରା/ସନ୍ଧାନ ନ୍ୟୁଜ : ଜମନକିରା ବ୍ଲକ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପାଳ ସିଦ୍ଧେଶ୍ୱର ବଲିରାମ ବୋନ୍ଦରଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୋଷ୍ଠିଗତ ଭାବେ ୨୭ ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ବ୍ୟକ୍ତିଗତ ଭାବେ ୩୩ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ପଞ୍ଜିକୃତ ହୋଇଥିବା ଅଭିଯୋଗ ଗୁଡ଼ିକ ମଧ୍ୟରୁ ଅନେକ ଅଭିଯୋଗ ଆଜି ଜିଲ୍ଲାପାଳ ବିଭିନ୍ନ ବିଭାଗ କୁ ସମାଧାନ ପାଇଁ ନିର୍ଦ୍ଦେଶ କରିଥିଲେ। ଏହି ଶିବିରକୁ ଭୋଜପୁର ରେଙ୍ଗଲବେଡ଼ା ର ଶକ୍ତି (କ )ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ପିଠା, ପାମ୍ପଡ଼, ଲଡୁ ଇତ୍ୟାଦି ପ୍ରଦର୍ଶନ କରିଥିବା ବେଳେ କୁଲୁଣ୍ଡି ଉତ୍କଳିକା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଫିନାଇଲ, ନୀଳ ପ୍ରଭୁତି ପ୍ରଦର୍ଶନ କରିଥିଲେ। ସେହିପରି ବଡମାଳ ର ମା” ସାରଳା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ପକ୍ଷରୁ ବଡି, ପାମ୍ପଡ ଓ କଟଙ୍ଗପାଣି ର ମା” ପାର୍ବତୀ ଗ୍ରୁପ ପକ୍ଷରୁ ଦେଶି ଝାଡୁ ବିକ୍ରି ପାଇଁ ପ୍ରଦର୍ଶିତ କରି ଅଧିକାରୀ ମାନଙ୍କୁ ଦେଖେଇବା ସହ ସାମଗ୍ରୀ ର ବିଭିନ୍ନ ଉପାଦେୟତା ଉପରେ ବୁଝାଇଥିଲେ। ଆଜିର ଶୁଣାଣିରେ ମୁଖ୍ୟତଃ ଡାକ୍ତରଖାନା ସମସ୍ୟା, ଉନ୍ନତିକରଣ, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କୁ ସିଏଚସି (୨) କୁ ଉନ୍ନୀତ କାରଣ, ବିଦ୍ୟୁତ୍ ସମସ୍ୟା ଦୂରୀକରଣ ବିକଳ୍ପ ଭାବେ ଲଇଡା ରୁ ଫାଶିମାଲ କୁ ଆସିଥିବା ବିଦ୍ୟୁତ ଲାଇନ କୁ ଜମନକିରା କୁ ପରିବର୍ଦ୍ଧିତ, ଜାତୀୟ ରାଜପଥ ବାଇପାସ୍ ଉଭୟ ସଂଯୋଗ ସ୍ଥାନ ଗୋଲେଇ ଛକ ସହ ହାଇମାକ୍ସ ଲାଇଟ ଏବଂ ଗ୍ଲୋ ବୋର୍ଡ ଲଗେଇବା ପାଇଁ ଲୋକେ ଦାବି କରିଥିଲେ। ଏଥିସହ ଧାନ ମଣ୍ଡିରେ ସୁବ୍ୟବସ୍ଥା, ଭତ୍ତା, ସ୍ୱାସ୍ଥ୍ୟ, କ୍ଷୁଦ୍ର ଜଳ ସେଚନ, ଭାଗବତ ଟୁଙ୍ଗି, ସୁଭଦ୍ରା ଯୋଜନା ରେ ସାମିଲ କରିବା, ହାତୀ ଫସଲ ନଷ୍ଟ, ମୋ ବସ, ନୂତନ ଗ୍ରାମ ପଞ୍ଚାୟତ, ରାସ୍ତା, ଶିକ୍ଷା, ବିଦ୍ୟୁତ ବିଲ ସମସ୍ୟା, ମେଗା ଲିଫ୍ଟ ପଏଣ୍ଟ, ଜମନକିରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଧିକ ଡାକ୍ତର ନିଯୁକ୍ତି ନେଇ ଆଜି ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ଆସିଥିଲା। ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ସମାଧାନ ଦିଗରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ କରିଛନ୍ତି। ଆଜି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରସନ୍ନ ପାତ୍ର, ଆଈଏଏସ ଉପଜିଲ୍ଲାପାଳ ସରଭନାନ ସି, ସିଡିଏମଓ ପ୍ରଦୀପ ହୋତା, ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ, ତହସିଲଦାର ପ୍ରଭିଣା ବିଲୁଙ୍ଗ, ଏଡ଼ିପିଓ ପ୍ରଦୀପ କୁମାର ଦାଶ, ଆଇଆଇସି ପଦ୍ମାଳୟା ସାହୁଙ୍କ ସମେତ ବିଭିନ୍ନ ଲାଇନ୍ ବିଭାଗର ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Related Posts

About The Author

Add Comment