ଆରମ୍ଭ ହେଲା ରାସ୍ତା ମରାମତି କାର୍ଯ୍ୟ

Spread the love
  •  
  •  
  •  
  •  
  •  

କପ୍ତିପଦା, ୦୮.୦୨.୨୦୨୧(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା):- କପ୍ତିପଦା ଠାରୁ କାଳଡାମକୁ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତାଟି ନିର୍ମାଣ ପରେ ତାର ହାଲ୍ ଦିନକୁ ଦିନ ବେହାଲ ହୋଇଯାଉଥିଲା । ଯାହାଫଳରେ କିବିଭାଗ ପକ୍ଷରୁ ମରାମତି -ମଧ୍ୟ କରାଯାଇଥିଲା । ତେବେ ମରାମତି ପରେ ମଧ୍ୟ ରାସ୍ତାଟିର ଅବସ୍ଥା ସୁଧୁରିବାର ନାଁ ଧରୁନଥିଲା । ଯାହାଫଳରେକି ଏହି ରାସ୍ତାଦେଇ ଯାତ୍ରୀବାହୀ ବସ୍ ଏବଂ ଶତାଧୁକ ଦୁଇଚକିଆ ଚାରି ଚକିଆଯାନ  ଚଳାଚଳରେ ବାଧା ସୃଷ୍ଟି ହେଉଥିଲା । ଏପରିକି ଏହି ରାସ୍ତାଦେଇ ବିଶ୍ୱ ପ୍ରସିଦ୍ଧ ପୌରାଣିକ କ୍ଷେତ୍ର ଶମୀବୃକ୍ଷ ପୀଠ, କାଳତ୍ୟାମ ଓ ମାଛକାନ୍ଦଣା ଜଳପ୍ରପାତ ଭଳି ପର୍ଯ୍ୟଟନ ସ୍ଥଳୀକୁ ପର୍ଯ୍ୟଟିକମାନେ ଯାଆସ‌କରିଥାଆନ୍ତି । ତେବେ ଦୁଃଖ ଓ ପରିତାପର ବିଷୟ ଗ୍ରାମ୍ୟ ଉନ୍ନୟନ ବିଭାଗର ଏହି ରାସ୍ତାରେ ପଥର ବୋଝେଇ ଡର ଓ ଦଶଚକିଆ, ବାରି ଚକିଆ ଟ୍ରକ ପରି ଭାରୀଯାନ ଚଳାଚଳ କରିବା ହେତୁ ରାସ୍ତାଟି ଖୁବଶୀଘ୍ର ନଷ୍ଟ ହୋଇ ଆସୁଛି । ଯାହାଫଳରେକି ବାରମ୍ବାର ମରାମତି ସଭ୍ ମଧ୍ୟ ଭାରୀଯାନ  ଚଳାଚଳ ଯୋଗୁଁ ମରାମର୍ଡର କୌଣସି ସୁଫଳ ମିଳି ପାରିନଥିଲା । ରାସ୍ତାଟିର ଏପରି ଅବସ୍ଥାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଖବର ପ୍ରକାଶ ପରେ ବି ଭାଗ ପକ୍ଷରୁ ରାସ୍ତାଟିର ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯାଇଛି । ଯାହାଫଳରେ କି ଲୋକମାନଙ୍କର ଗମନାଗମନର ଯେଉଁ ଅସୁବିଧା ଥିଲା ତାହା ଦୂର ହୋଇପାରିବ ବୋଲି କୁହାଯାଉଛି ।

Related Posts

About The Author

Add Comment