ରେଳ ବଜେଟ୍ ଯାଜପୁରବାସୀଙ୍କ ପାଇଁ ସଂପୂର୍ଣ୍ଣ ନୈରାଶଜନକ ସଂଗ୍ରାମ ପରିଷଦର ସାମ୍ବାଦିକ ସମ୍ମିଳନୀ

Spread the love
ଯାଜପୁର:୦୨ା୦୨ (ସନ୍ଧାନ ନ୍ୟୁଜ): ଯାଜପୁର ରୋଡ଼-ଧାମରା ରେଳପଥ ପାଇଁ କେନ୍ଦ୍ର ବଜେଟରେ ଅନୁଦାନ ମଞ୍ଜୁର ନ କରିବା ଯାଜପୁର-ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଅଧିବାସୀମାନଙ୍କ ମାନରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ନେଇ ପରିଷଦର ଆବାହକ ସନ୍ତୋଷ ନନ୍ଦଙ୍କ ଆହ୍ୱାନକ୍ରମରେ ଏକ ସାମ୍ବାଦିକ ସମ୍ମିଳନୀ ଯାଜପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଗ୍ରାମ ପରିଷଦର ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ଯୋଗଦେଇ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ଆମେ ଦିଲ୍ଲିରେ ଭେଟିବା ସମୟରେ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇନଥିବାର ଯାଜପୁର ରୋଡ଼-ଧାମରା ରେଳପଥ ନିର୍ମାଣ ସଂଗ୍ରାମ ପରିଷଦ ତରଫରୁ ଏହାର ଦୃଢ଼ ପ୍ରତିବାଦ ଓ ନିନ୍ଦାବାଦ କରାଯାଇଛି । ସଂଗ୍ରାମ ପରିଷଦର ସଂଯୋଜକ ପଦ୍ମାକର ଗୁରୁ, ସଂସଦ ଅଧିବେଶନ ସରିବା ପୂର୍ବରୁ ଏହି ଯାଜପୁର ରୋଡ଼-ଧାମରା ରେଳପଥ ନିର୍ମାଣ ପ୍ରୋଜେକ୍ଟ ପାଇଁ ଅର୍ଥ ମଞ୍ଜୁର ନକଲେ ୩ଟି ଯାକ ଜିଲ୍ଲାରେ ଆନ୍ଦୋଳନ ତିବ୍ରତର କରାଯିବ । ଚଳିତ ପେବୃୟାରୀ ୪ତାରିଖ ରବିବାର ପରିଷଦ ପକ୍ଷରୁ ଭଦ୍ରକ ଜିଲ୍ଲାର ଆରଡ଼ି ଠାରେ ପୂର୍ବାହ୍ନ ୧୧ ଘଟିକା ସମୟରେ ପ୍ରତିବାଦ ସଭା ଅନୁଷ୍ଠିତ ହେବ । ଚଳିତ ୧୨ ତାରିଖ ଯାଜପୁର ରୋଡ଼ ରେଳୱେ ଷ୍ଟେସନ ଠାରେ ନୂତନ ରେଳପଥ ନିର୍ମାଣ, ଯାଜପୁର ରୋଡ଼ ରେଳୱେ ଡିଭିଜନ, ଯାଜପୁର ରୋଡ଼ରେ ୨ୟ ଫ୍ଲାଏ ଓଭର ବ୍ରିଜ୍‌, ବୈତରଣୀ ରୋଡ଼ରେ ଫ୍ଲାଇ ଓଭର ବ୍ରିଜ୍‌, କୋରାଇରେ ସବୱେ ଓ ଦୁଲାଖା ପାଟଣା ଷ୍ଟେସନର ନିର୍ମାଣର ପ୍ରଭୃତି ନିର୍ମାଣ ନେଇ ଯାଜପୁର ରୋଡ଼ରେ ରେଳଷ୍ଟେସନ ଠାରେ ଧାରଣା ଓ ବିକ୍ଷୋଭ କରାଯିବା ସହିତ ସ୍ମାରକ ପତ୍ର ଦିଆଯିବ ସୂଚନା ଦେଇଥିଲେ ।ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଉପସ୍ଥାପିତ ବଜେଟ୍‌ରେ କିଛି ନୂତନତ୍ୱ ନାହିଁ । ଇନ୍‌କମ୍ ଟ୍ୟାକ୍ସ ସ୍ଲାବରେ ବୃଦ୍ଧି କରାଯାଇ ନାହିଁ । ୮୦ ଲକ୍ଷ ପ୍ରୋଭିଡ଼େଂଟ ଫଣ୍ଡ ଭୋଗି କର୍ମଚାରୀଙ୍କ ପେନସନ ଭୋଗୀ କର୍ମଚାରୀଙ୍କ ମାସିକ ପେନସନ ଏକ ହଜାରରୁ ୯ ହଜାର କରାଯିବା ଦାବି ଗ୍ରହଣା କରାଯାଇନାହିଁ । ସେହିଭଳି କେନ୍ଦ୍ର ଓ ରାଜ୍ୟ ସରକାର କର୍ମଚାରୀମାନଙ୍କ ପାଇଁ ପୁରୁଣା ପେନସନ ଲାଗୁ କରିବା ପାଇଁ କିଛି ବ୍ୟବସ୍ଥା ନାହିଁ । ଫିଜିକାଲ ଡେଫିସିଟି ବଢ଼ିଛି । ଆୟର ୨୦ ପ୍ରତିଶତ ଋଣ ପରିଷଦକୁ ଯାଉଛି । ଇନ୍‌ଫ୍ରାଷ୍ଟ୍ରକ୍‌ଚର ପାଇଁ ଆବଶ୍ୟକ ଅନୁଦାନରେ ଯଥେଷ୍ଟ ବୃଦ୍ଧି କରାଯାଇନାହିଁ । ନିର୍ବାଚନ ଆଗରୁ ଥିବାରୁ ନିର୍ବାଚନ ଇସ୍ତାହାର ପରି ସରକାର ଆସିଲେ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଓ ଘର ଯୋଗାଇ ଦେବା କଥା କୁହାଯାଇଛି । ଓଡ଼ିଶା, ରାଜସ୍ତାନ ଭଳି ରାଜ୍ୟରେ ସମସ୍ତ ପାଇଁ ସ୍ୱାସ୍ଥ୍ୟ ଚିକିତ୍ସା ବ୍ୟବସ୍ଥା ଥିବାବେଳେ ଅଙ୍ଗନୱାଡ଼ି ଓ ଆଶାକର୍ମୀଙ୍କୁ ଆଇସ୍‌ମାନ ଯୋଜନାରେ ବୀମା ଚିକିତ୍ସା ସୁବିଧା ଦେବା ରହିବାର କିଛି ଯଥାର୍ଥତା ନାହିଁ । ଓଡ଼ିଶାର ଉପକୁଳବାସୀଙ୍କ ସୁରକ୍ଷା ପାଇଁ ୪୮୦ କି.ମି. ଉଚ୍ଚ ବନ୍ଧ ରାସ୍ତା ନିର୍ମାଣ ଓ ଝାଉଁ ବଣ ସୃଷ୍ଟି କରିବା ବ୍ୟବସ୍ଥା କରିବା ପାଇଁ କୌଣସି ଅର୍ଥ ମଞ୍ଜୁର ହୋଇନାହିଁ । ତେଣୁ ବିଗତ ୧୦ ବର୍ଷ ଭିତରେ କେନ୍ଦ୍ର ସରକାରଙ୍କ ତରଫରୁ କୌଣସି ଆଖି ଦୂର୍ଷିଆ ଯୋଜନା ଓଡ଼ିଶା ପାଇଁ କାର୍ଯ୍ୟକାରୀ ହୋଇନାହିଁ । ତେଣୁ ଓଡ଼ିଶା ପାଇଁ କେନ୍ଦ୍ର ବଜେଟ୍ ସଂପୂର୍ଣ୍ଣ ନୈରାସଜନକ ବୋଲି ଶ୍ରୀ ଖୁଣ୍ଟିଆ ଗଣମାଧ୍ୟମ ନିକଟରେ ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପରିଷଦର ସଂଯୋଜ-ପଦ୍ମାକର ଗୁରୁ, ପରିଷଦର ସଦସ୍ୟ ମାନେ ଭାଷ୍କର ମହାନ୍ତି, ଦୁର୍ଯ୍ୟୋଧନ ବେହେରା, ଆଲୋକ ବେହେରା, ସାଗର ପରିଡ଼ା, ବିଭୂତି ମହାପାତ୍ର, ସନ୍ତୋଷ ବେହେରା, ଅକ୍ଷୟ ଶତପଥୀ, ଅନିଲ ମହାନ୍ତି ପ୍ରଭୃତି ସଦସ୍ୟମାନେ ଉପସ୍ଥିତ ଥିଲେ ।

Related Posts

About The Author

Add Comment