ପ୍ରଥଭ୍ରଷ୍ଟା ଯୁବ ସମାଜ ପାଇଁ ମୋ ତରଫରୁ ପଦୁଟିଏ

Spread the love
ଚାନ୍ଦବାଲି, ୨୬/୦୩/୨୦୨୨ (ସନ୍ଧାନ ନିଉଜ/ପ୍ରଶାନ୍ତ ବାରିକ୍) : କାନଡେରି ଟିକେ ଭଲଭାବରେ ଶୁଣିଲେ ଗୋଟିଏ କଥା ଆମ ସମସ୍ତଙ୍କର କାନରେ ବାଜେ ତାହା ହେଉଛି ଆଜିର ଯୁବ ସମାଜ ପଥଭ୍ରଷ୍ଟ ,ଉଦ୍ଭାନ୍ତ ପୁଣି ଅଶାନ୍ତ । ଅଫୁରନ୍ତ ଶକ୍ତିରେ ଉବୁଟୁବୁ ହେଉଥିବା ଯୁବଗୋଷ୍ଠୀ ଆଜି ବିଶୃଙ୍ଖଳ ,ବେପରୁଆ ଓ ଦାୟିତ୍ୱହୀନ । ବସ୍ତୁବାଦୀ ଚିନ୍ତାଧାରାରେ ଉନ୍ମାଦ ଅଧିକାଂଶ ଯୁବକ ଓ ଯୁବତୀ । ଘୋର ବିପର୍ଯୟ ସୃଷ୍ଟି ହୋଇଛି ସେମାନଙ୍କର ସକାରାତ୍ମକ ମାନସିକତାରେ । ନକରାତ୍ମକ ଚିନ୍ତାଧାରା ସେମାନଙ୍କୁ କାବୁକରିଛି ଆପାଦମସ୍ତକ । ସତେ ଯେମିତି ସେମାନଙ୍କ ନିକଟରୁ ମାନବିକତା ଦିନକୁ ଦିନ ଲୋପ ପାଇଯାଉଛି । ନୀତି ନୈତିକତା ଯେପରି ସେମାନଙ୍କ ପାଇଁ ଅପହଂଚ । ଯେଉଁମାନଙ୍କର ଶକ୍ତି ,ସାହାସ ,ଦାମ୍ଭିକତା ,କର୍ତ୍ତବ୍ୟପରାୟଣତା ତ୍ୟାଗ ପ୍ରଭୃତି ମହନୀୟ ଗୁଣାବଳୀକୁ ନେଇ ସମାଜ ଗର୍ବ କରେ,ଆଜି ଦିନରେ ସେହିମାନେ ହିଁ ଅଥର୍ବ ଓ ପଙ୍ଗୁରୂପେ ନିଜେ ନିଜକୁ ସମାଜ ଆଗରେ ଉପସ୍ଥାପିତ କରୁଛନ୍ତି । ଆଜିର ଯୁବ ଗୋଷ୍ଟି ନିଜର ଭବିଷ୍ୟତ କୁ ଅନ୍ଧକାର କୁ ଠେଲି ଦେଇ   ରାଜନୀତି ରେ ପ୍ରାଧାନ୍ୟ  ଦେବାରେ ଲାଗିଛି | କୌଣସି ପ୍ରକାର ର  ଅଙ୍କୁଶ ଲଗାଯାଇ ପାରୁନାହିଁ। ଆଜିର ଯୁବ ଗୋଷ୍ଟି କାଲିର ଭବିଷ୍ୟତ। କିନ୍ତୁ ବହୁତ୍ ଶିକ୍ଷିତ ଯୁବକ ମାନେ ନିଜର ଭବିଷ୍ୟତ , ନିଜର ପରିବାର କୁ ଦୃଷ୍ଟି ରେ ନ ରଖି କିଛି ଗାଁ ଗହଳିରେ ଥିବା ଛୋଟ ବଡ଼ କୁଜି ନେତାଙ୍କ ପଛ ରେ ବୁଲି ଓଳିଏ ଖାଇବା ଏବଂ ଟିକି ଏ ମଦ୍ୟ ପାନ ପାଇଁ ସମାଜ ଓ ନିଜ ପରିବାର ର ଦାୟିତ୍ଵ ତୁଲାଇବା ପରିବର୍ତ୍ତେ ନିଜର ଭବିଷ୍ୟତ କୁ ଅନ୍ଧକାର କୁ ଠେଲି ଦେଉଛନ୍ତି। ରାଜନୀତି ସହିତ ଯୁବ ଗୋଷ୍ଟି ମାନେ ରାଜନୀତି ସହ ସଂଶ୍ଳିଷ୍ଟ ରହିବା ନିତ୍ୟାନ୍ତ ଆବଶ୍ୟକ। ଏହାକୁ କେହି ଏଡାଇ ଦେଇ ପାରିବେନି କିନ୍ତୁ ନିଜ ର ବହୁ ମୂଲ୍ୟ ସମୟ କୁ ନିଜର ଭବିଷ୍ୟତ ପାଇଁ ନ ଲଗାଇ ନଷ୍ଟ କରିବାରେ ଲାଗିଛନ୍ତି। ଆଜିର ଶିକ୍ଷିତ ଯୁବ ଗୋଷ୍ଟି  ସମସ୍ତ ବୁଝିବାର ଶକ୍ତି ଥାଇ ମଧ୍ୟ ସାମାନ୍ୟ ରାଜନୀତି ପାଇଁ ସାଙ୍ଗ ସାଥୀ, ନିଜ ସମ୍ପର୍କୀୟ ଏବଂ ନିଜ ପରିବାର ର ସହ ସମ୍ପର୍କ କାଟିବାକୁ ପଛାଉ ନାହାନ୍ତି। ଆଜିର ରାଜନୀତି କୁ ଯଦି ଥରେ ଭଲ ଭାବେ ତନଖି ଦେଖାଯାଏ ଖାଲି ସ୍ବାର୍ଥ ଯୁଡୁ ବୁଡୁ ଭରା ସେବା ଦିଆ ଯାଉଛି କିନ୍ତୁ ଜଣେ ଅଶିକ୍ଷିତ ନିରୀହ ଚାଷୀ ଟିଏ ସିଏ ବା କଉଠୁ ବୁଝିବ କଉ ସ୍ବାର୍ଥ ରେ କେନ୍ଦ୍ର ଠାରୁ ଆରମ୍ଭ କରି ପୁଣି ୱାଡମେମ୍ବର୍ ପର୍ଯ୍ୟନ୍ତ ମାଗଣା ଦାନର କାରଣ। ଯେତିକି ଯୁବ ଗୋଷ୍ଟି ଆଜି ଖଣ୍ଡେ ଖଣ୍ଡେ ଏକ ଦଳୀୟ ପତାକା ଧରି ଜୟ ଜୟ ଗାନ କରୁଛନ୍ତି କାହିଁ ଗୋଟିଏ ନିରୀହ ଚାଷୀ, ଓଳିଏ ଖାଇ ଦି ଓଳି ଉପାସ ରହୁଥିବା  ଲୋକ ଟିଏ ପାଇଁ ଆଜି ଯାଏ କେହି ଆଗକୁ ବାହାରି ନାହାନ୍ତି। ନିଜ ଗାଁ ର ଉନ୍ନତି କଥା ଉଠିଲେ ସଙ୍ଗେ ସଙ୍ଗେ ଶିକ୍ଷିତ ଯୁବକ ମାନଙ୍କ ପାଟିରୁ ବାହାରି ଆସିଛି ଆମ ଗାଁ ରୁ ସେମାନେ କେତେ ଖଣ୍ଡ ଭୋଟ ସେମାନେ  ପାଇଛନ୍ତି ଯେ ଆମ ଗାଁ କୁ ଉନ୍ନତି କରିବ। କେତେ ବର୍ଷ ହେଲା ନିରୀହ ଚାଷୀ ଟି ଉପଯୁକ୍ତ ସମୟ ରେ ଚାଷ ଜମି ପାଇଁ ପାଣି ପାଇଁ ଡହଳ ବିକଳ ହେଉଛି କିନ୍ତୁ ଏହି ସମୟର ଆଜି ଯାଏ କୌଣସି ଯୁବକ କାହା ବିରୁଦ୍ଧ ରେ ସ୍ୱର ଉଠାଇ ନାହାଁନ୍ତି। ନିରୀହ ଗରିବ ଘର ର ଝିଅ ମାନେ ଆଜି ବି ସୁରକ୍ଷିତ ନୁହଁନ୍ତି । ଛୋଟ ପିଲା ଙ୍କ କଥା ନକହିବା ବହୁତ୍ ଭଲ। କାରଣ ନୟାଗଡ ଝିଅ ପରି ର ଓଦାହରଣ ଆମ ଆଖି ଆଗରେ ଜଳ ଜଳ ହୋଇ ଦିଶୁଛି | ଏହି ଆମ ରାଜ୍ୟ ଆଉ କେନ୍ଦ୍ର ସ୍ତରୀୟ ଉନ୍ନତି କରଣର ନମୁନା | କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାର ଙ୍କ ପର୍ଯ୍ୟନ୍ତ ଯୋଜନା ମାଳ ମାଳ କିନ୍ତୁ ଗରିବ ଏଠି ଯେଉଁ ଦୁର୍ବଳ କୁ ସେଇ ଦୁର୍ବଳ। ତଥାପି ଯୁବକ ସମାଜ ଏଠି ଚୁପ୍। ସର୍ବ ଶେଷରେ ଆମ ଶିକ୍ଷିତ ଯୁବକ ମାନେ ଗୋଟେ କଥା ଜାଣି ରଖିବା ଉଚିତ୍ ଆଗେ ନିଜ କୁ ସଜାଡ଼ିବା ସହ ନିଜ ପରିବାର କୁ ସଜାଡିବାକୁ ପଡ଼ିବ। ପରେ ନିଜର ଗାଁ ର ଉନ୍ନତି କରଣ କୁ ଦୃଷ୍ଟି ଦେବା ନିହାତି ଦରକାର | ଏପଟେ ନିଜ ପରିବାର ଏବଂ ଗାଁ  ଲୋକଙ୍କୁ ମଧ୍ୟ ରେ ତିକ୍ତତା ବୃଦ୍ଧି ପାଉଥିବା ବେଳେ ବାବୁ ଆମର ଦଳ ସଜାଡି ବାକୁ ସକାଳୁ ରାତ୍ରି ଯାଏ  ବାହାରି ପଡୁ ଛନ୍ତି। ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଲା ଯୁବ ଗୋଷ୍ଟି ଯେତେ ଶିକ୍ଷିତ ହେଉଛି ସେତେ ନିଜ ଜନ୍ମ ମାଟିକୁ ଭୁଲିବାକୁ ଆରମ୍ଭ କରୁଛି | ପ୍ରଥମ କାରଣ ଆର୍ଥିକ  ସମସ୍ୟା ହୋଇଥୁଇବା ବେଳେ ଅନ୍ୟଟି ପରିବାର ଏବଂ ଗାଁ ପ୍ରତି ମନରେ ତିକ୍ତତା ଆସିବା ଏହାର ପ୍ରମୁଖ କାରଣ କୁହାଯିବ |

Related Posts

About The Author

Add Comment