ସୁନ୍ଦରଗଡ, ୨୮/୮/୨୦୨୧- ( ସନ୍ଧାନ ନିଉଜ /ରୋଶନ ପଟେଲ )-ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ଖେରାଡେଗା ଗ୍ରାମରୁ ଜଣଙ୍କୁ ଚୋରି ଅଭିଯୋଗ ରେ ଭଷ୍ମI ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛିI ସୂଚନା ଅନୁସାରେ ନୀତିଶ ସିଂ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ତାଲା ଭାଙ୍ଗି ଅଜୟ ଖଡ଼ିଆ(୨୦) ନାମକ ଜଣେ ଯୁବକ ଗୋଟିଏ ଏଲଇଡି ଟିଭି ଚୋରି କରି ଥିବା ଅଭିଯୋଗ ହୋଇଛିI ନୀତିଶ ସିଂ ଥାନା ରେ ଏତଲା ଦେବା ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କ ଘରୁ ଏଲଇଡି ଟିଭି ଜବତ କରି ଅଭିଯୁକ୍ତ ଙ୍କୁ ଗିରଫ କରିଛି I
ଚୋରି ଅଭିଯୋଗ ରେ ଜଣେ ଗିରଫ
|
August 28, 2021 |


