ସୁନ୍ଦରଗଡ ତା:୨୭/୯/୨୦୨୬(ସନ୍ଧାନ ନ୍ୟୁଜ) ସାର୍ବଜନୀନ ଦୁର୍ଗାପୂଜା ଆସୁଥିବା ଅବସରରେ ସୁନ୍ଦରଗଡ ଜିଲ୍ଲା ଭାସ୍ମା ପୋଲିସ ଆକ୍ସନ ମୋଡରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ସାର୍ବଜନୀନ ଦୁର୍ଗାପୂଜା ଓ କାଲି ପୂଜା ଆସୁଥିବା ସମୟରେ ବେଆଇନ ବାଣ ମହଜୁଦ ଥିବା ନେଇ ସୂତ୍ରରୁ ଖବରପାଇ ଭାସ୍ମା ଥାନା ଅଧିକାରୀଙ୍କ ତତ୍ତ୍ୱାବଧାନରେ ଦର୍ଲିପାଳି ଅଞ୍ଚଳରେ ଆତର୍କିତ ଚଢାଉ କରାଯାଇଥିଲା । ଚଢାଉ ସମୟରେ ଜଣେ ବ୍ୟକ୍ତିଙ୍କ ଠାରୁ ଚାରି ହଜାର ଟଙ୍କାର ବେଆଇନ ବାଣ ଜବତ କରାଯାଇ ଜଣଙ୍କୁ ଅଟକ ରଖାଯାଇଛି । ଘଟଣା ଅନୁଯାୟୀ ଭାସ୍ମା ଥାନାରେ କେସ ନମ୍ବର ୩୭୩ ରେ ଧାରା ୨୮୮ ଇଏନଏଫ ୯୧ବି ଓଡ଼ିଶା ଫାୟାର ଓ ଲାଉଡ ସ୍ପିକର ଆକଟ ୧୯୫୮ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡିଛି ।
ସାର୍ବଜନୀନ ଦୁର୍ଗାପୂଜା ପୂର୍ବରୁ ଦର୍ଲିପାଲି ଚଢାଉରେ ବାଣ ସହ ଜଣେ ଅଟକ
|
September 27, 2026 |



