ବିଶୋଇ, ୨୬/୧୨/୨୦୨୦ (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା) : କରଞ୍ଜିଆ ଥାନା ଅଧୀନ ଦରୀ ପଞ୍ଚାୟତ ତିନିଟିଆ ଗାଁର ଜଣେ ୬ଷ୍ଠ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାରୁ ପ୍ରକାଶ ଯେ ତିନିଟିଆ ଗ୍ରାମର ଅନନ୍ତ ନାଏକଙ୍କ ପୁଅ ଭକୁ ନାଏକ (୨୧) କିଛିଦିନ ତଳେ ପଡୋଶୀଙ୍କ ଜଣେ ୧୧ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଘରେ କେହି ନଥିବାର ସୁଯୋଗ ନେଇ ବଳପୂର୍ବକ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା । ନାବାଳିକାଙ୍କ ଘର ଲୋକଙ୍କ ଲିଖତ ଅଭିଯୋଗ କ୍ରମେ କରଞ୍ଜିଆ ଥାନାରେ ଏକ ମାମଲା ରୁଜୁ ହୋଇ ଦୁଷ୍କର୍ମକାରୀ ଯୁବକକୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିଲା । ଫେରାର ଦୁଷ୍କର୍ମକାରୀ ଯୁବକ ଜଣକ ବିଶୋଇ ଥାନା ଅଧୀନ ମଣଦା ଫାଣ୍ଡିର ଅଶନା ଅଞ୍ଚଳରେ ରହୁଥିବା କରଞ୍ଜିଆ ପୋଲିସକୁ ସୂଚନା ମିଳିଥିବା ଜଣା ପଡିଥିଲା । ସେହି ଅନୁସାରେ ଉକ୍ତ ସୂଚନା ଅଧାରରେ ଅଭିଯୁକ୍ତକୁ ଠାବ କରି ଗିରଫ କରିବା ପାଇଁ କରଞ୍ଜିଆ ଏସଡ଼ିପିଓ ଯଶୀପୁର ଆଇଆଇସି ରଞ୍ଜନ କୁମାର ସେଠୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଇଆଇସି ଶ୍ରୀ ସେଠୀ ଆଜି ବଡି ଭୋରରେ ମଣଦା ଫାଣ୍ଡିରେ ପହଞ୍ଚି ଫାଣ୍ଡି ଅଧିକାରୀ ଉମେଶ ଚନ୍ଦ୍ର ନାୟକଙ୍କ ସହଯୋଗରେ ଅଶନା ଛକରେ ପହଞ୍ଚି ଏକ ମାଂସ ଦୋକାନ ସମ୍ମୁଖରେ ଛିଡା ହୋଇଥିବା ଅଭିଯୁକ୍ତ ଯୁବକକୁ କାବୁ କରି ନେଇ ଗିରଫ କରିଥିଲେ ନାବାଳିକା ବଳାତ୍କାରୀଙ୍କୁ କରଞ୍ଜିଆ ଥାନା ଅଣାଯିବା ପରେ ବ୍ୟାପକ ପରା ଦେଓ, ଉଚରା କରାଯାଇ କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନାରେ ତାର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବା ଜଣାପଡ଼ିଛି।