କେନ୍ଦୁଝର,୨୨/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): କେନ୍ଦୁଝର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥାସ୍ଵତନ୍ତ୍ର ଭିଜିଲାନ୍ସ ଜଜ୍ ସୋମବାର ଏକ ହତ୍ୟାକାଣ୍ଡର ରାୟ ଶୁଣାଣି କରିଛନ୍ତି । ଅଭିଯୁକ୍ତ ବୁଧୁରାମ ମୁଣ୍ଡା ଓ ସାଗର ମୁଣ୍ଡାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଅଭିଯୁକ୍ତ ଦ୍ବୟ ଅଧୂକ ୬ ମାସ ଜେଲ୍ଦଣ୍ଡଭୋଗିବେ ବୋଲି ରାୟରେ ପ୍ରକାଶ ପାଇଛି। ୨୦୧୮ ଅକ୍ଟୋବର ୨ ତାରିଖ ସନ୍ଧ୍ୟା ୬ଟା । ପୂର୍ବ ବିବାଦକୁ ନେଇ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ସୁନାପେଣ୍ଠ ନିକଟସ୍ଥ ତିଗିରିଆ ଗ୍ରାମର ରାମଚନ୍ଦ୍ର ପଲେଇ (୫୦)ଙ୍କୁ ଆକ୍ରମଣ ହୋଇଥିଲା । ନିକଟସ୍ଥ ନାଳରେ ମାଛ ଧରିବା ପାଇଁ ବୁଧୁରାମ(୩୦) ଓ ସାଗର(୨୨) ଜାଣ(ପଟା) ବସାଇଥିବା ବେଳେ ସେଠାରୁ ମାଛ ଚୋରି କରିନେଇଥିବା ଅଭିଯୋଗକୁ କେନ୍ଦ୍ର କରି ରାମଚନ୍ଦ୍ରଙ୍କୁ ସେମାନେ ନିସ୍ତୁକ ପିଟିଥିଲେ । ସେହି ସମୟରେ ରାସ୍ତାରେ ଜଣେ ଅଟୋଚାଳକୁ ଏହା ଦେଖିବା ପରେ ରାମଚନ୍ଦ୍ରଙ୍କ ବଡ଼ଭାଇ ବାମଦେବକୁ ଖବର ଦେଇଥିଲେ । ବାମଦେବ ଭାଇକୁ ରକ୍ଷା କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ବୁଧୁରାମ ଓ ସାଗର ଦୁହେଁ ମିଶି ରାମଚନ୍ଦ୍ରକୁ ତଳେ ପକାଇ ଦେଇ ମୁଣ୍ଡକୁ ପଥରରେ ଆକ୍ରମଣ କରୁଥିବା ଦେଖିବାକୁ ପାଇଥିଲେ । ବଡ଼ ଭାଇ ଆସୁ ଥି ବା ଦେଖ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାମଚନ୍ଦ୍ରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇହରିଚନ୍ଦନପୁର ଥାନାରେ ଦାମଦେବ ଅଭିଯୋଗକରିବା ପରେ ପୁଲିସ ଏକ ହତ୍ୟା ମାମଲା ତୃତ୍ତି କରିଥିଲା । ୧୦୦/୧୮ ଦଫା ୩୦୨ ଓ ୩୪ ଆଇପିସିର ମକଦ୍ଦମା କରି ଅଭିଯୁକ୍ତ ଦୁୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଏସିଆଲ ଚିତ୍ର ତାଆ ଉକ୍ତ ଘଟଣାର ତଦନ୍ତ ଦାୟିତ୍ବ ତୁଲାଇଥିଲେ । ୧୩ ଜଣ ସାକ୍ଷୀ ଅଦାଲତରେ ଉପସ୍ଥିତ ହୋଇ ଜବନ୍ଦୀ ଦେଇଥିଲେ । ସାକ୍ଷୀଙ୍କ ବୟାନ ଓ ତଦନ୍ତକାରୀ ଅଧିକାରୀଙ୍କ ବଳିଷ୍ଠ ପ୍ରମାଣପତ୍ରକୁ ଆଧାର କରି ଅଦାଲତ ଅଭିଯୁକ୍ତ ଦ୍ୱୟଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ସରକାରଙ୍କ ପକ୍ଷରୁ ଉକ୍ତ ମାମଲାକୁ ଏପିପି ତଥା ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ କୁମାର ପାତ୍ର ପରିଚାଳନା କରୁଥିଲେ
ମାଛ ଚୋରିକୁ ନେଇ ହତ୍ୟା ଘଟଣା
|
December 22, 2020 |