ବଡ଼ସାହି, ୦୬/୧୦/୨୦ (ସନ୍ଧାନ ନିଉଜ) : ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ହେବାକୁ ଥୁବା ଉନ୍ନୟନ ପ୍ରକଳ୍ପର କାର୍ଯ୍ୟଗୁଡ଼ିକ , ରାଜନୈତିକ ହସ୍ତକ୍ଷେପ ପାଇଁ ବିଳମ୍ବ ହେଉଥିବାରୁ ସୋମବାର ସ୍ଥାନୀୟ ବ୍ଲକୀ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତାଯପୁର ପଞ୍ଚାୟତର ହରିପୁର । ଗ୍ରାମର ଜନସାଧାରଣ ପ୍ରତିବାଦ କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୬- ୧୭ ମସିହାରୁ ୪୦ ଲକ୍ଷ ଟଙ୍କାର ଅନୁଦାନ ଏହି ଗ୍ରାମ ପାଇଁ ଦିଆଯାଇଛି । ଗ୍ରାମର ଅନୁସୂଚିତ ଜନଜାତି ଲୋକମାନେ ବସବାସ କରୁଥିବା ସ୍ଥାନରେ ଏହି ଅନୁଦାନ ରାଶି ଖର୍ଚ୍ଚ ହେବାର ନିୟମ ରହିଛି । ତେଣୁ ନିୟମ ଅନୁସାରେ ଗ୍ରାମରେ ଗ୍ରାମସଭା ଓ ପଲ୍ଲୀସଭା କରାଯାଇ ମୋଟ ୧୧ଟି ପ୍ରକଳ୍ପକୁ କାର୍ଯ୍ୟକାରୀ ପାଇଁ ଜିଲାପାଳଙ୍କ ନିକଟକୁ ପଠାଯିବା ପରେ ଏହା ଅନୁମୋଦନ ଲାଭ କରିଥିଲା । ପ୍ରଥମେଏହି ଅନୁଦାନ କାର୍ଯ୍ୟକାରୀ ହେବା ପାଇଁ ଜିଲା ଅଫିସସ୍ତରରେ ବହୁ ବାଧାବିଗ୍ଧ ଥିବାରୁ ତତ୍କାଳୀନ ସାଂସଦ ଇଂ ରବିନ୍ଦ୍ର କୁମାର ଜେନା, ତତ୍କାଳୀନ ବିଧାୟକ ଗୁଣେଶ୍ବର ପାତ୍ର ଟଙ୍କା ରିଲିଜ ହେବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ମାତ୍ର ଟଙ୍କା ରିଲିଜ ହେବା, ଅଟକଳ ପ୍ରସ୍ତୁତ ହୋଇ ଫାଇଲ ଖୋଲିବା ଆଦି ସମସ୍ତ କାମ ସରିଥିଲେ ହେଁ ବ୍ଲକ ପ୍ରଶାସନ ପକ୍ଷରୁ ଏହି କାମ ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ କୁଆଡ଼େ ଟାଳଟୁଳ ନୀତି ଗ୍ରହଣ କରାଯାଉଥିଲା । ଯାହା ଫଳରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ରାସ୍ତ କାଦୁଅ ପାଇଁ ଧାନଗଛ ମଧ୍ୟ ପୋତି ପ୍ରତିବାଦ କରିଥିଲେ । ତେବେ କିଛି ରାଜନୈତିକ ବ୍ୟକ୍ତି ମନ୍ଦ ଉଦ୍ଦେଶ୍ୟ ରଖ୍ କାମରେ ବାଧା ସୃଷ୍ଟି କରୁଥିବାରୁ ଲୋକଙ୍କ ମଧ୍ୟରେ କୁହୁଳୁଥିବା ଅସନ୍ତୋଷ ସୋମବାର ଆନ୍ଦୋଳନ ରୂପ ଧାରଣ କରିଥିଲା । ସରପଞ୍ଚ ସସ୍ମିତା ନାଏକ ଓ ସମିତିସଭ୍ୟ ପାର୍ଥସାରଥୀ ପଣ୍ଡାଙ୍କ ନେତୃତ୍ଵରେ ଉକ୍ତ ଗ୍ରାମର ଶତାଧୂକ ଲୋକ ବଡ଼ସାହି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ପ୍ରତିବାଦ ଓ କରିବା ସହିତ ଯଥାଶୀଘ୍ର ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଦାବି କରିଥିଲେ। ଖବରପାଇ ପୂର୍ବତନ ବିଧାୟକ ଶ୍ରୀ ପାତ୍ର | ଓ ଯୁବ ସଭାପତି ନିହାର ରଞ୍ଜନ ପ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ଶ୍ରୀ ପାତ୍ର ବିଡ଼ିଓ କରୁଣାକର ଧୂନ୍ଦାଙ୍କୁ ଫୋନରେ ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ କରିବା ସହିତ ସହକାରୀ ଯନ୍ତ୍ରୀ ବେଣୁଧର ଜେନାଙ୍କୁ ଡାକି ଯଥାଶୀଘ୍ର କାମ ଗୁଡିକୁ ତ୍ୱରାନ୍ବିତ କରିବା ପାଇଁ କହିଥିଲେ । ଉପସ୍ଥିତ ଗ୍ରାମବାସୀ ମଧ୍ୟ ପୂର୍ବତନ ବିଧାୟକ ଶ୍ରୀ ପାତ୍ରଙ୍କ ସହିତ ସ୍ଵର ମିଳାଇ କାର୍ଯ୍ୟ ଗୁଡିକର ଲେ-ଆଉଟ ଦେବା ପାଇଁ ଅଡି ବସିଥିଲେ। ଫଳରେ ପୂର୍ବତନ ବିଧାୟକ ଶ୍ରୀ ପାତ୍ର, ସହକାରୀ ଯନ୍ତ୍ରୀ ବେଣୁଧର ଜେନା, ବ୍ଳକ ଅଧକ୍ଷ୍ୟ ଲକ୍ଷ୍ମୀ ସିଂ, ଉପାଧକ୍ଷ୍ୟ ଅନ୍ତର୍ଯ୍ୟାମୀ ବେହେରା ଓ ଯନ୍ତ୍ରୀ ଡାକ୍ତର ସିଂ ପ୍ରମୁଖ ହରିପୁର ଗ୍ରାମକୁ ଯାଇ ଗ୍ରାମବାସୀ ଓ ୱାର୍ଡମେମ୍ବର ମାନଙ୍କ ଉପସ୍ଥିତିରେ କାର୍ଯ୍ୟ ଗୁଡ଼ିକାର ଲେ-ଆଉଟ ଦେଇଥିଲେ । ଏହାପରେ ପରିସ୍ଥିତି ସ୍ଵାଭାବିକ ହୋଇଥିଲା ।
ଆଦର୍ଶ ଗ୍ରାମ ଯୋଜନା ପ୍ରକଳ୍ପ କାର୍ଯ୍ୟବିଳମ୍ବକୁ ନେଇ ହରିପୁରବାସୀଙ୍କ ବ୍ଲକ କାର୍ଯ୍ୟାଳୟରେ ପ୍ରତିବାଦ
|
October 6, 2020 |