ସ୍ୱାସ୍ଥ୍ୟ ବିଭାଗର ବିନାନୁମତିରେ ଘୋଷଣା ହେବନି କଣ୍ଟେନମେଣ୍ଟ ଜୋନ୍‌

Spread the love
ଭୁବନେଶ୍ୱର,୧୫/୦୪ (ସନ୍ଧାନ ନିୟୁଜ): କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟରେ ଲକଡାଉନ୍ ଓ ସଟଡାଉନ୍ ଭଳି ପଦକ୍ଷେପ ନେଇଥିବା ରାଜ୍ୟ ସରକାର ଆଜି ‘କଣ୍ଟେନମେଣ୍ଟ ଜୋନ୍‌’ ଘୋଷଣା ପାଇଁ ବିଧିବଦ୍ଧ ଗାଇଡଲାଇନ୍ ଜାରି କରିଛନ୍ତି। ରାଜ୍ୟ ସରକାର ଏପ୍ରିଲ ୨ତାରିଖରେ ରାଜଧାନୀ ଭୁବନେଶ୍ୱରର ସୂର୍ଯ୍ୟନଗରକୁ ରାଜ୍ୟର ପ୍ରଥମ କରୋନା କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିବାପରେ ଇତିମଧ୍ୟରେ ୧୦ଟି ଜିଲ୍ଲାରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇସାରିଲାଣି। ତେବେ ଏଣିକି ସ୍ୱାସ୍ଥ୍ୟ ବିଭାଗର ବିନା ଅନୁମତିରେ କୌଣସି ଅଞ୍ଚଳକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ କିମ୍ବା ମହାନଗର ନିଗମ କମିଶନର କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିପାରିବେ ନାହିଁ ବୋଲି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳମାନେ ଆଉ ପୂର୍ବଭଳି ମନଇଚ୍ଛା କୌଣସି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିପାରିବେ ନାହିଁ ବୋଲି ସରକାର ସୂଚନା ଦେଇଛନ୍ତି।

Related Posts

About The Author

Add Comment