ଯାଜପୁର, : ୩/୮/୨୬ (ସନ୍ଧାନ ନ୍ୟୁଜ) ଯାଜପୁର ଜିଲ୍ଲାରେ ଲଘୁଚାପ ବର୍ଷା ସାଙ୍ଗକୁ ପ୍ରଳୟଙ୍କରୀ ବନ୍ୟା ସୃଷ୍ଟି ହେବାରୁ ଏହି ଏହି ଜିଲ୍ଲାରେ ୭ଟି ଘାଇ ବିଭିନ୍ନ ନଦୀ ମାନଙ୍କରେ ହୋଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ ଯାଜପୁର ଜିଲ୍ଲାରେ ବୈତରଣୀ କାଣୀ ନଦୀ,ଖରସ୍ରୋତା, ବ୍ରାହ୍ମଣୀରେ ବନ୍ୟା ମାଡି ଆସିବାରୁ ହଜାର ହଜାର ହେକ୍ଟର ଚାଷ ଜମି ନଷ୍ଟ ହେବ। ସହିତ ମହା ପ୍ରଳୟଙ୍କରୀ ବନ୍ୟାରେ ୭ଟି ଘାଇ ଦେଖିବାକୁ ମିଳିଥିଲା । ଏଠାରେ ସୂଚନା ଯୋଗ୍ୟ ଯେ ଜିଲ୍ଲା ପ୍ରସାସନ ପକ୍ଷରୁ ବନ୍ୟାର ମୁକାବିଲା କରିବା ପାଇଁ ଯାଜପୁର ଜିଲ୍ଲା ପାଳ ପ୍ରଶାସନ ଅଧିକାରୀ ଅମ୍ବର କୁମାର କର ଏବଂ ପ୍ରଶାସନ ଅଧିକାରୀ ମାନଙ୍କୁ ନେଇ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହିତ ବିଭିନ୍ନ ନଦୀରେ ଘାଇ ସୃଷ୍ଟି ହୋଇଥିବା ଶ୍ରୀ କର ଦେଖିବାକୁ ଯାଇଥିଲେ । ବନ୍ୟାର ସ୍ଥିତିକୁ ସମିକ୍ଷା କରିବା ଲାଗ ସ୍ୱତନ୍ତ୍ର କମିଶନର ପି ଅନ୍ଵଷା ରେଡି ଜିଲ୍ଲାପାଳଙ୍କ ସହିତ ବନ୍ୟାଞ୍ଚଳରେ ରହିଥିବା ଲୋକ ମାନଙ୍କ ନିକଟକୁ ଯାଇ କ୍ଷୟକ୍ଷତିର ଆକଳନର ଅନୁଧ୍ୟାନ କରିଥିଲେ । ଯାହାକି ହଜାର ହଜାର ହେକ୍ଟର ଚାଷ ଜମି କ୍ଷତି ହେବା ସହିତ କାଠ ଫସଲ କରିଥିବା ଗୁଡ଼ିକ ବନ୍ୟାରେ ନଷ୍ଟ ହୋଇଥିବା ଦେଖିବାକୁ ପାଇଥିଲେ ବିଶେଷ କରି କୋରେଇ, ବରୀ, ଦଶରଥପୁର, ରସୁଲପୁର,ଯାଜପୁର ବ୍ଲକ, ଧର୍ମଶାଳା, ବିଝାଂରପୁର,ବଡ଼ଚଣା,ସୁକିନ୍ଦା, ଯାଜପୁର ଜିଲ୍ଲା ର ୧୦ ଟି ବ୍ଲକରେ ବନ୍ୟା ମାଡି ଆସିବାରୁ ବ୍ରାହ୍ମଣୀ,କାଣୀ ନଦୀ, ଖରସ୍ରୋତା,କେଲୁଅ,ବୈତରଣୀ ଏହି ନଦୀ ମାନଙ୍କରେ ବନ୍ୟା ଆସିବାରୁ ବନ୍ୟାର ବିଭିଷିକ ଏହି ଜିଲ୍ଲାରେ ନିଦ ହଜାଇ ଦେଇଥିବା ଦେଖିବାକୁ ମିଳିଛି । ଏହି ବନ୍ୟାରେ ନଦୀ ମାନଙ୍କରେ କୁମ୍ଭୀର ଆକ୍ରମଣରେ ଦୁଇ ଜଣଙ୍କର ପ୍ରାଣ ଯାଇଥିବା ବେଳେ ଜଣଙ୍କର ବନ୍ୟାରେ ମୃତ୍ୟୁ ହୋଇଥିବା ଜଣାଯାଇଛି । ସେମାନଙ୍କୁ ରେଡକ୍ରସ ଫଣ୍ଡ ତରଫରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଦିଆଯାଇ ଥିବା ଦେଖିବାକୁ ମିଳିଛି । ରାଜସ୍ଵ ମନ୍ତ୍ରୀ ବନ୍ୟାଞ୍ଚଳ ପରିଦର୍ଶନ କରିଥିବା ବେଳେ ବିଭିନ୍ନ ନିର୍ବାଚନ ମଣ୍ଡଳୀର ବିଧାୟକ ମାନେ ବନ୍ୟାରେ କ୍ଷୟକ୍ଷତି ହୋଇଥିବା ଆକଳନ କରି ଥିଲେ ଥିଲେ। ଯାହାକି ଯାଜପୁର ସାଂସଦ ରବିନାରାୟଣ ବେହେରା ଏବଂ ବିଝାଂରପୁର ବିଧାୟକ ପ୍ରମିଳା ମଲିକଙ୍କ ମଧ୍ୟରେ ବାକ୍ ବିତର୍କ ଦେଖିବାକୁ ମିଳିଥିଲା । ଏହି ଜିଲ୍ଲା ର ୭ଟି ନିର୍ବାଚନ ମଣ୍ଡଳୀର ବିଧାୟକ ମାନେ ବନ୍ୟାଞ୍ଚଳରେ ରହିଥିବା ଲୋକମାନଙ୍କୁ ସାନ୍ତ୍ଵନା ଦେଇଥିଲେ ।
ଯାଜପୁର ଜିଲ୍ଲାରେ ପ୍ରଳୟଙ୍କରୀ ବନ୍ୟାରେ ୭ଟି ଘାଇ ହେଲା
|
August 3, 2026 |



