ସୁନ୍ଦରଗଡ଼ ତା:୨୧-୦୯-୨୦୨୬ରିଖ (ସନ୍ଧାନ ନ୍ୟୁଜ )ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ବିରକାଳଡ଼ିହି ମୁଖ୍ୟ ରାସ୍ତା ଠାରୁ ବିରକାଳଡ଼ିହି ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ସୋଚନୀୟ ଅବସ୍ଥା ରେ ରହିଥିବା ସହିତ ରାସ୍ତା କଡ଼ ଜରାଜୀର୍ଣ ଅବସ୍ଥା ରେ ରହିଥିବା ସୂଚନା ମିଳିଛି l ଗ୍ରାମବାସି ପ୍ରଶାସନ କୁ ବାରମ୍ବାର ଦରଖାସ୍ତ କରିଥିଲେ ମଧ୍ୟ ଏହି ଅଞ୍ଚଳ ତଥା ରାସ୍ତା ରେ କାହାରି ନଜର ପଡ଼ୁ ନ ଥିବା ଜନ ସାଧାରଣ ପ୍ରକାଶ କରିଛନ୍ତି l ପ୍ରତିଦିନ ଏହି ରାସ୍ତା ଦେଇ ଶହ ଶହ ଲୋକ ସହିତ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଯା ଆସ କରୁଥିବା ବେଳେ ଅନେକ ଅସୁବିଧା ଭୋଗୁଥିବା ଗ୍ରାମ ବାସି କହିଛନ୍ତି ଆମ୍ବୁଲାନ୍ସ ସେବାର ଲୋକଙ୍କ ଜୀବନ ସଙ୍କଟରେ ରହୁଥିବା ସୂତ୍ରରୁ ପ୍ରକାଶ ।ବର୍ଷା ସମୟରେ ଯାତାୟାତ ପାଇଁ ଅଞ୍ଚଳ ଲୋକେ ଅନେକ ଅସୁବିଧା ଭୋଗୁଥିବା ପ୍ରକାଶ କରିଛନ୍ତି ।।ଅତିଶୀଘ୍ର ଏହି ରାସ୍ତା ତିଆରି କରିବା ପାଇଁ ରୀତିମତ ଜନ ସାଧାରଣ ପ୍ରଶାସନ କୁ ଦାବି କରିଥିବା ସୂଚନା ମିଳିଛି l
ବିରକାଳଡ଼ିହି ମୁଖ୍ୟ ରାସ୍ତା ଠାରୁ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ସୋଚନୀୟ ଅବସ୍ଥାରେ, ଅଞ୍ଚଳର ଶିକ୍ଷା ଓ ସ୍ୱାସ୍ଥ୍ୟ ବିପଦ ଜନକ ସ୍ଥିତିରେ ,ପ୍ରଶାସନ ର ନଜର ନାହିଁ
|
September 21, 2026 |



