ଦହିତା ହାଇସ୍କୁଲ ରେ ସ୍କାଉଟ୍ ଗାଇଡ୍ ଦୀକ୍ଷାନ୍ତ ଉତ୍ସବ ପାଳିତ

Spread the love
ବରଗଡ  ୧୪/୮/୨୬ (ସନ୍ଧାନ ନ୍ୟୁଜ)  ପଦ୍ମପୁର ନିକଟସ୍ଥ ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ,ଦହିତା ଠାରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରସିନ୍ଧୁ ସୁନା ଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟ ର ୪ ର୍ଥ ସ୍କାଉଟ୍ ଗାଇଡ୍ ର ଦୀକ୍ଷାନ୍ତ ପର୍ବ ଅନୁଷ୍ଠିତ ହୋଇଯାଇଛି।ଏହି ଭବ୍ୟ କାର୍ଯ୍ୟକ୍ରମ ରେ ଅତିଥି ଭାବେ ନାଟ୍ୟକାର କେଶ ରଞ୍ଜନ ପ୍ରଧାନ, ସେବା ନିବୃତ ପ୍ରଧ୍ୟାପକ, ଅଧ୍ୟକ୍ଷ ତଥା ବିଶିଷ୍ଟ ନାଟ୍ୟକାର, ପଦ୍ମପୁର ଓ ସେବା ନିବୃତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅନୀଲ କୁମାର କାଳିଆ, ପାଇକମାଳ ଯୋଗଦେଇ ସ୍କାଉଟ୍ ଗାଇଡ୍ ମାନଙ୍କୁ ଏହାର ତାତ୍ପର୍ଯ୍ୟ ଓ ଆଦର୍ଶ ସ୍ବାଉଟ୍ ,ଗାଇଡ୍ ହୋଇ ନିଜକୁ ଗଢ଼ିବା ସହ ଦେଶସେବା ରେ ବ୍ରତୀ ହେବାକୁ ବାଳ ସୁଲଭ ବୟସର ସୁବିନିଯୋଗ କରିବାକୁ ଆହ୍ବାନ ଦେଲେ।ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସ୍କାଉଟ୍ ମାଷ୍ଟର ବିଶ୍ବନାଥ ସାହୁ, ସୁଦର୍ଶନ ମହାକୁର, ଅକ୍ଷୟ କୁମାର ସାହୁ,ତ୍ରିଲୋକେଶ ବରିହା ଓ ଗାଇଡ୍ କ୍ୟାପଟେନ୍ ନମିତା ସାହୁ,ସୋନାଲିକା ଶବର।ସ୍କାଉଟ୍ ପତାକା ଉତ୍ତୋଳନ ପରେ ସ୍କାଉଟ ଗୀତ ଗାନ କରାଯାଇଥିଲା। ସ୍କାଉଟ୍ ମାଷ୍ଟର ଓ ଗାଇଡ୍ କ୍ୟାପଟେନ୍ ମାନେ ଗାଇଡ୍ ମାନଙ୍କୁ ଦୀକ୍ଷିତ କରିବା ସହ ସ୍କାଉଟ୍ ଲ ଅନୁସାରେ ଶପଥ ପାଠ କରାଇଥିଲେ। ପରିଚାଳନା କମିଟି ଅଧ୍ୟକ୍ଷ କଳ୍ପତରୁ ସାହୁ, ଉପାଧ୍ୟକ୍ଷା ଯଶୋବନ୍ତି ଅଗ୍ରୱାଲ, ଶିକ୍ଷା ସେତୁ ସଭାପତି ମକରଧ୍ବଜ ବଗାର, ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର କୁମାର ପାଣିଗ୍ରାହୀ,ସଭ୍ୟା ସୁନିତା ତାଣ୍ଡି,ରମେଶ ଗୁର୍ଲାଙ୍କ ସମେତ ପିତାମାତାମାନେ   ଉପସ୍ଥିତ ରହି ଉତ୍ସାହିତ କରିଥିଲେ। ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଯଥା କିଶୋର କୁମ୍ଭାର, କ୍ଷୀରୋଦ୍ରନାଥ ସାହୁ,ପୁରନ୍ଦର ଭୋଇ, ଦୀପକ୍ ସିଂ ବରିହା, ରାହୁଲ କୁମାର ବିଶ୍ବାଳ,ବିକାଶ ସାହୁ, ପ୍ରମୋଦ କଲେତ୍, ତୁଷାର ରଞ୍ଜନ ପାଣିଗ୍ରାହୀ,କସ୍ତୁଭମ୍ ମିଶ୍ର ଓ ଭାନୁମତି କଲିହାରୀ, ପୂଜା ସାହୁ, ମନୀଷା ବେଶ୍ରା, ଅଞ୍ଜଳି ବେହେରା ସମେତ ପୂରନ୍ ବାଗ କାର୍ଯ୍ୟକ୍ରମ କୁ ସଫଳତାର ହାତ ବଢ଼େଇ ଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ କ୍ଷୀରୋଦ୍ର ନାଥ ସାହୁ। ଅପରାହ୍ନ ୪ଟାରେ ପତାକା ଅବତରଣ କରାଯାଇଥିଲା।

Related Posts

About The Author

Add Comment