ସୁନ୍ଦରଗଡ଼ ତା:୧୦-୦୯-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଗତକାଲି ପ୍ରାୟ ରାତି ୯ଟା ସମୟରେ ତଲସରା ଥାନା ଅନ୍ତର୍ଗତ ତଲସରା ଫାଟକ ଛକ ଠାରେ ଥିବା ଦୋକାନ ମାନଙ୍କରେ ଚୋର ଚୋରି ଉଦ୍ୟମ କରୁଥିବା ସୂଚନା ମିଳିଛି l ସୂଚନା ଅନୁସାରେ ଗତ କାଲି ତଲସରା ଛକ ଠାରେ ଥିବା ସବୁ ଦୋକାନୀ ଦୋକାନ ବନ୍ଦ କରି ଘରେ ଥିବା ବେଳେ ରାତି ପ୍ରାୟ ୯ଟା ସମୟ ରେ କୁଆଡୁ ଦୁଇଟି ବାଇକରେ ପାଞ୍ଚ ଜଣ ଚୋର ତଲସରା ଛକକୁ ଆସି କେତେକ ଦୋକାନ ଘରର ତାଲା ଭାଙ୍ଗିବା ପାଇଁ ଉଦ୍ୟମ କରୁଥିବା ସମୟରେ ପାଖ ଦୋକାନ ରେ ରହୁଥିବା ଜଣେ ଦୋକାନୀ ଫୋନ ଯୋଗାଯୋଗ କରି ଅନ୍ୟ ସବୁ ଦୋକାନୀ ମାନଙ୍କୁ ଜଣାଇ ଥିଲେ l ଖବର ପାଇ ଦୋକାନୀ ମାନେ ତୁରନ୍ତ ପହଞ୍ଚି ଯିବା ଦ୍ୱାରା ଚୋର ମାନେ ବାଇକ ଧରି ଫେରାର ହୋଇ ଯାଇଥିଲେ l କଥାରେ ଅଛି” ଦୀପ ତଳ ଅନ୍ଧାର “ବୋଲି l ନିକଟରେ ତଲସରା ରେ ମୁଖ୍ୟ ଥାନା ଥାଇ ସୁରକ୍ଷା ଅଭାବ ହେଉଥିବା ଯୋଗୁଁ ବାରମ୍ବାର ଅଞ୍ଚଳ ରେ ଚୋରି ହେବା, ଛଡା ଅନ୍ୟାନ୍ୟ ଅସୁବିଧା ସବୁ ହେଉଥିବା ସାଧାରଣ ରେ ଚର୍ଚ୍ଚl ର ବିଷୟ ପାଲଟିଛି l ଏଥି ପ୍ରତି ସୁରକ୍ଷା ବିଭାଗ କୁ ଘୋର ନିନ୍ଦା ପ୍ରକାଶ କରୁଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି l ବିଗତ ସମୟରେ ନିକଟରେ ଥାନା ଥାଇ ଦୁଇ ଦୁଇ ଥର ଗ୍ରାହକ ସେବା କେନ୍ଦ୍ରରେ ଚୋରି, ତଳସରା ମୁଖ୍ୟ ରାସ୍ତା ବନ୍ଧପଡ଼ା ଏକ ମଟର ସାଇକେଲ ଗ୍ୟାରେଜ ଚୋରି ସହିତ ତଳସରା ଗ୍ରାମରେ କ୍ରମାଗତ ଚୋରି ଉଦ୍ୟମ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ଉପରେ ଏକ ବଡ ପ୍ରଶ୍ନ ? ତଳସରା ଛକରେ ସୁରକ୍ଷା କର୍ମୀ ନ ରହିବା କାରଣରୁ ଚୋରି ବଢୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏଥିପ୍ରତି ତଳସରା ଥାନା ଅଧିକାରୀ ଦୃଷ୍ଟି ଦେବା ପାଇଁ ସାଧାରଣ ରେ ଦାବି ହୋଇଛି l
ଫସର ଫାଟିଲା ସୁରକ୍ଷା ବ୍ୟବସ୍ଥା, ତଲସରା ଛକରେ ଥିବା ଦୋକାନ ମାନଙ୍କ ରେ ଚୋରି ଉଦ୍ୟମ
|
September 10, 2026 |



