କଣ୍ଟାବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ତଲସରା ପୋଲିସ ପକ୍ଷରୁ ନିଶା ମୁକ୍ତ ଅଭିଯାନ ସହିତ ସାଇବର ଠକେଇ ର ସଚେତନା କାର୍ଯ୍ୟକ୍ରମ

Spread the love

ସୁନ୍ଦରଗଡ଼ ତା:୧-୦୯-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଆଜି ତଲସରା ଥାନା ଅଧିକାରୀ ଶ୍ରୀମତି ଯଶୋବନ୍ତି ବାଗ ଙ୍କ ତତ୍ଵାବଧାନ କଣ୍ଟାବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ନିଶା ମୁକ୍ତି ଅଭିଯାନ ତଥା ସାଇବର ଠକେଇ ର ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ କଣ୍ଟାବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ, ବନଡେଗା ଫାଣ୍ଡି ଥାନା ଅଧିକାରୀ ଦମୟନ୍ତୀ ମହାନ୍ତ, ଏ.ଏସ.ଆଇ. ଶ୍ରୀ ନବୀନ କୁମାର ପରୁଆ ସହିତ କଣ୍ଟାବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l ମଦ ପିଇଲେ କିପରି ନିଜର ସଂସାର ଏକା ବେଳକେ ଡୁବିଯାଏ l କେହି ମଦ ପିଇ ଉନ୍ନତି କରି ପାରନ୍ତି ନାହିଁ ସେ ବିଷୟରେ ପୁଙ୍ଖା ନୁ ପୁଙ୍ଖ ତଲସରା ଅଧିକାରୀ ବୁଝାଇ ଥିଲେ l ସାଇବର ଠକେଇ କିପରି କରିଲେ କେମିତି ସତର୍କ ରହିବାକୁ ପଡିବ ସବୁ ବିଷୟ କୁ ଭଲ ଭାବରେ ବୁଝାଇଥିଲେ l

Related Posts

About The Author

Add Comment