ସୁନ୍ଦରଗଡ ତା:୫/୯/୨୦୨୬(ସନ୍ଧାନ ନ୍ୟୁଜ) ରାଜ୍ୟର ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ବସ ସେବା ଆରମ୍ଭ କରାଯାଇଛି ।ମାତ୍ର ଆଜି ମଧ୍ୟ ଅନେକ ଗ୍ରାମାଞ୍ଚଳରେ ରାସ୍ତାର ଉନ୍ନତିକରଣ ନ ହେବା କାରଣରୁ ଲୋକେ ସେବାରୁ ବଞ୍ଚିତ ରହୁଥିବା ସାମ୍ନା କୁ ଆସିଛି । ସୂଚନା ଅନୁସାରେ ବାଲିସଙ୍କରା ବ୍ଲକ ଧୁବେନଦାଣ୍ଡ ପଞ୍ଚାୟତର ଅନେକ ସ୍ଥାନରେ କାଦୁଅ ରାସ୍ତା କାରଣରୁ ବସ ଫସିରହିବା ଘଟଣା ଦେଖିବାକୁ ମିଳିଛି । ଗତ ଦୁଇ ଦିନ ତଳେ ଏସଆରଟିସି(ଓଡ଼ି୧୬ ଏଲ ୯୩୩୬) ବସ ଫସି ଯାଇଥିବା ବେଳେ ଅଞ୍ଚଳ ଲୋକେ ତାକୁ ବାହାରକରିବାକୁ ଅନେକ ଉଦ୍ୟମ କରି ବିଫଳ ହେବା ପରେ ତାକୁ ଟ୍ରାକ୍ଟର ସାହାଯ୍ୟରେ ଟାଣି ବାହାର କରାଯାଇଥିଲା । ଅନେକ ସମୟ ଧରି ଯାତ୍ରୀ ବସ ରେ ଥିବା କାରଣରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ସୂଚନା ରହିଛି । ଏହି ଗହତାନାନକୁ ନେଇ ଅଞ୍ଚଳରେ ଅନେକ ଅସନ୍ତୋଷ ଦେଖାଦେଇଛି । ଏଥିରୁ ଅନୁମାନ କରାଯାଇ ପାରେ ବାଲିସଙ୍କରା ବ୍ଲକରେ ରାସ୍ତା କେତେ ବିପର୍ଯ୍ୟସ୍ତ ସ୍ଥିତିରେ । ଏଥିପ୍ରତି ଧୁବେନଦାଣ୍ଡ ପଞ୍ଚାୟତର ସାଧାରଣ ଜନତା ଏହାର ଅତିଶୀଘ୍ର ସମାଧାନ ଦାବି କରିଥିବା ଜଣାପଡିଛି ।
ଗ୍ରାମାଞ୍ଚଳରେ ଚାଲୁଥିବା ଓ ଏସଆରଟିସି ମୁଖ୍ୟମନ୍ତ୍ରୀ ସେବା ବସ ଫସିଲା କାଦୁଅରେ,ଟ୍ରାକ୍ଟର ସାହାଯ୍ୟରେ ବାହାର ହେଲା ବସ
|
September 5, 2026 |



