ଓଡିଶାକୁ ବିକଶିତ ରାଜ୍ୟ କରିବା ବିଜେପିର ଲକ୍ଷ୍ୟ: ଭର୍ଚୁଆଲ ରାଲିରେ ଅମିତ ଶାହାଙ୍କ ଭାଷଣ

Spread the love
  •  
  •  
  •  
  •  
  •  

ଭୁବନେଶ୍ୱର, ୦୮/୦୬ (ସନ୍ଧାନ ନିଉଜ): ଓଡ଼ିଶାରେ ବିଜେପିର ଭର୍ଚୁଆଲ ରାଲିରାଲିରେ ଗୃହମନ୍ତ୍ରୀ ଅମିତ ଶାହା ଓଡିଶାବାସୀଙ୍କୁ ସମ୍ବୋଧନ କରିଛନ୍ତି ।ଓଡିଶାକୁ ବିକଶିତ ରାଜ୍ୟ କରିବା ବିଜେପିର ଲକ୍ଷ୍ୟ ।  ବିଶ୍ୱରେ ଆଜି ଦେଶ ନୂଆ ମାଇଲ ଖୁଣ୍ଟ ସୃଷ୍ଟି କରିଛି । ଦେଶକୁ ସମ୍ଭାଳିବା ସହ ଅନ୍ୟ ଦେଶକୁ ଔଷଧ ପଠାଯାଇଛି । ପୂର୍ବ ଭାରତକୁ ଆଗରୁ ଦେଖିଥିଲେ ଆଜି ଅବସ୍ଥା ହୋଇ ନଥାନ୍ତା । ବର୍ଷରେ ପୂର୍ବୋତ୍ତରର ବିକାଶର ପାଇଁ କାର୍ଯ୍ୟ ଚାଲିଛି । ପୂର୍ବ ଭାରତକୁ ବିକଶିତ କରିବା ପାଇଁ ସରକାର ପ୍ରତିବଦ୍ଧ । ଓଡିଶା ପ୍ରତି କଂଗ୍ରେସ ବୈମାତୃକ ମନୋଭାବ ଦେଖାଇଥିଲା । ଓଡିଆ ଲୋକଙ୍କୁ ଅପମାନିତ କରିଥିଲା କଂଗ୍ରେସ । କଂଗ୍ରେସ କହିଥିଲା ଟଙ୍କା କଣ ଗଛରେ ଫଳେ । ମୋଦି ସରକାର ଛୁଟି ଦିନରେ ବି ଟଙ୍କା ପଠାଇଲେ । ପ୍ରଧାନମନ୍ତ୍ରୀ ଆବାସର ବଡ ଲାଭାଂଶ ଓଡିଶାକୁ ମିଳିଛି । ପ୍ରଧାନମନ୍ତ୍ରୀ ଉଜ୍ଜଳାର ବଡ ଲାଭାଂଶ ଓଡିଆଙ୍କୁ ମିଳିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରିଥିବା ଓଡ଼ିଶା ମାଟିକୁ ପ୍ରଣାମ ବୋଲି କହି ଭାଷଣ ଆରମ୍ଭ କରିଥିଲେ । ସେ କହିଛନ୍ତି, ବିଜେପି କ୍ଷମତା ପାଇଁ କେବେ ସରକାରକୁ ଆସିନାହିଁ । ଯେବେବି ସରକାରକୁ ଆସିଛୁ, ହିସାବ ଦେଇଛୁ । ସବୁବେଳେ ଜନତାଙ୍କୁ ସରକାରଙ୍କ ହିସାବ ଦିଆଯାଇଛି । ମହାମାରୀରେ ମଧ୍ୟ ଲୋକଙ୍କୁ ହିସାବ ଦେଉଛି ବିଜେପି । କୋଟି କୋଟି ଲୋକଙ୍କୁ ଭୋଜନ ଦେଇଛନ୍ତି ବିଜେପି କର୍ମୀ । ବିଜେପିକୁ ଲୋକସଭାରେ ସମର୍ଥନ କରିଥିବାରୁ ଧନ୍ୟବାଦ । 38.8 ପ୍ରତିଶତ ଭୋଟ ଦେଇ ମୋଦିଙ୍କୁ ଆଶୀର୍ବାଦ କଲେ ।   ପୂର୍ବରୁ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱିରାଜ ହରିଚନ୍ଦନ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ବକ୍ତବ୍ୟ ରଖିଥିଲେ । ଅମିତ ଶାହଙ୍କ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଓଡ଼ିଶା ପ୍ରତି ଅବଦାନ ଉପରେ କହିଥିଲେ ।

Related Posts

About The Author

Add Comment