୧୪ କୋଟି ଟଙ୍କା ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ ହେଲା

Spread the love

ଯାଜପୁର ,: ୧୨/୯/୨୬ (ସନ୍ଧାନ ନ୍ୟୁଜ) ଯାଜପୁର ଜିଲ୍ଲା ଗୋଲା ଗାଁ ରାସ୍ତାର ଉନ୍ନତ୍ତି କରଣ ନିମନ୍ତେ ୧୪ କୋଟି ଟଙ୍କାର ପ୍ରକଳ୍ପ ଭିତ୍ତିପ୍ରସ୍ଥର ସ୍ଥାପନ ।ଏଠାରେ ସୂଚନା ଯୋଗ୍ୟ ଯେ ସୁକିନ୍ଦା ବ୍ଲକ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ନିକଟସ୍ଥ ଚାନ୍ଧିଆ ଗ୍ରାମ ପଞ୍ଚାୟତର ଗୋଲା ଗ୍ରାମବାସି ମାନଙ୍କ ଦିର୍ଘ ଦିନର ସ୍ୱପ୍ନ ରହିଥିବା ବେଳ ଗମନା ଗମନ ସମସ୍ୟାର ସ୍ଥାଇ ସମାଧାନ କରାଯିବା ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷପ ନିଆଯାଇଛି ଗୋଲା ଗାଁ ଜାତୀୟ ରାଜପଥ ଛକ ଠାରୁ ସ୍ଥାନିୟ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଗୋଲା ଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ପର୍ଯ୍ୟନ୍ତ ଉନ୍ନର୍ତ୍ତି କରଣ ନିମନ୍ତେ ୧ କୋଟି ୪୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କାର୍ଯ୍ୟର ସ୍ଥାପନ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସମବାୟ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ପୂରଣ କରାଯିବା । ଏହି ପ୍ରକଳ୍ପ ସଂମ୍ପର୍ଣ୍ଣ ହେଲେ ଗୋଲା ମୁଖ୍ୟ ରାଜପଥ ସହିତ ଯୋଡି ହେବ । ଗ୍ରାମବାସି ଯାତାୟତ ସୁଗମ ହେବା ସହିତ ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ମନ୍ତ୍ରୀ ଶ୍ରୀ ବଳ ସାମନ୍ତ ସୂଚନା ଦେଇ କହିଲେ । ଏହି ଭର୍ଣ୍ଣତ ରାସ୍ତା କେବଳ ଯାତାୟତ ସୁବିଧା ହେବ ଏବଂ ବ୍ୟବସାୟୀଙ୍କ ଗତିବିଦ୍ଧିକୁ ନୂତନ ଦିଗ ଦେଖାଇବ । କୃଷକ ମାନେ ନିଜର ଉତ୍ପାଦିତ ଫସଲ ସହଜରେ ବଜାରକୁ ନେଇ ପାରିବେ । ଛାତ୍ରଛାତ୍ରୀ ଏବଂ ବ୍ୟବସାୟୀ ଉପକୃତ ହେବେ ସ୍ଥାନୀୟ ଅର୍ଥନିତ୍ତି ସୁଦୃଢ ହେବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଥିଲେ । ବିଶେଷ କରି ବର୍ଷା ଦିନେ କାଦୁଅ ହେଉଥିବାରୁ ନାହିଁ ନଥିବା  ଅସୁବିଧା ସ୍ଥାନିୟ ଲୋକେ ଭୋଗୁଛନ୍ତି । ଯାହାକି ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି କୃପାସିନ୍ଧୁ ସାମନ୍ତ ରାୟ ବିଜେପି ସଭାପତି ଏବଂ ବହୁ ବିଜେପି କର୍ମୀ ଯୋଗଦାନ କରିଥିଲେ ।

Related Posts

About The Author

Add Comment