ହିଂଜିଳିକାଟୁ ରାଧାକୃଷ୍ଣ ମନ୍ଦିର ଜମି ବିକ୍ରୟକୁ ନେଇ ବିବାଦୀୟ ପରିସ୍ଥିତି

Spread the love
  •  
  •  
  •  
  •  
  •  

ହିଞ୍ଜିଳିକାଟୁ, ୧୧/୦୯ (ସନ୍ଧାନ ନିଉଜ) :- ହିଞ୍ଜିଳିକାଟୁ ୱାର୍ଡ ନଂ୧ ରେ ଅବସ୍ଥିତ ଶ୍ରୀ ରାଧାକୃଷ୍ଣ ଲଳିତ ମହାପ୍ରଭୁଙ୍କ ଚଳନ୍ତି ପାଇଁ ସେହି ସମୟରେ ସ୍ୱର୍ଗତ ରାମହାରି ମହାପାତ୍ର ,ସ୍ୱର୍ଗତ ପିତା ବିରବର ମହାପାତ୍ର ମନ୍ଦିରକୁ ୩୬୫ ଭରଣ ଜମି ଦାନ ସୂତ୍ରରେ ଦେଇଥିଲେ।  ଏତତ ବ୍ୟତୀତ ମନ୍ଦିର ପୂଜାର୍ଚ୍ଚନା ପାଇଁ ବୁରୁପଡାର ପୂଜକ ନିମନ୍ତେ କିଛି ଜମି ଦାନ ସ୍ୱରୂପ ଦିଆଯାଇଥିବା ଗ୍ରାମବାସୀଙ୍କ ଠାରୁ ପ୍ରକାଶ । ସୂଚନା ପ୍ରକାରେ ସ୍ୱର୍ଗତ ରାମହାରି ମହାପାତ୍ର ଭାଇ ଭାଗ ପ୍ରକାରେ ୭୫୦ ଭରଣ ପାଇଥିବା ଶୁଣାଯାଉଛି । ଉକ୍ତ ୭୫୦ ଭରଣ ଜମିରୁ ୩୬୫ ଭରଣ ଜମି ମନ୍ଦିର ଦୈନିକ ଏକ ଭରଣ ଭୋଗ ପାଇଁ ଦେଇଥିଲେ। ବଳକା ୩୮୫ ଭରଣ ଜମିକୁ କିଛି ପରିମାଣ ପୂଜକକୁ ଦାନ କରିଥିବା ବେଳେ ଧାନଖଳା , ମୂଲ ମଜୁରୀ, ହଳିଆ, ମନ୍ଦିରର ବାର୍ଷିକ ଉନ୍ନତି କରଣ ପରିଚାଳନା ପାଇଁ ଦାନ କରିଥିବା ମଧ୍ୟ ସ୍ଥାନୀୟ ଜନସାଧାରଣ କହିଛନ୍ତି। ବର୍ତ୍ତମାନ ଚଳନ୍ତି ସମୟରେ ଜମି ଦଲାଲ ନିଜସ୍ୱ ବେପାର ବୃଦ୍ଧି ପାଇଁ ମନ୍ଦିର ଜମିର ଦରକୁ ଶାଗ ମାଛ ଦରରେ ବିକ୍ରି କରି ପ୍ରୟାସ ଜାରି ରଖିଛନ୍ତି। କିଛିଦିନ ତଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ୱେବ ପୋର୍ଟାଲ ରେ ଜମି ବିକ୍ରି ପାଇଁ ଏଣ୍ଡାମେଣ୍ଟବୋର୍ଡ ନୀତି ନିଷ୍ପତ୍ତି ପ୍ରକାରେ ବିଜ୍ଞିପ୍ତି ପ୍ରକାଶ ପାଇଥିଲା । ଏହାକୁ କିଣିବା ପାଇଁ ଆବେଦନ କରିଥିବା ବ୍ୟକ୍ତି କମ ଦରରେ କିଣୁଥିବା ଦର୍ଶାଇ ହିଂଜିଳିକାଟୁ ଅଂଚଳର କିଛି ବ୍ୟକ୍ତି ବିରୋଧ କରି ବିକ୍ରି ରଦ୍ଦ କରିବା ପାଇଁ ବିଭିନ୍ନ ପ୍ରଶାସନ ଅଧିକାରୀଙ୍କୁ ନିବେଦନ କରିଥିଲେ। ତତ୍ ପରଠାରୁ ବିକ୍ରିବଟା ପାଇଁ ରାଜନୀତି କରଣ ସହ ଲୋକଙ୍କୁ ଭୁଆଁ ବୁଲାଇ ଜମି ହାତେଇବାର ମସୁଧା ଚାଲିଛି । ଅନ୍ୟ ପକ୍ଷରେ ହିଂଜିଳି ଗ୍ରାମବାସୀ ଉକ୍ତ ଜମିକୁ ବିକ୍ରି ଜନିତ ବୈଧତା ଦର୍ଶାଇ ଥିବା ଉପନିବନ୍ଧଙ୍କ କାର୍ଯ୍ୟାଳୟକୁ ପତ୍ର ମାଧ୍ୟମରେ ଜଣାଇଥିବା ସୂଚନା ହସ୍ତଗତ ହୋଇଛି । ଗ୍ରାମବାସୀଙ୍କ କହିବା ପ୍ରକାରେ ମନ୍ଦିରରେ ଥିବା ଭୁସମ୍ପତି ସାର୍ବଜନୀନ କରିବା ସହ ବିକ୍ରିବଟା ସମ୍ବନ୍ଧୀୟ ସାର୍ବଜନୀନ କରି ସମସ୍ତ ବିକ୍ରି ଅର୍ଥ ଏଣ୍ଡାମେଣ୍ଟବୋର୍ଡ ଅଧିନ ଏକ ଭଲ ଟ୍ରଷ୍ଟ କରି ମନ୍ଦିରର ପରିଚାଳନା ଉପଯୁକ୍ତ ଭିତ୍ତିକରେ ହଉ । ମନ୍ଦିରର ଉକ୍ତ ଜମି ଓ ଜାଗା ବିଭିନ୍ନ ବ୍ୟକ୍ତିବିଶେଷଙ୍କ କବଜାରେ ରହିଯାଉଥିବାରୁ ମହସୁଲ ମିଳିବାରେ ଅସୁବିଧା ହେଉଥିଲା । ବର୍ତମାନ ବିକ୍ରି କରି  ବିକ୍ରିଲ୍ଭଧ ଅର୍ଥର କଳନ୍ତରରେ ମନ୍ଦିରର ଉନ୍ନତି ସହ ବର୍ଷ ତମାମ ଉପଯୁକ୍ତ ପରିଚାଳନା ହୋଇପାରିବ। ଏଣୁ ଜମିର ବିକ୍ରି ଅର୍ଥରେ ଏଣ୍ଡାମେଣ୍ଟବୋର୍ଡ ଅଧୀନରେ ଉପଯୁକ୍ତତା ଭାବେ ପରିଚାଳନା ହୋଇ ପାରିବ । ଏହା ସହରାଞ୍ଚଳ ତରଫରୁ ଦାବି ହୋଇଥିବା ସୂଚନା ମିଳିଛି । ଏଣୁ ଅଞ୍ଚଳ ବାସୀଙ୍କ ଦାବି ପ୍ରକାରେ ନିଷ୍ପତ୍ତି ନିଆଯାଉବୋଲି ଜନସାଧାରଣ ନିଜ ନିଜ ମତ ପ୍ରକାଶ କରିଛନ୍ତି।

Related Posts

About The Author

Add Comment