ହାତଗୋଡ଼ ବନ୍ଧା ହୋଇ ପଡିଥିବା ବିବାହିତା ମହିଳାଙ୍କ ଗଳିତ ଶବ ଉଦ୍ଧାର

Spread the love

ଯାଜପୁର/ ବାଲିଚନ୍ଦ୍ରପୁର ୨୩/୧୦ (ସନ୍ଧାନି ନିୟୁଜ/ ଏମ୍ ରାଉତ) ଚଣ୍ଡିଖୋଲ-ପାରାଦ୍ବୀପ ରାଜପଥର ଭାକୁଡ ଛକ ନିକଟରେ ରାସ୍ତାକଡ ଏକ ନୟନଜୋରିର ପାଣି ମଧ୍ୟରୁ ଆଜି ବାଲିଚନ୍ଦ୍ରପୁର ପୋଲିସ ହାତଗୋଡ଼ ବନ୍ଧା ଅବସ୍ଥାରେ ଏକ ଅଖାରେ ଭର୍ତ୍ତି ହୋଇ ପଡିଥିବା ଜଣେ ସ୍ଵଳ୍ପ ବୟସ୍କା ଅଜଣା ବିବାହିତା ମହିଳାଙ୍କ ଗଳିତ ଶବ ଉଦ୍ଧାର କରିଛି | ମୃତା ମହିଳାଙ୍କ ମୁହଁକୁ ମଧ୍ୟ କୌଣସି କଠିନ ବସ୍ତୁରେ ଛେଚା ଯାଇ ବିକୃତ କରି ଦିଆଯାଇଛି | ଏଭଳି ସ୍ଥିତିରୁ ଏହା ଏକ ସୁଚିନ୍ତିତ ଓ ଯୋଜନାବଦ୍ଧ ହତ୍ୟାକାଣ୍ଡ ପରେ ପ୍ରମାଣ ନଷ୍ଟ କରିବାକୁ ଅଭିଯୁକ୍ତ ଉଦ୍ୟମ କରିଥିବା ଏବଂ ଏଥିରେ ଏକାଧିକଙ୍କ ସଂପୃକ୍ତିକୁ ଇଙ୍ଗିତ କରୁଛି | ମହିଳା ଜଣକ ଖୁବ୍ କମ୍ ଦିନର ବିବାହିତା ଏବଂ ତାଙ୍କୁ ତାଙ୍କ ଶାଶୁଘର ଲୋକ ହତ୍ୟା କରିଥାଇ ପାରନ୍ତି ବୋଲି ଗୁଞ୍ଜରଣ ସୃଷ୍ଟି ହେଉଛି ।  | ଏହି ମହିଳାଙ୍କ ସର୍ମ୍ପକରେ ଆପଣଙ୍କ ନିକଟରେ ଖବର ଥିଲେ ବାଲିଚନ୍ଦ୍ରପୁର ପୋଲିସକୁ ଜଣାଇ ତଦନ୍ତକୁ ତ୍ବରାନ୍ବିତ କରିବାରେ ସହଯୋଗ କରନ୍ତୁ | , ବାଲିଚନ୍ଦ୍ରପୁର ପୋଲିସ ଶବ ଜବତ କରି ବ୍ୟବଚ୍ଚେଦ ନିମନ୍ତେ ପଠାଇ ତଦନ୍ତ ଜାରି ରଖିଛି ।

Related Posts

About The Author

Add Comment