ଯାଜପୁର ସଦର, : ୮/୫/୨୬ (ସନ୍ଧାନ ନ୍ୟୁଜ ) ରସୁଲପୁର ବ୍ଲକ ଅନ୍ତର୍ଗତ ପିଏମଶ୍ରୀ ମଧୁବନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ପ୍ରମୋଦ ପତି ଫାଉଣ୍ଡେସନ ପକ୍ଷରୁ ସଦ୍ୟ ପ୍ରକାଶିତ ମାଟ୍ରିକ ପରୀକ୍ଷା ରେ ଏ 1 ରଖିଥିବା ଜିଲ୍ଲା ଟପର ଓ ରସୁଲପୁର ବ୍ଲକ ରେ ଏ 1 ରଖିଥିବା ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଏହି ଉପଲକ୍ଷେ ଆୟୋଜିତ ସଭାରେ ଫାଉଣ୍ଡେସନ ର ସଭାପତି ସରୋଜିନୀ ପତି ଅଧ୍ୟକ୍ଷତା କରିଥିଲେ l ଏଥିରେ ମୁଖ୍ୟ ଅତିଥି ଭାବେ ରସୁଲପୁର ବଡିଓ ସତ୍ୟାନନ୍ଦ ଦାଶ, ମୁଖ୍ୟବକ୍ତା ଭାବେ ଶିକ୍ଷlବିତ କୈଳାସ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ କୁଆଖିଆ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ , ଜିଲ୍ଲା ଓଷ୍ଟା ସଭାପତି ସୁନନ୍ଦ କୁମାର ରାଉତ, ମଧୁବନ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ଜେନା, ଶିଶୁ ସାହିତ୍ୟିକ ଅଭିମନ୍ୟୁ ଧଳ, ସରକାରୀ ଆଇନଜୀବୀ ମନୋରଞ୍ଜନ ପତି, ରବୀନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରି ଜିଲ୍ଲା ରେ ଏ 1 ଟପର ଛାତ୍ର ଶୁଭମ ସାହୁ ଓ ରସୁଲପୁର ବ୍ଲକ ରେ ସମସ୍ତ ଏ 1 ପାଇ ଥିବା ଅଦ୍ୟlସା ଦାସ,ଗୁରୁଦେବ ଦାସ,ପଲକ ସ୍ୱାଇଁ,ଦେବଂଶୀ ଦେବନିତା ମହାନ୍ତି,ଅlର୍ଜ୍ୟଭିଷେକ ସାହୁ,ପ୍ରତ୍ୟାଶା ଦାସ,କୌଶଲ୍ୟା ପତି,ରାଜଶ୍ରୀ ରାଜନନ୍ଦିନୀ ଜେନା,ପ୍ରିୟାନସି ସାହୁ,ସାଇଶ୍ରୀ ମହାରଣା,ଆଦର୍ଶ ପଣ୍ଡା ଙ୍କୁ ମାନପତ୍ର, ଉତ୍ତରିୟ ଓ ପୁରସ୍କାର ପ୍ରଦାନ କରିଥିଲେ l ଏଥିସହ ସେମାନଙ୍କର ଶିକ୍ଷକ ଓ ଅଭିଭାବକ ମାନଙ୍କୁ ଉତ୍ତରିୟ ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ଫାଉଣ୍ଡେସନ ର ଅଧ୍ୟକ୍ଷ ଦିବ୍ୟଜ୍ୟୋତି ପତି ଉଦେଶ୍ୟ ଜ୍ଞlପନ କରିଥିଲେ l ସମ୍ପାଦକ ଅମୀୟ କୁମାର ପରିଡା ବିବରଣୀ ପାଠ କରିଥିଲେ l ଫାଉଣ୍ଡେସନ ର ଟ୍ରଷ୍ଟି ପ୍ରଦୀପ କୁମାର ସାମଲ ଅତିଥି ପରିଚୟ କରି ସଭା ସଂଚାଳନ କରିଥିଲେ l ଶୁଭକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ବିଶ୍ଵଜ୍ୟୋତି ପତି, ସନ୍ତୋଷ ସାହୁ, ଗୌରବ ରାଉତ, ମୁନା ସାହୁ, ଚିରଞ୍ଜିବି ନାୟକ,ରାହୁଲ ନାୟକ, ଆନ୍ତରିକ୍ଷ ପଟ୍ଟନାୟକ, ସୂର୍ଯ୍ୟକାନ୍ତ ବାରିକ, ଚିତ୍ତରଞ୍ଜନ ସାହୁ, ଜଗନ ମଲିକ,ମନୋଜ ନାୟକ, ଶିକ୍ଷକ ସୁଶାନ୍ତ ମହାରଣା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l
ପ୍ରମୋଦ ପତି ଫାଉଣ୍ଡେସନ ତରଫରୁ ମେଧା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା
|
May 8, 2026 |



