ଧର୍ମଶାଳା, ୦୪/୦୪ (ସନ୍ଧାନ ନିୟୁଜ/ମାନସ ରାଉତ) କୋରନାନୁ ନେଇ ସାରା ରାଜ୍ୟ ଲକ ଡାଉନରେ ଥିବା ବେଳେ ଏହାକୁ ନେଇ କେତକ ମଦ ବେପାରୀ ବେଶ ଫାଇଦା ଉଠାଉଥିବା ଦେଖାଯାଉଛି । ନେଉଳପୁରରେ ଘନ ଘନ ପୋଲିସ ପ୍ରହରା ଏବଂ ସଟ ଡାଉନ ଲାଗୁ କରୁଥିବାରୁ ମଦପ୍ୟ ମାନେ ନେଉଳପୁରରେ ଚୋରା ମଦବେପାରୀଙ୍କ ପାଖରେ ପଂହଚିବାକୁ କଷ୍ଟ ହୋଇପଡିଛି । ଫଳରେ ନିକଟସ୍ଥ ହରିଦାସପୁର ମେଡିକାଲ ସେବା ସମିତି ଘରେ ରହୁଥିବା ଶରତ ସାମଲ ଚୋରା ଦେଶୀ ମହୁଲି, ପଲିଥିନ ଏବଂ ବିଦେଶୀ ମଦ ଚଢ଼ାଦରରେ ମଦପ୍ୟ ମାନଙ୍କୁ ବିକି୍ର କରୁଛି । ନେଉଳପୁର ଯିବାକୁ କଷ୍ଟ ହେଉଥିବାରୁ କିଛି ଅନ୍ୟ ସମ୍ପ୍ରଦାୟ ଏବଂ ଅନ୍ୟ ଧର୍ମର ଲୋକମାନେ ବିଲ ଏବଂ ପାହାଡ ରାସ୍ତାଦେଇ ଏଠାକୁ ଆସି ମଦପିଇବା ସହିତ ଗ୍ରାମରେ ହଙ୍ଗମା ସୃଷ୍ଟି କରୁଛନ୍ତି । ଏପରକି ଚୋରା ମଦ ପିଇ ରାସ୍ତାରେ ଝିଅ ବୋହୁ ମାନଙ୍କୁ ଆଶାଳୀନ ବ୍ୟବହାର ଏବଂ ଗ୍ରାମର କେତକ ଯୁବଗୋଷ୍ଠୀ ଏହାର ପ୍ରଭାବରେ ଗ୍ରାମରେ ଅନ୍ୟମାନଙ୍କୁ ଖରାପ ବ୍ୟବହାର ପଦର୍ଶନ କରିବାକୁ ପଛାଉ ନାହାନ୍ତି । ଏହାକୁ ସମ୍ପୁର୍ଣ୍ଣ ବନ୍ଦ କରିବାକୁ ଗ୍ରାମବାସୀ ବହୁବାର ପୋଲିସ ନିକଟରେ ଅଭିଯୋଗ କରିଥିଲେ ସୁଧା ପୋଲିସ କର୍ଣ୍ଣପାତ କରୁନି ।
ଏପରକି ଥାନା ଅଧିକାରୀ ଗ୍ରାମର କେତକ ବୁଦ୍ଧିଜିବୀଙ୍କ କଥାକୁ ଗ୍ରହଣ କରୁନାହିଁ । ଅନ୍ୟପଟରେ ସେ ରହୁଥିବା ଘରଟି ଜଣେ ପୂର୍ବତନ ସମାଜସେବୀ ତଥା ପରପୋକରୀ ମହିଳା ରମାଦେବୀ ଯେଉଁ ଉଦେ୍ଧଶ୍ୟ ମହତ କାର୍ଯ୍ୟ ପାଇଁ ତାହା ନିର୍ମାଣ କରିଥିଲେ ତାହାର ଗାରିମା ନଷ୍ଟ ହେଉଛି । ଏପରକି ପୂର୍ବରୁ ତାକୁ ସେଠାରୁ ବାହାର କରିବାକୁ ସମ୍ପୁକ୍ତ ସଂସ୍ଥାର କର୍ମଚାରୀ ମାନେ ପୋଲିସକୁ କହିଥିଲେ ମଧ୍ୟ ସେ ସେଠାରେ ନଯାଇ ସେବାସମିତି ଘରକୁ ଜୋର ଜବରଦସ୍ତ ମାଡି ବସିଛି । ଏପରକି ପାହାଡ ଉପରେ ମଦ ରଖି ନିକଟସ୍ଥ ଦୁଇଟି ନାବାଳକକୁ ରଖି ମଦପିଇବାକୁ ଦେବା ସହିତ ତାହାର ହାତରେ ମଦ ଆଣି ବିକି୍ର କରୁଛି । ପ୍ରତ୍ୟକ ଦିନ ଭୋର ୪ଟା ବେଳେୁ ସଂଧ୍ୟା ୮ଟା ପ୍ରର୍ଯ୍ୟନ୍ତ ସେଠାରେ ଅସାମାଜିକ ଲୋକମାନଙ୍କ ଭିଡ ଜମୁଛି । ଏପରକି ଗତକାଲି ନିକଟସ୍ଥ ପାଖର ବହୁମରବୀ ଏବଂ ଉଦ୍ୟମ ଯୁବକ ମାନେ ଯାଇ ମଦ ବିକି୍ର କରିବାକୁ ବନ୍ଦ କରିବାକୁ କହିଥିବା ବେଳେ ମୁଁ ବନ୍ଦ କରିଦେବି ବୋଲି ଗ୍ରାମବାସୀଙ୍କ କହିଥିଲା । ହେଲ ମଦବିକି୍ର ନକରି ପୁଣି ମଦବିକି୍ର କରିବାରେ ଲାଗିପଡିଛି । କମ୍ପାଲୁ, ମଙ୍ଗରାଜପୁର, ଏବଂ ଜାରକା, ଧାନମଣ୍ଡଳ, ନେଉଳପୁରରୁ ମଦଆଣି ବକି୍ର କରୁଛି । ଏପରକି ସେ ସିଧା ସଳକ ଧର୍ମଶାଳା ପୋଲିସ ତାହାଠାରୁ ଟଙ୍କପାଇସା ନେଉଥିବା କହି ମୋର କିଛି ହେବନି ବୋଲି ଦୃଢ଼ତାର ସହ କହୁଛି । ଏହି ଅଭିଯୋଗ ଅତିରିକ୍ତ ଆରକ୍ଷୀ ଜୟୀରାମ ଶତପଥୀଙ୍କୁ ଅଭିଯୋଗକୁ କଲାପରେ ସେ ତୁରନ୍ତ ଧର୍ମଶାଳା ପୋଲିସକୁ ଚଢ଼ାଉ କରିବାକୁ ନିଦେ୍ର୍ଦଶ ଦେଇଥିଲେ ।
ମାତ୍ର ପୋଲିସ ଟିମ୍ ଗ୍ରାମ ଭିତରେ ସାଇରନ ନବାଜାଇ ଯିବା ସହିତ ମଦ ବିକି୍ର ସ୍ଥାନରୁ ୨୦୦ମିଟର ପୂର୍ବରୁ ସାଇରନ ଦେଇ ଗଲା । ଏହା ଦ୍ୱାରା ସମ୍ପୁକ୍ତ ମଦ୍ୟପ ଏବଂ ବ୍ୟବସ୍ଥାୟୀ କରୁଥିବା ଶରତ ସାମଲ ଏସୁବୁ ଲୁଚାଇବାରେ ସକ୍ଷମ ହୋଇପଡୁଛନ୍ତି । ଅନ୍ୟପଟରେ ଏହି ସମୟରେ ଅବକାରୀ ବିଭାଗ ମଧ୍ୟ ଚେତାଶୂନ୍ୟ ହେବାପରି ମନେ ହେଉଛି । କେଉଁଠିବି ମଦ ବିକି୍ର କରୁôବା ଲୋକଙ୍କୁ ବେଶ ପ୍ରୋସôାହନ ଯୋଗାଇଦେଉଥିବା ଅଭିଯୋଗ ହୋଇଛି । ତୁରନ୍ତ ଏହାଉପରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ତୁରନ୍ତନ୍ଦ ବନ୍ଦ କରିବାକୁ ଗ୍ରାମବାସୀ ମାନେ ଦାବିକରିଛନ୍ତି ।