ହରିଚନ୍ଦନପୁର ଗ୍ରାମର ବରିଷ୍ଠ କଂଗ୍ରେସ ନେତାଙ୍କ ପରଲୋକ

Spread the love

ଧର୍ମଶାଳା,୨୪/୫(ସନ୍ଧାନ ନିୟୁଜ/ଦିପକ ମଲ୍ଲିକ) ଧର୍ମଶାଳା ଥାନା ଅନ୍ତର୍ଗତ ଅରେଇକଣା ପଞ୍ଚାୟତ ହରିଚନ୍ଦନପୁର ଗ୍ରାମର ବରିଷ୍ଠ କଂଗ୍ରେସ ନେତା ବ୍ରଜକିଶୋର ଜେନା(୬୨)ଙ୍କର ହୃଦଘାତରେ ବୁଧବାର ବିଳମ୍ବିତ ରାତିରେ ପରଲୋକ ଘଟିଛି । ତାଙ୍କ ମୃତ ଖବର ପ୍ରଚାରିତ ହେବାପରେ ଗୁରୁବାର ସକାଳୁ ପିସିସି ସାଧାରଣ ସଂପାଦକ ଶ୍ରୀନାଥ ମିଶ୍ର,ଓବିସି ସେଲର ଅଧ୍ୟକ୍ଷ ସଂଜୟ ରାୟ,ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଷାନ ପଣ୍ଡା,ଜିଲା ଯୁବ କଂଗ୍ରେସ ଉପସଭାପତି ମାନସ ରଂଜନ କର,ପିସିସି ସଂଗଠକ ଅଧର କୁମାର ଜେନା ପ୍ରମୁଖ ଗଭୀର ଶୋକପ୍ରକାଶ କରିବା ସହ ଧର୍ମଶାଳା କଂଗେସ ଏକ ବରିଷ୍ଠ ନେତୃତ୍ୱକୁ ହରାଇଲା ବୋଲି ମତପ୍ରକାଶ କରିଛନ୍ତି । ସ୍ଥାନୀୟ ଅଞ୍ଚଳର ରାଜନେତା ବଟକୃଷ୍ଣ ନାୟକ,ସଂଗ୍ରାମ କେଶରୀ ରାୟ,କାହ୍ନୁଚରଣ ରାଉତ,ବୈଦନାଥ ବିଶ୍ୱାଳ,ସୁବୋଧ ସାମଲ,ସୁବାଷ ନାୟକ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିଥିଲେ । ମରଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ ପରିକ୍ରମା କରିବା ପରେ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ବଡପୁତ୍ର ଚିତ୍ତରଂଜନ ଜେନା ମୁଖାଗ୍ନୀ ଦେଇଥିଲେ ।

Related Posts

About The Author

Add Comment