ସୁନ୍ଦରଗଡ ତା:୬/୭/୨୦୨୬(ସନ୍ଧାନ ନ୍ୟୁଜ) ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ହୋଇଥିବା ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ (SIR ) କାର୍ଯ୍ୟକ୍ରମରେ ଜିଲ୍ଲାର ମୋଟ ୧୪,୬୪,୫୪୭ ଜଣ ଭୋଟରଙ୍କ ମଧ୍ୟରୁ ୧୩,୭9,୮୫୫ ଜଣ ଭୋଟର ସେମାନଙ୍କର ପରିଗଣନା ଫର୍ମ ଦାଖଲ କରିଛନ୍ତି। ଏହି ବୃହତ ପ୍ରକ୍ରିୟାକୁ ସଫଳ କରିବାରେ ଜିଲ୍ଲା ପ୍ରଶାସନର ନିର୍ବାଚନ ଅଧିକାରୀ, ବୁଥ୍ ସ୍ତରୀୟ କର୍ମଚାରୀ, ସ୍ୱେଚ୍ଛାସେବୀ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ସକ୍ରିୟ ସହଯୋଗ କରିଥିଲେ । ଆସନ୍ତା ୦୪.୦୮.୨୦୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ଦାବି ଓ ଆପତ୍ତି ଅବଧି ମଧ୍ୟରେ ଯୋଗ୍ୟ ଭୋଟରମାନେ ନିଜର ନାମ ଅନ୍ତର୍ଭୁକ୍ତ କିମ୍ବା ସଂଶୋଧନ କରିପାରିବେ। ଏହି ଅବସରରେ ସୁନ୍ଦରଗଡ଼ ସଦର ଓ ରାଉରକେଲାଠାରେ ସମସ୍ତ ପ୍ରମୁଖ ରାଜନୈତିକ ଦଳର ନେତୃବୃନ୍ଦ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହେବା ସହ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ନିର୍ବାଚନ କର୍ମୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଥିଲା ।
ସୁନ୍ଦରଗଡ଼ ଜିଲ୍ଲାର ଚିଠା ଭୋଟର ତାଲିକା ଆଜି ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ରଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ପ୍ରକାଶିତ ହୋଇଯାଇଛି।
|
July 6, 2026 |



