ତା:୧୭/୧୦/୨୦୨୫(ସନ୍ଧାନ ନ୍ୟୁଜ) ଆଜି ସୁନ୍ଦରଗଡ଼ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ ପକ୍ଷରୁ ସୁନ୍ଦରଗଡ଼ ଗିରିଙ୍ଗକେଲା କେ.ସି.ପି. ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ୬୯ତମ ଜିଲ୍ଲା ସ୍ତରୀୟ ଖୋ-ଖୋ ଚୟନ ପ୍ରତିଯୋଗିତା ୨୦୨୫-୨୬ ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।ଯୁବ ପିଢ଼ିରେ କ୍ରୀଡାପ୍ରତି ଉତ୍ସାହ ଓ ଦୃଢ଼ ସଂକଳ୍ପ ଦେଖି ଉପବାଚସ୍ପତି ମହୋଦୟ ଅତ୍ୟନ୍ତ ଖୁସି ହୋଇଥିବା ଦେଖିବାକୁ ମିଳିଥିଲା।ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ କ୍ରୀଡ଼ାବିତ୍ ଆଗାମୀ ଦିନରେ ଜିଲ୍ଲା ଓ ରାଜ୍ୟର ଗୌରବ ବଢ଼ାଇବେ ବୋଲି ଦେଖିବାକୁ ମିଳିଥିଲା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କ୍ରୀଡା କ୍ଷେତ୍ରରେ ଯେପରି “ଖେଲୋ ଇଣ୍ଡିଆ”, “ଫିଟ୍ ଇଣ୍ଡିଆ” ପରି ଯୋଜନା ମାଧ୍ୟମରେ ଯୁବ ପିଢ଼ିକୁ ପ୍ରେରିତ କରୁଛନ୍ତି ,ଏହା ନିଶ୍ଚିତଭାବେ ଭାରତର କ୍ରୀଡା ଭବିଷ୍ୟତକୁ ନୂତନ ଦିଗ ଦେଉଛି।ଏହି ଉଦ୍ୟମ ଆମ ଗ୍ରାମାଞ୍ଚଳର କ୍ରୀଡାବିତ୍ ମାନଙ୍କୁ ରାଜ୍ୟ ଓ ଜାତୀୟ ମଞ୍ଚରେ ଆଲୋକିତ କରିବ ।
ସୁନ୍ଦରଗଡ଼ ଜିଲା ଗିରିଙ୍ଗକେଲା କେ.ସି.ପି. ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ୬୯ତମ ଜିଲ୍ଲା ସ୍ତରୀୟ ଖୋ-ଖୋ ଚୟନ ପ୍ରତିଯୋଗିତା ୨୦୨୫-୨୬ ଅନୁଷ୍ଠିତ, ଯୋଗଦେଲେ ଉପବାଚସ୍ପତି
|
October 17, 2025 |



