ସୁନ୍ଦରଗଡ଼ ତା:୨୫-୦୮-୨୦୨୬ରିଖ (ସନ୍ଧାନ ନ୍ୟୁଜ ) ନିଜର ପରିବାର ର ସୁଖ ଶାନ୍ତି କୁ ଏଡେଇ ଦେଇ ଜଣେ ପାରିବାରିକ ବ୍ୟକ୍ତି ଅନ୍ୟ ଜଣେ ବିଧବା ମହିଳା ଙ୍କ ସହିତ ଛଅ ବର୍ଷ ହେଲା ପ୍ରେମ ସଂପର୍କ ରଖି ବିଧବା ମହିଳା ସଙ୍ଗେ ଶାରୀରିକ ସମ୍ପର୍କ ରଖୁଥିବା ନେଇ ଆଜି ପାରିବାରିକ ବ୍ୟକ୍ତି ଙ୍କ ସ୍ତ୍ରୀ ତଲସରା ଥାନା ରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି l ସୂଚନା ଅନୁସାରେ ତଲସରା ଥାନା ଅନ୍ତର୍ଗତ କାଦୋପାନୀ ଗ୍ରାମର ରାଜେନ୍ଦ୍ର କେରକେଟା ନିଜର ସ୍ତ୍ରୀ ଶ୍ରୀମତି ସେରୋଫିନା କେରକେଟା ସହିତ ତାଙ୍କ ଚାରି ଜଣ ପୁଅ ଝିଅଙ୍କ ପରିବାର l ଦୁଇ ଜଣ ପୁଅ ଝିଅ ଙ୍କୁ ବାହା କରିଥିବା ବେଳେ ଦୁଇ ଜଣ ପୁଅ ଝିଅ ପାଠ ପଢୁଛନ୍ତି l ଏପରି ସୁଖମୟ ପରିବାର କୁ ଛାଡି ସେହି ଗ୍ରାମର ଜଣେ କୁଆଁରୀ କେରକେଟା ନାମକ ବିଧବା ମହିଳା ସହିତ ଛଅ ବର୍ଷ ହେଲା ପ୍ରେମ ସମ୍ପର୍କ ସହିତ ଶାରୀରିକ ସମ୍ବନ୍ଧ ମଧ୍ୟ ରଖି ଥିବା ରାଜେନ୍ଦ୍ର କେରକେଟା ଙ୍କ ସ୍ତ୍ରୀ ଶ୍ରୀମତି ସେରୋଫିନା କେରକେଟା ଥାନାରେ ଅଭିଯୋଗ କରିଥିବା ଜଣାପଡିଛି l ରାଜେନ୍ଦ୍ର କେରକେଟା ବାହାରେ କାମ କରନ୍ତି l ଯାହା ରୋଜଗାର ହୁଏ ତାକୁ ନିଜ ଘରେ ନ ଦେଇ ବିଧବା ମହିଳା ଙ୍କୁ ଦେବା ସହିତ ତାଙ୍କ ପରିବାର ରେ ସ୍ତ୍ରୀ କୁଆଡେ ଗଲା, ପିଲା ମାନେ କେମିତି ପଢାପଢି କରୁଛନ୍ତି, ପିଲା ମାନଙ୍କ ପଢିବା ଖର୍ଚ୍ଚ କିପରି କରିବା ଏ ବିଷୟରେ ତାଙ୍କ ସ୍ୱାମୀ ରାଜେନ୍ଦ୍ର କିଛି ଜାଣନ୍ତି ନାହିଁ ବୋଲି କହିଥିବା ସୂଚନା ମିଳିଛି l ବିଧବା ମହିଳାଙ୍କ ମଧ୍ୟ ୨ଟି ପୁଅ ଝିଅ ଅଛନ୍ତି l ବିଧବା ଜଣକ ରାଜେନ୍ଦ୍ର କେରକେଟା କୁ ପାଇ ବହୁତ ଖୁସିରେ ଜୀବନ କାଟୁଛନ୍ତି l ବିଧବା ମହିଳା ଜଣକ ନିତ୍ୟ ହାତ ରନ୍ଧା ମହୁଲି ମଦ ତିଆରି କରି ରାଜେନ୍ଦ୍ର କେରକେଟା ଙ୍କୁ ପିଆଇ ନିଜ ଘରେ ଶୁଆଇ ରଖୁଥିବା ଯୋଗୁଁ ତାଙ୍କ ସ୍ତ୍ରୀ ସହିତ ଝଗଡା ହୋଇଥାଏ l ରାଜେନ୍ଦ୍ର କେରକେଟା ଯାହା ରୋଜଗାର କରନ୍ତି ବିଧବା କୁଆଁରୀ କେରକେଟା ଙ୍କୁ ଦିଅନ୍ତି l ସବୁ ମାସରେ ରାଜେନ୍ଦ୍ର ବିଧବା କୁଆଁରୀ କେରକେଟା ଙ୍କ ଫୋନ ରୀଚାର୍ଜ କରି ଦିଅନ୍ତି l ଏପରି କି ବଜାର କୁ ଗଲେ ପନି ପରିବା କିଣି ଦିଅନ୍ତି କିନ୍ତୁ ନିଜର ଘରେ ଏ ସବୁ ସୁବିଧା କରନ୍ତି ନାହିଁ l ଏ ପ୍ରକାର ଅସୁବିଧା କୁ ସହ୍ୟ କରି ନ ପାରି ରାଜେନ୍ଦ୍ର କେରକେଟା ଙ୍କ ସ୍ତ୍ରୀ ଶ୍ରୀମତି ସେରୋଫିନା କେରକେଟା ତଲସରା ଥାନା ରେ ତାଙ୍କର ସ୍ୱାମୀ ରାଜେନ୍ଦ୍ର କେରକେଟା ଓ ବିଧବା କୁଆଁରୀ କେରକେଟା ଙ୍କ ନାଁ ରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପାଇ ତଲସରା ଥାନା ଅଧିକାରୀ ଦୁଇ ପକ୍ଷ କୁ ଡକାଇ ଅଭିଯୋଗ ବାବଦ ରେ ପଚରା ଉଚୁରା କରିଥିଲେ l ପରେ ଦୁଇ ପକ୍ଷ ମିଶି ବୁଝାମଣା ହୋଇଥିବା ପୋଲିସ ସୁତ୍ରରୁ ପ୍ରକାଶ । ଆଗାମୀ ଦିନରେ ଏହାର ଯେପରି ପୁନରାବୃତ୍ତି ନ ହୁଏ ଏଥିପାଇଁ ତଳସରା ଥାନା ଅଧିକାରୀ ଶ୍ରୀମତି ଯଶୋବନ୍ତି ବାଗ ଦୃଢ଼ ଭାବରେ ବୁଝାଇ ଥିଲେ ।
ପରିବାରର ଶୁଖ କୁ ଛାଡି ବିଧବା ମହିଳା ଙ୍କ ସହିତ ଯୋଡ଼ିଲେ ପ୍ରେମ ସମ୍ପର୍କ
|
August 25, 2026 |



