ଛୋଟ ଜାତି କହି ଚଲା ରାସ୍ତା ରେ ମହିଳା ଙ୍କୁ ମାଡ଼, ତଲସରା ଥାନାରେ ଅଭିଯୋଗ

Spread the love

ସୁନ୍ଦରଗଡ଼ ତା:୨୫-୧୧-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଛୋଟ ଜାତି କହି ଚଲା ରାସ୍ତା ରେ ଜଣେ ମହିଳା ଙ୍କୁ ମାଡ଼ ହୋଇଥିବା ନେଇ ଆଜି ତଲସରା ଥାନା ରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି l ସୂଚନା ଅନୁସାରେ ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ସୁନ୍ଦରଗଡ଼ର ରୋହିଣୀ ରୋହିଦାସ (୬୨)ଆଜି ସୁନ୍ଦରଗଡ଼ ରୁ ତୁମଳିଆ ଗ୍ରାମ ନିଜ ଜ୍ବାଇଁ ଘରକୁ କୁଣିଆଁ ଆସି ତୁମଳିଆ ବସଷ୍ଟାଣ୍ଡ ରେ ବସ ରୁ ଓଲ୍ହାଇ ରାସ୍ତାରେ ଚାଲି ଚାଲି ଘର ପର୍ଯ୍ୟନ୍ତ ଯାଉଥିବା ବେଳେ ସେହି ଗ୍ରାମ ର ଜଣେ ଭୀଷ୍ମ ବାରିକ ନାମକ ବ୍ୟକ୍ତି ଏହି ମହିଳା କୁ ଦେଖି ଅଶ୍ଳୀଳ ଭାଷାରେ ଗାଳି କରିବା ସହ ” ତୁ ଛୋଟ ଜାତି ଲୋକ, ତତେ ଏହି ରାସ୍ତା ରେ ଚାଲିବା ପାଇଁ କିଏ ଅଧିକାର ଦେଲା “ବୋଲି କହି ଏକ ବାଡ଼ିରେ ମହିଳା ଜଣଙ୍କୁ ଭୀଷ୍ମ ବାରିକ ମାଡ଼ ମାରିଥିଲେ କିନ୍ତୁ ମହିଳା ଜଣକ କିଛି ଉତ୍ତର ନ ଦେଇ ଚୁପଚାପ ଜୁଆଇଁ ଘରକୁ ଚାଲିଯାଇଥିଲେ। ଏତିକି ରେ ତାର ରାଗ ସରିନି l ଭୀଷ୍ମ ବାରିକ ମହିଳା ର ଜୁଆଇଁ ଘରକୁ ଯାଇ ନିଜେ ଉଲଗ୍ନ ହୋଇ ଲଢ଼ିଲା l କହିଲା ତୁମେ ଛୋଟ ଜାତି, ଏହି ଗାଁ ରେ ରହିବାକୁ ଦେବୁନି l ଯଦି ଜବରଦସ୍ତି ଏଠି ରହିଲେ ଜୀବନ ରେ ମାରି ସଫା କରିଦେବି ବୋଲି ଧମକ ଦେଇ ଦେଇଥିବା ଅଭିଯୋଗ କାରୀଙ୍କ ସୂତ୍ରରୁ ପ୍ରକାଶ ।ଏ ନେଇ ଆଜି ତଲସରା ଥାନା ରେ ଏକ ଲିଖିତ ଅଭିଯୋଗ ହେବା ପରେ ତଲସରା ପୋଲିସ ଘଟଣା ର ତଦନ୍ତ କରୁଥିବା ସୂଚନା ମିଳିଛି l

Related Posts

About The Author

Add Comment