ସିଡ୍ ଏବଂ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ବିଭିନ୍ନ ସ୍ଥାନରେ ଚାରା ରୋପଣ
ସିଡ୍ ଏବଂ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ବିଭିନ୍ନ ସ୍ଥାନରେ ଚାରା ରୋପଣ
Manas Kumar Rout |
July 30, 2018 |
ବଡଚଣା, (ସନ୍ଧାନ ନିୟୁଜ/ଆର୍ତତ୍ରାଣ ସାହୁ) ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ୱୋଚ୍ଚାସେବୀ ସଂଘଠନ ସିଡ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ମାନସ କୁମାର ରାଉତ ଏବଂ ନେହୁରୁ ଯୁବ କେନ୍ଦ୍ର ବଡଚଣା ସଂଯୋଜିକା ଅନୀତା ବେହେରାଙ୍କ ନେତୃତ୍ୱରେ କଦଳା ପର୍ବତ, ଅଗ୍ନିଶମ କାର୍ଯ୍ୟଳୟ ପରିସର ଏବଂ ଚଣିଖୋଲ ପୋଲିସ ପାଣ୍ଡି ପରିସରରେ ବିଭିନ୍ନ ଫଳନ୍ତି ଚାରା ରୋପଣ କରାଯାଇଥିଲା । ଏଥିରେ ସନ୍ତୋଷ କୁମାର ରାଉତ, ଅଗିଶମକେନ୍ଦ୍ର ଅଧିକାରୀ ପ୍ରଭାକର ସାହୁ, ରାଜେନ୍ଦ୍ର ନାଥ ମାରାଣ୍ଡି, ଦାମଦୋର ପିଙ୍ଗୁଆ, ଲଳିତ ମଲିକ, ଧରଣୀଧର ମହାନ୍ତି, ନଂରଂଜନ ମାନସିଂହ, ବିଜୟ କୁମାର ଦାସ, ରାଜେନ୍ଦ୍ର ନାୟକ, ବିଷ୍ଣୁ ଚନ୍ଦ୍ର ଭୋଇ, ବିକାଶ କୁମାର ସାମଲଏ ରମାକାନ୍ତ ସାମଲ,ଜନାର୍ଦ୍ଧନ ବେହେରା, ମାରୁତି ମଲିକ, ଉଗ୍ରସେନ୍ ବଳ
ପଣ୍ଡି ଅଧିକାରୀ ନାରାୟଣ ପ୍ରସାଦ ବେହେରା, କର୍ମଚାରୀ ଅଜୟ କୁମାର ମହାନ୍ତି, ସୁହେଲା ଆଜାଦ୍, ସୁରେନ୍ଦ୍ର ପଣ୍ଡା,
କଳାଳ ଗ୍ରାମର ରେଣୁବାଳା ପାତ୍ର, ସବିତା ପାତ୍ର, କୁନି ପାତ୍ର, କଳ୍ପନା ରାଉତ ପ୍ରମୁଖ ଚାରା ରୋପଣ କରିଥିଲେ । ପରେ ଗ୍ରାମରେ ବ୍ୟପକ ଚାରା ରୋପଣ, ପାଇଖାନା ତିଆରି କରିବା ସହିତ ପାଇଖାନର ବ୍ୟବହାର କରିବା ଉପରେ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା ।
Related Posts
About The Author