ସୁନ୍ଦରଗଡ ତା:୧୮/୫/୨୦୨୫(ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ସୁନ୍ଦରଗଡ ଜିଲ୍ଲା ତଳସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସବଡେଗା ବ୍ଲକର ରାଜପୁର ପଞ୍ଚାୟତର ରାଜପୁର ଗ୍ରାମରେ ଅପରେସନ ସିନ୍ଦୁର ର ସଫଲତା କୁ ନେଇ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଡେଭଲମେଣ୍ଟ ଗ୍ରୁପ ରାଜପୁର ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ସକାଳ ୮ଟା ୩୦ ମିନିଟ ରୁ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ହୋଇଥିବା ବେଳେ ସ୍ଥାନୀୟ ସରପଞ୍ଚ ସୁକୃତ ଚତ୍ରୀୟାଙ୍କ ତତ୍ତ୍ଵାବଧାନରେ ହୋଇଥିଲା ।ଏହି ଶୋଭାଯାତ୍ରା ସମ୍ପୂର୍ଣ ରାଜପୁତ ଗ୍ରାମ ପରିକ୍ରମା କରିଥିବା ବେଳେ ବହୁ ସଂଖ୍ୟାରେ ଅଞ୍ଚଳର ବରିଷ୍ଠ ନାଗରିକ ଯୋଗ ଦେଇଥିଲେ । ଏହି ଶୋଭାଯାତ୍ରା ଭାରତର ତିନି ବାହିନୀ ତଥା ସ୍ଥଳ ବାହିନୀ, ନୌବାହିନୀ,ଓ ଆକାଶ ବାହିନୀ ସମସ୍ତଙ୍କ ଗୁଣଗାନ କରିବା ସହିତ ଭାରତ ମାତା କି ଜୟ ନାରା ଅଞ୍ଚଳବାସୀଙ୍କ ମନରେ ଏକ ପ୍ରକାର ଶିହରଣ ସୃଷ୍ଟି କରିଥିଲା ।