ଶ୍ରୀନଗର: ୩ ଆତଙ୍କବାଦୀ ନିହତ

Spread the love
  • 1
    Share

ଶ୍ରୀନଗର (ସନ୍ଧାନ ନିୟୁଜ) : ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲା ତ୍ରାଲ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିୟରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀ ତିନିଜଣ ଜୈସ-ଇ-ମହମ୍ମଦ ସଂଗଠନର ବରିଷ୍ଠ ସଦସ୍ୟ ବୋଲି ଜଣାଯାଇଛି। ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏହି ଅଭିଯାନ ହୋଇଥିଲା। ଏହି ଅଭିଯାନରେ ସିଆରପିଏଫ୍‍ର ଜଣେ ଯବାନ ଆହତ ହୋଇଛନ୍ତି। ଜାମ୍ମୁ-କାଶ୍ମୀର ପୁଲିସ ମହାନିର୍ଦେଶକ ଏସପି ବୈଦଙ୍କ କହିବା ଅନୁଯାୟୀ ଗୁଳିବିନିମୟ ସ୍ଥଳରେ ଆହୁରି ୩ ଆତଙ୍କବାଦୀ ଲୁଚି ରହିଛନ୍ତି। ରିପୋର୍ଟ ଲେଖା ହେବା ସୁଦ୍ଧା ଘଟଣାସ୍ଥଳରେ ଗୁଳିବିନିମୟ ଜାରି ରହିଥିଲା।

  • 1
    Share

Related Posts

About The Author

Add Comment