ବୈଶିଙ୍ଗା ୨୫/୯(ସନ୍ଧାନ ନ୍ୟୁଜ୍ /ଲିଙ୍ଗରାଜ ପଣ୍ଡା): ବୈଶିଙ୍ଗା ଗ୍ରାମ ପଞ୍ଚାୟତର ଡାହିବାଡି ସାପ୍ତାହିକୀ ହାଟଟି ଏକମାତ୍ର ହାଟ, ଯେଉଁଠି ବାର୍ଷିକ ଦୁଇରୁ ତିନି ଲକ୍ଷ ଟଙ୍କା ରୋଜଗାର ହୋଇଥାଏ । ମାତ୍ର ପ୍ରଶାସନର ଆନ୍ତରିକତା ଅଭାବରୁ ରୋଜଗାରର ବାଟ ଏବେ ବନ୍ଦ ହେବାକୁ ବସିଲାଣି । ସପ୍ତାହରେ ବୁଧବାର-ଶନିବାର ଅନୁଷ୍ଠିତ ଏହି ହାଟ ଉପରେ ଜଳେଶ୍ବର, ବାଲେଶ୍ବର, ବାରିପଦା, ବେତନଟୀ, ଉଦଳା ଆଦି ଅଞ୍ଚଳରୁ ବ୍ୟବସାୟୀ ମାନେ ଆସିଥାନ୍ତି । ମାତ୍ର ହାଟର ଦୁରାବସ୍ଥା ଦେଖୁ ସମସ୍ତେ ବିତସ୍ପୃହ ହୋଇ ଗଲେଣି। ସୂଚନାଯୋଗ୍ୟ ଯେ, ମୁଖ୍ୟ ରାସ୍ତାରୁ ହାଟ ଭିତରକୁ ଯିବା ପାଇଁ ରାସ୍ତା ଏପରି ଦୟନୀୟ ଯେ ଆଣ୍ଠୁଏ ପାଣି କାଦୁଅ ପଚପଚ ରାସ୍ତାରେ ପରିବା ବିକାଳି ହାଟ ଭିତରକୁ ଯାଇ ନପାରି ରାସ୍ତା ପାର୍ଶ୍ବରେ ବିକ୍ରୀ କରୁଛନ୍ତି । ଫଳରେ ରାସ୍ତାରେ ଭିଡ ପରିଲକ୍ଷିତ ହେବା ସହ ଗାଡି ମୋଟର ଯାତାୟାତ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ସେହିପରି ହାଟ ଭିତରେ ବ୍ୟବସାୟୀଙ୍କ ପାଇଁ ଉଦ୍ଦିଷ୍ଟ ପକ୍କା ପିଣ୍ଡି ଗୁଡିକ ଅତି ନିମ୍ନ ମାନର ହୋଇଥିବାରୁ ଭାଙ୍ଗି ନଷ୍ଟ ହୋଇଗଲାଣି । ଏହାକୁ ଦେଖୁବି ମାହାସୁଲ ନେବାରେ କିନ୍ତୁ କମ୍ କରି ନାହାନ୍ତି । ସବୁଠାରୁ ବଡ କଥା ହେଲା ହାଟଟି ଭାଗିଦାରୀରେ ଋଲିଛି । ଆମଦାନୀ ହେଉଥିବା ପନିପରିବା ଓ ଶସ୍ୟ ବିକ୍ରୀ ଉପରେ ନିୟତ ବଜାର କମିଟି ବେତନଟୀ ମାହାସୁଲ ଆଦାୟ କରୁଛି । । ଅନ୍ୟାନ୍ୟ ଲୁଗା, ଡ୍ରେସ୍, ମନୋହରୀ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଉପରେ ପଞ୍ଚାୟତ ଆଦାୟ କରୁଛି । ଫଳରେ ହାଟର ମରାମତି ବା ସୌନ୍ଦର୍ଯ୍ୟକରଣ ଦାୟିତ୍ର କେହି ନେଉ ନାହାନ୍ତି । ନିୟନ୍ତି ତ ବଜାର କମିଟି ବେତନଟୀ ତିଆରି ହେବା ଠାରୁ ହାଟକୁ ନିଜ ଆୟ ଭକୁ ନେବା ପାଇଁ ବହୁ ଚେଷ୍ଟ। ଚଳାଇଥିଲେ ମଧ୍ୟ ନେଇପାରି ନାହିଁ । ପଞ୍ଚାୟତ ତରଫରୁ ହାଇକୋର୍ଟରେ ମାମଲା ବିଗରାଧୀନ ରହିଛି । ତେବେ ୨୦୦୨ରେ ତତ୍କାଳୀନ ସରପଞ୍ଚ ଲକ୍ଷ୍ମୀମଣୀ ସିଂ ହାଟର ମାହାକୁଲ ଆଦାୟ ଦାୟିତ୍ବ ସମ୍ପୂର୍ଣ୍ଣ ପାଇଥିଲେ ମଧ୍ୟ ନିୟନ୍ତ୍ରିତ ବଜାର କମିଟି ତରଫରୁ ଏକ ରହିତାଦେଶ ଆବେଦନ ଫଳରେ ମାମଲାଟି ଦିନଗଡି ଋଲିଥିଲା । ପରବର୍ତ୍ତୀ ସମୟରେ କୌଣସି ସରପଞ୍ଚ ଏହି ବିଷୟକୁ ଗୁରୁବ ନଦେବା ଫଳରେ ବଉଁ ମାନ ପର୍ଯ୍ୟନ୍ତ ଭାଗିଦାରୀରେ ଗଲିଛି । ତେଣୁ ପ୍ରଶାସନ ଯଦି ଏ ଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତି ତେବେ ଚାଲିଥିବା ସମାଧାନ । ହୋଇପାରନ୍ତା ଏବଂ ସବୁ ଦିଗରୁ ସମସ୍ତଙ୍କ ପାଇଁ ଉପକାରୀ ହୋଇପାରନ୍ତା ବୋଲି ସାଧାରଣରେ ଦାବି ହୋଇଛି ।