ଭୁବନେଶ୍ଵର,୦୩/୦୪ (ସନ୍ଧାନ ନିୟୁଜ) : ପବିତ୍ର ରାମନବମୀ ଅବସରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଆଜି ରଥକାଠ ଚିରା ଅନୁକୂଳ ହୋଇଛି। କଟକ ଖପୁରିଆ ସ୍ଥିତ ଓଏଫଡିସିର କରତ କଳରେ ଏହି ଅନୁକୂଳ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନର ମୁଦିନିଧି ଦଳ ଆଜ୍ଞାମାଳ ନେଇ ପହଞ୍ଚିବା ପରେ ପୂଜାର୍ଚ୍ଚନା କରାଯାଇ କାଠ ଚିରାବା ଆରମ୍ଭ କରଯାଇଥିଲା। ତିନିରଥ ପାଇଁ ତିନୋଟି କାଠ ପୂଜା କରାଯିବା ପରେ ଚିରା ଯାଇଥିଲା। ରଥଯାତ୍ରାର ବିଧି ବ୍ୟବସ୍ଥା ଅନୁଯାୟୀ ପ୍ରତି ବର୍ଷ ରାମନବମୀରେ ରଥକାଠ ଚିରା ଅନୁକୂଳ ହୋଇଥାଏ। ଏହି କାଠରେ ହୁଏ ରଥ ନିର୍ମାଣ। ପବିତ୍ର ଅଖୟ ତୃତୀୟାରେ ରଥ ନିର୍ମାଣ କାମ ଆରମ୍ଭ ହେବ। ରଥ ସଂହିତା ଅନୁସାରେ ତିନି ରଥ ପାଇଁ ମୋଟ ୮୬୫ଖଣ୍ଡ କାଠ ଆବଶ୍ୟକ। ଶେଠୀ ମଧ୍ୟରୁ ୧୯୩ଟି କାଠ ଥିବାବେଳେ ଆଉ ୬୭୨ଖଣ୍ଡ କାଠ ଦରକାର ପଡିବ।
ରଥ ନିର୍ମାଣ ପାଇଁ କାଠଚିରା ଅନୁକୂଳ ହେଲା
|
April 3, 2020 |