ମନ୍ତ୍ରୀ, ବିଧାୟକଙ୍କର ବିକାଶ ହେଲା ଲାଣ୍ଡୁଆ ଝରର ବିକାଶ ହେଲାନି

Spread the love
ଯାଜପୁର,୧୩/୦୭ (ସନ୍ଧାନ ନିଉଜ) ଯାଜପୁର ଜିଲ୍ଲା ବଡଚଣା ବ୍ଲକର ପାରିଆ ପଞ୍ଚାୟତର ଲାଣ୍ଡୁଆ ଝର ପ୍ରକଳ୍ପକୁ ଏହା ଭିତରେ ପୂରିଗଲାଣି ଦୀର୍ଘ 31ବର୍ଷ ।।1989 ମସିହାରେ ପୂର୍ବତନ ଜଳସେଚନ ମନ୍ତ୍ରୀ ଶ୍ରୀଯୁକ୍ତ ଭୂପିନ୍ଦର ସିଂହ
ଭିତ୍ତି ପ୍ରସ୍ତର ସ୍ଥାପନ ବା ଶୁଭ ଉଦ୍ଘାଟନ କରିଥିଲେ ।। ମନ୍ତ୍ରୀ ଆମର ଡିଆଁମାରି କୋଉଠୁ ଯାଇଁ କୋଉଠି ପହଞ୍ଚିଲେଣି ହେଲେ ପ୍ରକଳ୍ପ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ତ୍ୱରାନ୍ୱିତ ହୋଇପାରିଲା ନାହିଁ ।।ଡାଇଲଗ୍
ହିଟ ଫିଲ୍ମ ଫ୍ଲପ କୁହାଯାଉଥିବା ନେତା ତଥା ବଡଚଣାବାସୀଙ୍କର ନନା ନିଜର ପତିଆରା ଜାହିରି କରିବା ପାଇଁ ପୁନର୍ବାର ସେହି ପ୍ରକଳ୍ପକୁ 2018 ମସିହାରେ ଶିଳାନ୍ୟାସ କଲେ ହେଲେ କାମଘର ଶୂନ୍ ।।ଏଥିରୁ ସ୍ପଷ୍ଟ ଅନୁମାନ କରାଯାଏ ସରକାର ନିଜେ ନିଜର ଆତ୍ମ ପ୍ରଚାର ବା ଆଗକୁ ନିର୍ବାଚନ ଥିବା କଥା ଆଖି ଆଗରେ ରଖି ତରବରିଆ ଭାବରେ ଫଳକ ଲଗାଇ ଭୋଟ ହାତେଇବାର ମସୁଧାଥିଲା ଆଉ ସଫଳ ମଧ୍ୟ ହେଲେ ।।
ସବୁଠାରୁ ବଡକଥା ହେଲା ଏହି ଲାଣ୍ଡୁଆ ଝର ପ୍ରକଳ୍ପରେ 10ରୁ 15ଜଣ ଚାଷୀଙ୍କର
ପାଖାପାଖି 15ରୁ 20ଏକର ଜମି ଅଧିଗ୍ରହଣ ପରେ ମଧ୍ୟ ସେମାନେ ତାଙ୍କର
ନାର୍ଯ୍ୟ ଦାବିରୁ ଆଜିଯାଏଁ ବଞ୍ଚିତ ।।ନିଜର ଚାଷ ଜମି ହରାଇ ଚାଷୀକୂଳ ହାହତାସରେ,  ହେଲେ ଆଜି ପର୍ଯ୍ୟନ୍ତ ମିଳିନାହିଁ  ଜମିର ଧାର୍ଯ୍ୟ ମୂଲ୍ଯ ।।ଯଦି କେହି ନିଜର ଦାବି ପୂରଣ ପାଇଁ ଗୁହାରି କଲା ତେବେ ପ୍ରତିବଦଳରେ ମିଳୁଛି ସରକାରୀ ବାବୁମାନଙ୍କର ନାଲି ଆଖି ।।
ଏଥିନେଇ ବିଭାଗୀୟ ଅଧିକାରୀ ବା ମାଇନର ଇରିଗେସନ କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମଳିପାରି ନାହିଁ ।।ସାଧାରଣରେ ପ୍ରଶ୍ନ ଜମିହରା ନିରିହ ଚାଷୀ ନ୍ୟାୟ ପାଇବେ ନା ସରକାର ଆତ୍ମ ହତ୍ୟା କରିବା ପାଇଁ
ପ୍ରୋତ୍ସାହିତ କରିବେ ।
ଯାଜପୁରରୁ ବିମଳ ବେହେରା ଙ୍କ ରିପୋର୍ଟ ସନ୍ଧାନ ନ୍ୟୁଜ

Related Posts

About The Author

Add Comment