ଭର୍ଚୁଆଲ ମାଧ୍ୟମରେ ବିକଶିତ ଗାଁ ବିକଶିତ ଓଡ଼ିଶାର ଶୁଭାରମ୍ଭ
ସୁନ୍ଦରଗଡ ତା:୬/୨/୨୦୨୫(ସନ୍ଧାନ ନ୍ୟୁଜ/ ରାଜୁ ପଟେଲ ) ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଲରେ ଆଜି ବିକଶିତ ଗାଁ ବିକଶିତ ଭର ଚୁଆଲ ଉତଘାଟିତ୍ ହୋଇ ଯାଇଛି । ଏହି କ୍ରମରେ ବାଲିସଙ୍କରା ବ୍ଲକ ପରିସରରେ ବଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ର ପ୍ରତ୍ୟେକ ଅଞ୍ଚଳର ଅଞ୍ଚଳବାସୀ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ବାତ୍ତାକୁ ଅତି ଆଦର ସହକାରେ ଶୁଣିବାର ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକ ଅଧିକାରୀ ଜ୍ୟୋତିର୍ମୟୀ ପ୍ରଧାନଙ୍କ ତତ୍ତ୍ଵାବଧାନରେ ହୋଇଥିବା ବେଳେ ବ୍ଲକ ଅଧ୍ୟକ୍ଷ କୁଞ୍ଜଲତା ଭିତ୍ରିଆ,ଉପାଧ୍ୟକ୍ଷ ପିତାମ୍ବର ଶେଖର ଦେଓ, ଜିଲ୍ଲା ପରିଷଦ ସଭ୍ୟା ଜୟନ୍ତୀ ଏକା ଉପସ୍ଥିତ ଥିଲେ। ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ସାରା ଓଡ଼ିଶା ସମୃଦ୍ଧ୍ ଓଡ଼ିଶା ଗଠନ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।ଏଥିରେ ପ୍ରତ୍ୟେକ ଅଞ୍ଚଳ ରେ ଥିବା ପର୍ଯଟନସ୍ଥଳର ଉନ୍ନତି ହେବା ସହ ବିକାଶ ହେବ ତଥା ଶିକ୍ଷା ଓ କ୍ରୀଡା ଭିତ୍ତି ଭୂମିର ସମ୍ପ୍ରସାରଣ ହେବା ସହ ଆଧୁନିକକରଣ କରାଯିବ । ତା ସହିତ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରାଯିବାର ସ୍ଥିର କରାଯାଇଛି । ଏହି କାର୍ଯ୍ୟକ୍ରମକୁ ପାଞ୍ଚବର୍ଷରେ ସୁଦୃଢ଼ କରିବାପାଇଁ ପାଞ୍ଚ ହଜାର କୋଟି ଟଙ୍କାର ବ୍ୟୟ ବରାତ୍ କରିଥିବାର ମାନ୍ୟବର ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।