ପରିବେଶ ପ୍ରଦୂଷଣ କୁ ନେଇ ବିଧାନସଭା ପରିସରରେ ବୈଠକ ଅନୁଷ୍ଠିତ

Spread the love

ସୁନ୍ଦରଗଡ ତା:୩୦/୭/୨୦୨୬( ସନ୍ଧାନ ନ୍ୟୁଜ) ରାଜ୍ୟରେ ପରିବେଶ ପ୍ରଦୂଷଣର ବିଭିନ୍ନ ଦିଗର ଅନୁଧ୍ୟାନ ପାଇଁ ଗଠିତ ବିଧାନସଭା ଗୃହ କମିଟି (୨୦୨୬–୨୭) ର ଗତକାଲି ବିଧାନସଭା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହିବୈଠକରେ ସୁନ୍ଦରଗଡ଼ ଜିଲ୍ଲାର ପ୍ରଦୂଷଣ ଜନିତ ବିଭିନ୍ନ ସମସ୍ୟା କୁ ନେଇ ମାନନୀୟା ବାଚସ୍ପତି ତଥା କମିଟିର ଅଧ୍ୟକ୍ଷା ଶ୍ରୀମତୀ ସୁରମା ପାଢ଼ୀ ଙ୍କ ଦୃଷ୍ଟି ଆକର୍ଷଣ କରାଜାଇଥିଲା । ସୁନ୍ଦରଗଡ଼ ଜିଲ୍ଲା ଆଜି ରାଜ୍ୟର ଶିଳ୍ପ ବିକାଶର ଏକ ପ୍ରମୁଖ କେନ୍ଦ୍ର କିନ୍ତୁ ଏହି ବିକାଶର ଭାର ସାଧାରଣ ଲୋକଙ୍କୁ ପରିବେଶ ପ୍ରଦୂଷଣ ରୂପେ ବହନ କରିବାକୁ ପଡ଼ୁଛି। ଜିଲ୍ଲାରେ ଫ୍ଲାଏ ଆଶ୍ ସମସ୍ୟା, ବିଭିନ୍ନ ଶିଳ୍ପାଞ୍ଚଳରେ ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ଏବଂ ଶିଳ୍ପ ବର୍ଜ୍ୟବସ୍ତୁର ଅବ୍ୟବସ୍ଥିତ ପରିଚାଳନା ଯୋଗୁଁ ଜନସ୍ୱାସ୍ଥ୍ୟ, କୃଷି, ଜଳସମ୍ପଦ ଓ ପରିବେଶ ଗୁରୁତର ଭାବେ ପ୍ରଭାବିତ ହେଉଛି।ବିକାଶ ସହ ପରିବେଶର ସନ୍ତୁଳନ ରକ୍ଷା କରିବା ଶିଳ୍ପ ସଂସ୍ଥାମାନଙ୍କର ନୈତିକ ଦାୟିତ୍ୱ। ସୁନ୍ଦରଗଡ଼ବାସୀଙ୍କ ସ୍ୱାସ୍ଥ୍ୟ ଓ ଭବିଷ୍ୟତ ସହ କୌଣସି ପ୍ରକାରର ଅବହେଳା ଗ୍ରହଣୀୟ ନୁହେଁ ବୋଲି ଉପବାଚସ୍ପତି ଶ୍ରୀଯୁକ୍ତ ଭବାନୀଶଙ୍କର ଭୋଇ ମତ ରଖିଥିଲେ । ତେଣୁ ଏହି ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ, କଠୋର ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ଏବଂ ଦାୟୀ ଶିଳ୍ପ ସଂସ୍ଥାମାନଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ କମିଟି ଅଧ୍ୟକ୍ଷା ଙ୍କ ସମ୍ମୁଖରେ ଦାବି ଉପସ୍ଥାପନ କରାଯାଇଥିଲା। ସୁନ୍ଦରଗଡ଼ର ଜନସ୍ୱାର୍ଥ, ପରିବେଶର ସୁରକ୍ଷା ଓ ଲୋକଙ୍କ ଅଧିକାର ପାଇଁ ସଂଘର୍ଷ ନିରନ୍ତର ଜାରି ରହିବ। ଲୋକଙ୍କ ସ୍ୱରକୁ ସର୍ବଦା ସରକାରଙ୍କ ପହଞ୍ଚାଇବା ପାଇଁ ମୋର ପ୍ରାଥମିକତା ବୋଲି ତଳସରା ବିଧାୟକ ତଥା ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ କହିଥିଲେ ।

Related Posts

About The Author

Add Comment