ବେଆଇନ ମଦ ବିକ୍ରି ଅଭିଯୋଗରେ ୪ ଜଣ ଗିରଫ

Spread the love
ପାଟଣା ,୨୪/୦୧/୨୦୧୨ (ସନ୍ଧାନ ନିଉଜ) ବେଆଇନ ମଦ ବିକ୍ରି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ୍ । ଏମାନଙ୍କ ଠାରୁ ମୋଟ ୩୮ ଲିଟର ମହୁଲି ମଦ ଜବତ କରାଯାଇଛି । ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଓ ତୁରୁମୁଙ୍ଗା ଥାନା ଅଞ୍ଚଳରେ ।

ତେବେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ପାଟଣା ଥନା ଉଦୟପୁର ଗ୍ରାମ କୁକୁଡ଼ିଆପଶି ସାହିର ବେଣୁଧର ମହାନ୍ତ, ତୁରୁମୁଙ୍ଗା ଥାନା ଅଞ୍ଚଳର ପଡିଆପଶି ଗ୍ରାମର ସଦା ନାଏକ, ଜାମୁଦାର ସୁଷମା ନାଏକ ଓ ଖୀରେଇ ଟାଙ୍ଗିରୀ ଗ୍ରାମର ରଞ୍ଜୁଲତା ନାଏକ ।

ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶକ୍ରମେ ପାଟଣା ଅବକାରୀ ଥାନା ଅଧିକାରୀ ଜନାର୍ଦ୍ଦନ ପଲେଇଙ୍କ ଚଢ଼ାଉ କରିଯାଇଛି । ଏହି ଚଢ଼ାଉରେ ଏଏସଆଇ ରଙ୍ଗାଧର ପାତ୍ରଙ୍କ ସମେତ ଅବକାରୀ ଥାନାର କର୍ମଚାରୀ ସାମିଲ ଥିଲେ ।

Related Posts

About The Author

Add Comment