ରାଉରକେଲା, ୦୮/୦୧/୨୧ (ସନ୍ଧାନ ନିଉଜ) : ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ଆସନ୍ତାକାଲି ଶୁକ୍ରବାର ଠାରୁ ସ୍କୁଲ ଖୋଲୁଥିôବା ବେଳେ, ଏହାକୁ ନେଇ ଆଜି ଠାରୁ ବିଭିନ୍ନ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଦେଖିବାକୁ ମିଳିଛି । ଆସନ୍ତାକାଲି ଚଳିତ ବର୍ଷ ମେ’ ମାସରେ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ସ୍କୁଲର ଶ୍ରେଣୀକକ୍ଷରେ ପାଦ ଥାପିବେ । ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ମାଟ୍ରିକ ପରୀକ୍ଷା(ବୋର୍ଡ)କୁ ଦୃଷ୍ଟିରେ ରଖି ଚଳିତ ମାସ ୧୦ ତାରିଖରେ ପରୀକ୍ଷା ନିମନ୍ତେ ଫର୍ମ ପୂରଣ କରାଯିବ । ଏହାପୂର୍ବରୁ ଶ୍ରେଣୀକକ୍ଷରେ କୋଭିଡ଼ ନିୟମ ଅନୁଯାୟୀ ଅଳ୍ପ ସଂଖ୍ୟକ ପିଲାଙ୍କୁ ନେଇ କିପିରି ପାଠ ପଢାଯିବ ଓ ୧୦୦ ଦିନରେ ଯେପରି ପାଠପଢା ସମୂର୍ଣ୍ଣ କରାଯିବ ତାହାକୁ ନେଇ ଦକ୍ଷିଣ ରାଉରକେଲା ଅଂଚଳରେ ଥିôବା ବିିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ପ୍ରାକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି ।
ପୂର୍ବରୁ ସ୍କୁଲ ଖୋଲିବା ବିଜ୍ଞପ୍ତି ସରକାରଙ୍କ ପକ୍ଷରୁ ପ୍ରକାଶ ପାଇବା ପରେ ରାଉରକେଲାର ଉଦିତନଗର ଉଚ୍ଚ ବିଦ୍ୟାଳୟ, ବାସନ୍ତୀ କଲୋନୀ, ଡେଲି ମାର୍କେଟ, ଓଏସଏପି ସମେତ ଅନ୍ୟ ହାଇସ୍କୁଲ , ଦକ୍ଷିଣ ରାଉରକେଲାର ଅଂଚଳର ସୋନାପର୍ବତ ସରକାରୀ ଉଚ୍ଚ ବିଦ୍ୟାଳୟ, ଆଦର୍ଶ ବିଦ୍ୟା ମନ୍ଦିର, ଜଲଦା ସରକାରୀ ଉଚ୍ଚ ବିଦ୍ୟାଳୟ, ଜଲଦା ବାଳିକା ଉଚ୍ଚ ବିଦ୍ୟାଳୟ, ଫକୀର ମୋହନ ବିଦ୍ୟାପୀଠ,ବିର୍ସା ମୁଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ, ଜ୍ଞାନୋଦୟ ଉଚ୍ଚ ବିଦ୍ୟାଳୟ ସମେତ ଦେଓଗାଁ, ରାମଯୋଡ଼ି,ମୁଣ୍ଣାଯୋର, ମନକୋ, ଟାଇଁସର, ଲାଠିକଟା ଆଦି ଅଂଚଳରେ ଥିôବା ସ୍କୁଲ ଗୁଡ଼ିକ ପକ୍ଷରୁ ବିଦ୍ୟାଳୟର ସମସ୍ତ ଶ୍ରେଣୀ ଗୃହକୁ କର୍ମଚାରୀଙ୍କ ଦ୍ୱାରା ଝାଡୁ ଦ୍ୱାରା ପରିଷ୍କାର ପରିଚ୍ଛନ କରାଯିବା ପରେ କୋଠରୀ ଗୁଡ଼ିକୁ ଧୂଆ ଯାଇଥିଲା ପରେ ବିଭିନ୍ନ ରାସାନିୟକ ଦ୍ୱାରା ଶ୍ରେଣୀକକ୍ଷ ଗୁଡ଼ିକ ବିଶୋଧିତ କରାଯାଇଥିଲା । ଏହାସହ ପ୍ରତି ବିଭାଗରେ୨୦ରୁ ୨୫ ପିଲା ବସିବା ପାଇଁ ଚକ ଖଡ଼ି ଦ୍ୱାରା ପିଲାଙ୍କ ରୋଲ ନମ୍ବର ପ୍ରତି ବେଂଚରେ ର୍ମାର୍କିଙ୍ଗ କରାଯାଇଥିଲା । ଏହାସହ ପ୍ରତି ବିଦ୍ୟାଳୟ ବାରଣ୍ଡାରେ ଗୋଲାଇ ଅଙ୍କିତ କରାଯାଇଛି । ଏହି ସବୁ ବୃତରେ ପିଲାମାନେ ଛିଡ଼ା ରହି ସାମାଜିକ ଦୂରତା ବଜାୟ ରଖିବେ । ପୂର୍ବରୁ ପିଲାମାନେ ପାଖାପାଖି ବସୁଥିôବା ବେଳେ, ଏଣିକି ସାମାଜିକ ଦୂରତା ରକ୍ଷା କରି ବେଂଚରେ ବସି ଶିକ୍ଷା ଆହରଣ କରିବା ସହ, ପରସ୍ପର ମଧ୍ୟରେ ହାତ ନମିଳାଇବା ପାଇଁ ବିଦ୍ୟାଳୟ କର୍ତୃପକ୍ଷ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହା ବ୍ୟତୀତ ବିଦ୍ୟାଳୟରେ ସାନିଟାଇଜର, ହାତଧୁଆ ସାବୁନ, ପିଇବା ପାଣି ଆଦିର ବ୍ୟବସ୍ଥାକୁ ସଂପୃକ୍ତ ବିଦ୍ୟାଳୟର କର୍ତୃପକ୍ଷ/ କର୍ତୃପକ୍ଷା ପ୍ରତ୍ୟକ୍ଷ ଭାବେ ତଦାରଖ କରିଥିଲେ । ଆସନ୍ତାକାଲି ସ୍କୁଲ ଖୋଲିବାକୁ ଯାଉଥିôବା ବେଳେ, ସ୍କୁଲ ୟୁନିଫର୍ମ ସହ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧି ସ୍କୁଲ ଆସିବାକୁ ଛାତ୍ରଛାତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରକାଶ ଥାଉକି, କରୋନା ମହାମାରୀ ଯୋଗୁ ଗତ ୧୦ ମାସ ଧରି ଶିକ୍ଷାର ମନ୍ଦିର ସ୍କୁଲ ଗୁଡ଼ିକରେ ତାଲା ଝୁଲୁଥିବା ବେଳେ, ନୂଆବର୍ଷରେ ସ୍କୁଲ ଖୋଲିବା ପରେ ସ୍କୁଲରେ ୧୦୦ ଦିନର ପାଠପଢା ଓ ସ୍କୁଲର ଶୈକ୍ଷିକ ପରିବେଶର ସ୍ପର୍ଶ ପାଇବାରେ ଶହଶହ ଛାତ୍ରଛାତ୍ରୀ ଅପେକ୍ଷାରତ ଥିବା ବେଳେ, ଖୁବ ଅଳ୍ପ ସମୟ ମଧ୍ୟରେ ୧୦୦ ଦିନର ପାଠପଢା ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ପାଇଁ ଏକ ଗୁରୁ ଦାୟିତ୍ୱ ପାଲଟିଛି ।
ବିଶୋଧିତ ସ୍କୁଲରେ ପ୍ରଥମ ଦିନରେ ପାଦ ଥାପିଲେ ବିଦ୍ୟାର୍ଥୀ!
|
January 8, 2021 |
