ଯାଜପୁର ସଦର, ୧୩ା୦୪: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ରସୁଲପୁର ତହସିଲ ସମ୍ମୁଖରେ ବିଭିନ୍ନ ଦାବୀକୁ ନେଇ ପ୍ରଶାସନର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ଏବଂ ଆଇନି ପଦକ୍ଷେପ କାର୍ଯ୍ୟ କରାଯାଉଥିବା ବିରୋଧରେ ଜିଲ୍ଲା ଆମ୍ବେଦକର ଚାରିଟେବଲ ଟ୍ରଷ୍ଟ ତରଫରୁ ଆଜି ୫ଦଫା ଦାବୀକୁ ନେଇ ରସୁଲପୁର ତହସିଲ କାର୍ଯ୍ୟାଳୟ ପରିଶରରେ ବିକ୍ଷୋଭ କରାଯିବା ସହିତ ଆନ୍ଦୋଳନ କରାଯାଇଥିଲା । ରାଜ୍ୟପାଳଙ୍କ ଉଦ୍ଦେଷ୍ୟରେ ତହସିଲଦାର ନିରଂଜନ ସାହୁଙ୍କୁ ଦାବିପତ୍ର ପ୍ରଦାନ କରାଯିବା ସହିତ ଦାବି ଗୁଡ଼ିକ ମଧ୍ୟରେ ରହିଥିବା ଖରସ୍ରୋତା ନଦୀ ମଧ୍ୟରୁ ବେଆଇନ ଭାବେ ବାଲି ଉତ୍ତୋଳନ, ରସୁଲପୁର ପାଂୟତରର ବ୍ୟାସନଗର ଅଞ୍ଚଳରୁ ବେଧଡ଼କ ଭାବେ ବାଲି ଚୋରା ଚାଲାଣ ବନ୍ଦ କରାଯିବା, ୧୯୭୪ ଭୂଦାନ ଆନ୍ଦୋଳନ ସମୟରେ ରାଜ୍ୟ ସରକାରଙ୍କ ଯୋଜନା ଅନ୍ତର୍ଭୁକ୍ତ ହୋଇଥିବା ରସୁଲପୁର ପଂଚାୟତର ସୁଆସାହି ମୌଜାର ଅନେକ ଦଳିତ ପରିବାର ହାସଲ ଲିଜ ପଟା ମଧ୍ୟରୁ ଗତ ବନ୍ଦୋବସ୍ତ ସମୟରେ କେତେକଙ୍କ ନାମରେ ସ୍ଥାୟୀପଟା କରାଯାଇଥିବା ବେଳେ, ଦଳିତଙ୍କୁ ମାଗଣାରେ ଆଇନି ସେବା ଯୋଗାଇ ଦେବାଲାଗି ବିଭିନ୍ନ ସମସ୍ୟାକୁ ନେଇ ସଂଗଠନ ପକ୍ଷୁ ୫ଦଫା ଦାବି ପତ୍ର ରାଜ୍ୟପାଳଙ୍କ ଉଦ୍ଦେଷ୍ୟରେ ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା । ଏହି ଆନ୍ଦୋଳନରେ ଟ୍ରଷ୍ଟ ସଭାପତି ଗୟାଧର ମଲିକ, ଉପସଭାପତି ରବିନ୍ଦ୍ର ମଲିକ, ସହ ସମ୍ପାଦକ ଅକ୍ଷୟ ମଲିକଙ୍କ ନେତୃତ୍ୱରେ ଏଥରେ ବହୁ ଲୋକ ସାମିଲ ହୋଇ କୁଆଖିଆ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ତହସିଲଦାରଙ୍କ କାର୍ଯ୍ୟାଳୟରେ ପହଁଞ୍ଚ ଆନ୍ଦୋଳନ କରିଥିଲେ । ଏହି କାର୍ଯ୍ୟକ୍ରମ କ୍ଷୀରୋଦ ମଲିକ, ଚନ୍ଦନ ମଲିକ, ରାହାସ ମଲିକ ପରିଚାଳନା କରିଥିବା ବେଳେ, କୁଆଖିଆ ଥାନା ପୋଲିସ ଭାଗବତ ମାହାଲା, ହେମଲତା ଦାସ, ଏସଆଇ ପିକେ ମଲିକ ଉପସ୍ଥିତ ଥିଲେ ।
ବିଭିନ୍ନ ଦାବୀକୁ ନେଇ ରସୁଲପୁର ତହସିଲ ଆନ୍ଦୋଳନ କରାଗଲା
|
April 15, 2024 |