ପୁରୀ, ୨୮/୧୦ (ସନ୍ଧାନ ନିୟୁଜ) ଗୋଟିଏ ପଟେ ରାଜ୍ୟସରକାର ଐତିହ୍ୟସମ୍ପର୍ଣ୍ଣ ଶଙ୍ଖକ୍ଷେତ୍ର ପୁରୀକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ଓ ବାରମ୍ବାର ଆଲୋଚନା ହେଉଛି ସୁରକ୍ଷା ନିମନ୍ତେ ଜିଲ୍ଲା ପ୍ରଶାସନର। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରୁ ଜବରଦଖଲ ଉଚ୍ଛେଦ କରାଯାଉଛି । ଅପରପକ୍ଷରେ ଏବେ ଶ୍ରୀମନ୍ଦିର ସୁରକ୍ଷା ନେଇ ଆଶଙ୍କା ସୃଷ୍ଟି ହୋଇଛି । କାରଣ ବାରମ୍ବାର ଶ୍ରୀମନ୍ଦିରର ଭିତର ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି । ପୂର୍ବରୁ ବାରମ୍ବାର ଶ୍ରୀମନ୍ଦିର ଭିତର ବେଢାର ଫଟୋ ଭାଇରାଲ ହୋଇଥିବା ବେଳେ ଆଜି ପୁଣି ଭାଇରାଲ ହୋଇଛି ଭିତର ବେଢାର ଦୃଶ୍ୟ । ଟିକଟକରେ ଏହାର ଏକ ଭିଡ଼ିଓ ଭାଇରାଲ ହୋଇଛି । ଜଣେ ଯୁବତୀ ନିଜ ଆକାଉଣ୍ଟରେ ଏହି ଭିଡ଼ିଓ ପୋଷ୍ଟ କରିଥିବା ଜଣାପଡିଛି । ବେଢା ଭିତରେ ଭୋଗମଣ୍ଡପ ସମ୍ମୁଖ ଓ ଭୋଗ ପାଇଁ ଅବଢା ବୁହାଯିବାର ଦୃଶ୍ୟ ଭାଇରାଲ ହୋଇଛି । ତେବେ ଭାଇରାଲ ଭିଡ଼ିଓ ନେଇ ଏଯାଏ କୌଣସି ଏତଲା ହୋଇନଥିବା ସୂଚନା ମିଳିଛି । ଏଠାରେ ଉଲ୍ଲେଖଯୋଗ୍ୟ କିଛିଦିନ ତଳେ ଆନନ୍ଦବଜାରରେ କିଛି ବ୍ୟକ୍ତି ମହାପ୍ରସାଦ ସେବନ କରୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହାକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା । ଆଉ ଏବେ ପୁଣିଥରେ ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ ହେବାପରେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଠି ପ୍ରଶ୍ନ ଉଠୁଛି ଏବେ ପବିତ୍ର କାର୍ତ୍ତିକ ମାସ ଚାଲିଥିବା ବେଳେ ପୁରୀ ରେ ଚାରିଆଡେ ଷ୍ଟେସନ ରୁ ସ୍ୱଗଦ୍ୱାର ମନ୍ଦିର ବସଷ୍ଟାଣ୍ଡରେ ପୋଲିସ ପୁଣି ଶ୍ରୀମନ୍ଦିରର ଚାରିଦୁଆରରେ ମାଳ ମାଳ ପୁଲିସ । ପୂରା ଶ୍ରୀକ୍ଷେତ୍ର ପୋଲିସ ଛାଉଣୀରେ ରହିଛି । ଏହାପରେ ମଧ୍ୟ କିଭଳି ଶ୍ରୀମନ୍ଦିର ଭିତର ବେଢାର ଫଟୋ ଭାଇରାଲ ହେଲା ତାହାକୁ ନେଇ ସବୁଆଡେ ଚର୍ଚ୍ଚା ଜୋର ଧରିଛି ।
ପୁରୀ ଜିଲ୍ଲା ପ୍ରତିନିଧି ଲାଲା ଅନନ୍ତ କୁମାର ସିଂହ I