ଜେନାପୁର, ୩୦/୦୬ (ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ) ଗ୍ରାମାଞ୍ଚଳରେ ଲୋକମାନଙ୍କ ପାଖରେ ସ୍ବାସ୍ଥ୍ୟ ସେବା ପହଁଚେଇବା ଉଦ୍ୟସରେ ସରକାର ଆଶାଦିଦି ମାନଙ୍କୁ ନିଯୁକ୍ତି ଦେଇଛନ୍ତି । ଆଗକୁ କିଛିଦିନ ଧରି କରୋନାର ପ୍ରଭାବ ବଢ଼ି ଚାଲିଥିଲା ବେଳେ ଏହି ଆଶା ଦିଦି ମାନଙ୍କୁ ସରକାର କରୋନା ଯୋଦ୍ଧା ଭାବରେ ଗ୍ରହଣ କରି ସେମାନଙ୍କ ଉପରେ ଗାଁରୁ କରୋନା ସନ୍ଦିଗ୍ଧ ଚିହ୍ନଟ କରିବା ପାଇଁ ଦାଇତ୍ୱ ନ୍ୟସ୍ତ କରିଛନ୍ତି।ଏ ପରି ସମୟରେ ଜଣେ ଆଶା ଦିଦିଙ୍କୁ ଅଶୀଳ ଗାଳିଗୁଲଜ କରିଥିବାର ଥାନାରେ ଅଭିଯୋଗ ପରେ ମଧ୍ୟ ଜେନାପୁର ପୁଲିସ ତାଙ୍କୁ ଗିରଫ କରି ନଥିବାର ଅଭିଯୋଗ ଆଣିଛନ୍ତି।ଖବର ଅନୁଯାୟୀ ଜେନାପୁର ଥାନା ଅଧିନ ଜେନାପୁର ଗ୍ରାମରେ ବାସକରୁଥିବା ଆଶା ଦିଦି କୁନି ରାଉତ ସ୍ୱାମୀ ସ୍ବର୍ଗତ ମନ୍ଥନ ରାଉତ ତାଙ୍କ ପଡୋଶୀ କରୁଣା କର ଭୂୟାଁ(୭୬)ପିତା ଜଗନ୍ନାଥ ଭୂୟାଁଙ୍କ ନାମରେ ଏଭଳି ଅଭିଯୋଗ ଆଣିଛନ୍ତି।ଅଭିଯୋଗ ଅନୁଯାୟୀ ଆଶା ଦିଦି ଘଟଣା ଦିନ ତାଙ୍କ ଘରପାଖ ଏକ ବରଗଛ ମୂଳରେ ବସିଥିବା ସମୟରେ ସେହି ଗ୍ରାମର କିଛି ଯୁବକ ତାଙ୍କୁ କହିଥିଲେ କି ଦିଦି ଜଣେ ଅଙ୍ଗନବାଡ଼ି କର୍ମୀ ଓ ଜଣେ ଆଶା ଦିଦି ଏବେ କରୋନା ଅକାର୍ନ୍ତ ହେଇଛନ୍ତି ।ତମେ ଟିକେ ହୁସିଆର ଚଳୁଥିବ ଉତ୍ତରରେ ସେ କହିଲେକି ଆମକୁ ସରକାର କରୋନା ଯୋଦ୍ଧା ଘୋଷଣା କରିଛନ୍ତି ଆମେ ମଲେ ଲକ୍ଷେ ଜିଇଲେ ଲକ୍ଷେ ପୁଅ ପଚାଶ ଲକ୍ଷ ପାଇଲେ ମତେ ଭୁଲିଯିବ ବାସ ଏତିକିରେ ପଡୋଶୀ କରୁଣାକର ପୂର୍ବ ଶତ୍ରୁତାକୁ ନେଇ ଉକ୍ତତ୍ୱ ହୋଇ ଅଶୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏନେଇ ସେ ଗତ ଦୁଇ ତାରିଖରୁ ଥାନାରେ ଅଭିଯୋଗ କରିଥିଲେ ହେଁ ଥାନା ଅଧିକାରୀ ନିଜର ଅସ୍ତ୍ରୋପଚାର ପାଇଁ ଅନୁପସ୍ଥିତ ଥିବା ସତ୍ୟେ ଦୁଇ ଥର କରୁଣାକର କୁ ଡକାଇ ପଠାଇଥିଲେ।କିନ୍ତୁ ସେ ଥାନାକୁ ଆସିନଥିଲେ।ପୁନର୍ବାର ଆଶା ଦିଦି ଆସି ଅଭିଯୋଗ କଲାପରେ ସେ ଥାନାକୁ ଆସିଥିଲେ।ସେଠାରେ ଉଭୟପକ୍ଷଙ୍କ ମଧ୍ୟରେ ବୁଝାମଣା ଅନୁଯାୟୀ ସେ ଆଶା ଦିଦିଙ୍କୁ କେବେ ଶୋଦା ବେଜିତ୍ ନ କରିବାକୁ ଲିଖିତ ପ୍ରତିଶୃତି ଦେଇଥିଲେ।କିନ୍ତୁ ସେ ଗତ ୨୭ ତାରିଖରେ ପୁଣି ତାକୁ ଅଶୀଳ ଭାଷାରେ ବେଜିତ୍ କରିବାର ଅଭିଯୋଗ କରିଥିଲେ ମଧ୍ୟ ଥାନା ପକ୍ଷରୁ କେବଳ କେସ ରୁଜୁ କରିଦେଇ କର୍ତ୍ତବ୍ୟ ସାରିଦେଇଥିବା ଅଭିଯୋଗ କରିଛନ୍ତି।କେସ ନମ୍ବର ୧୮୬/୨୦ ରେଏକ କେସ ରିଜୁ କରାଯାଇଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ କହିଛନ୍ତି। ଏହି ଘଟଣାରେ ଅଭିଯୁକ୍ତ କରୁଣାକର ଗତ ୨୬ ତାରିଖ ଦିନ ତାଙ୍କୁ ଥାନାରେ ଅସଦ ବ୍ୟବହାର କରାଯିବା ସହିତ ମାଡ଼ ମାରିଥିବାର ଅଭିଯୋଗ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିବା ଜଣା ଯାଉଛି । ଏହି ବିଷୟରେ ଥାନା ଅଧିକାରୀଙ୍କୁ ପଚାରିବାରୁ କୌଣସି ପତିକ୍ରିୟା ଦେଇନଥିଲେ |
ଏଠି ପ୍ରଶ୍ନ ଉଠୁଛି, କି କରୁଣାକର ଜଣେ ମହିଳା କରୋନା ଯୋଦ୍ଧା ଙ୍କୁ ଦୁର୍ବ୍ୟବହାର କରିବା ଏବଂ ପରେ ଜେନାପୁର ଥାନାରେ ,ASI ସମାଲ ବାବୁଙ୍କ ଦ୍ୱାରା ପରେ ବୁଝାବଣା କରେଇବା ପରେ କେଉଁ ନ୍ୟସ୍ତ ସ୍ଵାର୍ଥ ପୂରଣ କରିବାକୁ ଯାଇ ଥାନା ଅଧିକାରୀ ସୁଶାନ୍ତ ଦାସଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରିଛନ୍ତି କି ଯଦି, କରିଛନ୍ତି କଣ ପାଇଁ?
ଅନ୍ୟପଟରେ ଥାନା ଅଧିକାରୀ କରନା ଯୋଦ୍ଧଙ୍କୁ ଗାଳୀ କରିବା ଏବଂ ସରକାରୀ କାର୍ଯ୍ୟରେ ବାଧା ଦେବା ବ୍ୟକ୍ତିଙ୍କ ନାମରେ ମାମଲା କରି ସମାଧାନ କରିଥିଲେ | ତାଙ୍କୁ ଗିରଫ ନକରି ସମାଧାନ କରିବାର ଲକ୍ଷ୍ୟ କଣ? ତେବେ ଦୋଷୀ ଯିଏ ହେଉ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ମତ ପ୍ରକାଶ ପାଉଛି |