ବହୁ ଅପେକ୍ଷାର ଅନ୍ତ ଘଟିଲା ମର୍ଜିତାପୁରରେ କୃଷକ ସେବା କେନ୍ଦ୍ର ଉଦଘାଟିତ ହେଲା

Spread the love

ଜେନାପୁର,/୨୫/୧୨( ସନ୍ଧାନ ନ୍ୟୁଜ୍) ; ଦୀର୍ଘ ଦିନର ଉଦ୍ୟମ ସଫଳ ହେଲା ଯୁବ ଭାରତ କୃଷକ ସଂଘ ପକ୍ଷ୍ୟରୁ ଯାଜପୁର,କୁଆଖିଆ,ମର୍ଜିତାପୁର ଭଳି ବିଭିନ୍ନ ସ୍ଥାନରେ ଖୋଲିଲା କୃଷକ ସେବା କେନ୍ଦ୍ର । ସେହିପରି ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ମର୍ଜିତାପୁର ପଞ୍ଚାୟତ ଅଧିନସ୍ଥ ମର୍ଜିତାପୁର କଲ୍ୟାଣ ମଣ୍ତପ ନିକଟରେ ଯୁବ ଭାରତ କୃଷକ ସଂଘ ପକ୍ଷରୁ ଏକ କୃଷକ ସେବା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏଥିରେ ରାଜ୍ୟ ସଂଘ ସଭାପତି ପ୍ରଭାକର ନାୟକ ଯୋଗଦେଇ ସେବା କେନ୍ଦ୍ରକୁ ଲୋକାର୍ପଣ କରି କୃଷକମାନଙ୍କ ପାଇଁ ଏହି ସେବା କେନ୍ଦ୍ର ବତିଖୁଣ୍ଟ ସଦୃଶ କାର୍ଯ୍ୟ କରିବ ବୋଲି କହିଥିଲେ । ଏହି ଉପଲକ୍ଷେ ଆୟୋଜିତ ଏକ କୃଷକ ସଭାରେ ଜିଲ୍ଲା ସଭାପତି ରାଜକିଶୋର ସାମଲ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି ଶ୍ରୀ ନାୟକ ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଉପଦେଷ୍ଟା ନକୁଳ ଚରଣ ରାଉତ ଯୋଗଦେଇ କୃଷକ ସେବା କେନ୍ଦ୍ର ହିଁ କେବଳ କୃଷକମାନଙ୍କୁ ଅନ୍ଧକାରରୁ ମୁକ୍ତିର ଆଲୋକ ଦେଖାଇବ ବୋଲି ପ୍ରକାଶ କରିଥିଲେ । କେନ୍ଦ୍ରର ପରିଚାଳକ ବିଚିତ୍ର କୁମାର ଭଦ୍ର ଅତିଥିମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ସ୍ଥାନୀୟ ଆଖପାଖ ଅଞ୍ଚଳ ବହୁ ସଂଖ୍ୟକ ଯୁବ ଚାଷୀ ଉକ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଏହି କେନ୍ଦ୍ରରେ କୃଷକମାନଙ୍କ ପରିଚୟ ପତ୍ର ମାଗଣା, ମାଟି ପରୀକ୍ଷା ଓ ଅନ୍ୟାନ୍ୟ ସେବା ଆଦି ଉପଲବ୍ଧ ହେବ ବୋଲି ସେବା କେନ୍ଦ୍ରର ତତ୍ୱାବଧାରକମାନେ ପ୍ରକାଶ କରିଥିଲେ । କୃଷକମାନଙ୍କ ବହୁବିଧ ସମସ୍ୟା ନିରାକରଣ ପାଇଁ ଏ କେନ୍ଦ୍ର ଏକ ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ ।

Related Posts

About The Author

Add Comment