ଜିଲ୍ଲା ପ୍ରଶାସନ ପକ୍ଷରୁ କୁମ୍ଭୀର ଆକ୍ରମଣ ଓ ବନ୍ୟା ଯୋଗୁ ମୃତ୍ୟୁବରଣ କରିଥିବା ପରିବାରକୁ ଜିଲ୍ଲା ରେଡକ୍ରସ ଫଣ୍ଡରୁ ଆର୍ଥିକ ସହାୟତା ପ୍ରଦାନ

Spread the love

​ଯାଜପୁର, ୩/୮/୨୬ (ସନ୍ଧାନ ନ୍ୟୁଜ)  କୁମ୍ଭୀର ଆକ୍ରମଣ ଓ ବନ୍ୟା ଯୋଗୁଁ ପ୍ରାଣ ହରାଇଥିବା ୨ ଜଣ ମୃତକଙ୍କ ପରିବାର (ନିକଟତମ ଆତ୍ମୀୟ) ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଯାଜପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ରେଡକ୍ରସ ଫଣ୍ଡ (Red Cross Fund) ରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୫,୦୦୦ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ହସ୍ତାନ୍ତର କରାଯାଇଛି। ​ସହାୟତା ପାଇଥିବା ମୃତକଙ୍କ ବିବରଣୀ:​ସ୍ୱର୍ଗତ ହରିହର ଜେନା (ପିତା: ବିନୋଦ ଜେନା) — ଗ୍ରାମ: ରିଷିପୁର ଯେ କି କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଇଥିଲେ ଏବଂ​ସ୍ୱର୍ଗତ ମନୋଜ ଜେନା (ପିତା: ଭୀମସେନ ଜେନା) — ଗ୍ରାମ: ସିମିଳିଆ ଓ​ସ୍ୱର୍ଗତ କିଶୋର ସାହୁ (ପିତା: ଆଇଁଠି ସାହୁ) — ଗ୍ରାମ: ଜାଫରପୁର​ସୂଚନାଯୋଗ୍ୟ ଯେ ବନ୍ୟା ଯୋଗୁଁ ପ୍ରାଣ ହରାଇଥିବା ଏହି ୨ ଜଣ ବ୍ୟକ୍ତିଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ଜିଲ୍ଲାପାଳ ମହୋଦୟ ଏହି ଆର୍ଥିକ ସହାୟତା ମଞ୍ଜୁର କରିଥିଲେ ଏବଂ ତାହା ମୃତକଙ୍କ ଉତ୍ତରାଧିକାରୀଙ୍କୁ ପ୍ରଦାନ କରାଯାଇଛି। ଯାଜପୁର ଅତିରିକ୍ତ ତହସିଲଦାର ଅଜୟ କୁମାର ପଣ୍ଡା ମୃତକ ଙ୍କ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଥିଲେ।

 

Related Posts

About The Author

Add Comment