ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ

Spread the love
  •  
  •  
  •  
  •  
  •  

କରଞ୍ଜିଆ, 01.02.2021,( ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା ):- ଜୁଇ ନିଆଁରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ। ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ। ଅଜଣା ଫୋନ୍ କଲ୍ ପାଇବା ପରେ ଗତ ୨୮ତାରିଖରେ ରରୁଆଁ ଥାନା ଖୋପରାସାହି ଗାଁରେ ଜୁଇ ନିଆଁରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଥିଲା ପୋଲିସ।  ମିଳିଥିବା ସୂଚନା ମୁତାବକ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁ ଛକରେ ସଙ୍ଘବଦ୍ଧ ଭାବେ ଲେଙ୍ଗା ହତ୍ୟା କରିଥିଲେ। ପ୍ରମାଣ ନଷ୍ଟ କରିବା ଲାଗି ତରବରିଆ ଭାବେ ମୃତଦେହକୁ ପୋଡ଼ି ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦରପୋଡା ମୃତଦେହ ଉଦ୍ଧାର କରିଥିଲା। ଏହି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।  ତେବେ ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଲେଙ୍ଗା ଗଗରାଇ ନାମକ ଅନ୍ୟ ଏକ ଅପରାଧୀ ଏବେ ବି ଫେରାର ଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଏହି ମୋଟ୍ ଘଟଣା ସଂପର୍କରେ ଜାଣିବା ପରେ ବି ମୃତଦେହ ପୋଡ଼ିବାରେ ମୁଖ୍ୟ ଭୂମିକା ନେଇଥିବା ସ୍ଥାନୀୟ ଗ୍ରାମରକ୍ଷୀରବୀନ୍ଦ୍ର ଗାଗରାଇକୁ ବି ଗିରଫ କରିଛି ପୋଲିସ।

 

Related Posts

About The Author

Add Comment