ବନ୍ଧଡିହ ନୋଡାଲ ବିଦ୍ୟାଳୟ ପରିଶରରେ ଟୀକାଦାନ ଅନୁଷ୍ଟିତ

Spread the love

ଯାଜପୁର, ୧୨/୧୧/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଧଡିହ ପଂଚାୟତ ବନ୍ଧଡିହ ନୋଡାଲ ବିଦ୍ୟାଳୟ ପରିଶରରେ କୋଭିଡ ଟୀକାଦାନ କରାଯାଇଛି । ଏହ ଅବସରରେ ମଧୁବନ ସ୍ୱାସ୍ଥ୍ୟକେନ୍ଦ୍ର ଅନୁକୁଲ୍ୟରେ ବନ୍ଧଡିହ ନୋଡାଲ ବିଦ୍ୟାଳୟ ପ୍ରାଙ୍ଗଣରେ ଏନ୍ମା ସୁଜାତା ଦାଶଙ୍କ ତତ୍ୱାବଧାନରେ ବନ୍ଧଡିହ ପଂଚାୟତରୁ ପୁରଷ ଏବଂ ମହିଳା ୫୦୦ଶହ ଟିକା ଦିଆଯାଇଥିଲା । ମଧୁବନର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ୱାବଧାନରେ କୋଭିଡ ଭ୍ୟାକସିନ ଟୀକା ଦ୍ୱିତୀୟ ଡୋଜ ଏବଂ ପ୍ରଥମ ଡୋଜ ମହିଳା ଏବଂ ପୁରୁଷମାନଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରର ନର୍ସମାନେ ଟିକା ଦାନ କରିଥିଲେ । ମଧୁବନ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ମାନେ ଟିକା ନେବା ହିତାଧିକାରୀଙ୍କ ଆଧାରକାର୍ଡକୁ ଯାଞ୍ଚ କରିବା ସହିତ ଆଧାର କାର୍ଡର ଜେରକ୍ସ ନିଆଯାଇଥିଲା । ବନ୍ଧଡିହ ପଂଚାୟତର ୧୫ଗୋଟି ୱାର୍ଡ଼ରେ ଥିବା ଅଙ୍ଗନୱାଡ଼ି ଦିଦି ଏବଂ ଆଶାକର୍ମୀମାନେ ଟିକା ଦାନ କେନ୍ଦ୍ର ପ୍ରତ୍ୟେକ ହିତାଧିକାରୀଙ୍କୁ କୋଭିଡ଼ ଟିକା ପ୍ରଥମ ଡୋଜ ଏବଂ କୋଭିଡ ଟିକା ଦ୍ୱିତୀୟ ଡୋଜ ଟିକା ଦିଆଯାଇଥିଲା । ମଧୁବନ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ୫୦୦ଶହ ଟିକା ଯୋଗଇ ଦିଆଯାଇଥିବା ବେଳେ, ଆମ ପ୍ରତିନିଧି ବନ୍ଧଡି ପଂଚାୟତର ସ୍ୱାସ୍ଥ୍ୟକର୍ମୀ ଶ୍ରୀମତୀ ସୁଜାତା ଦାଶଙ୍କୁ ପଚାରିବାରୁ ମଧୁବନ ସ୍ୱାସ୍ଥ୍ୟକେନ୍ଦ୍ରରୁ ୫୦୦ ଶହ ଟିକା ଆସିଥିଲା ବୋଲି ସୂଚନା ଦେଇଥିଲେ ।

Related Posts

About The Author

Add Comment