ପୁଣି ସୁସ୍ଥ ହେଲେ ୫୦; ଗଞ୍ଜାମରୁ ୨୨, ବାଲେଶ୍ୱରରୁ ୧୫, ଭଦ୍ରକରୁ ୫, ଯାଜପୁରରୁ ୩, ବୌଦ୍ଧରୁ ୩, ଜଣ ମୟୂରଭଞ୍ଜ ଜଣେ

Spread the love

ଭୁବନେଶ୍ୱର ୨୧/୦୫ (ସନ୍ଧାନ ନିଉଜ) ରାଜ୍ୟରୁ ଆସିଛି ପୁଣି ଭଲ ଖବର। ପୁଣି ସୁସ୍ଥ ହୋଇଛନ୍ତି ୫୦ ଜଣ। ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ତେବେ ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୨୨ ଜଣ ଗଞ୍ଜାମରୁ, ବାଲେଶ୍ୱରରୁ ୧୫ ଜଣ, ଭଦ୍ରକରୁ ୫ ଜଣ, ଯାଜପୁରରୁ ୩ ଜଣ ବୌଦ୍ଧରୁ ୩ ଜଣ ମୟୂରଭଞ୍ଜ ଜଣେ ଏବଂ ରାଉରକେଲାରୁ ଜଣେ। ତେବେ ଓଡିଶାରେ ମୋଟ ସୁସ୍ଥଙ୍କ ସଂଖ୍ୟା ବର୍ତ୍ତମାନ ୩୯୩ ରେ ପହଞ୍ଚିଛି।ସୂଚନାଯୋଗ୍ୟଯେ, ରାଜ୍ୟରେ ଗୁରୁବାରଦିନ ସକାଳେ ୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩୯୩ ଜଣ ସୁସ୍ଥ ହୋଇସାରିଥିବା ବେଳେ ୭୦୩ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ମୋଟ ୭ ଜଣଙ୍କ ମୃତ୍ୟୁ ଘଟିଛି। ଆଜି କରୋନାରେ ମୃତ୍ୟୁ ଘଟିଥିବା ଆକ୍ରାନ୍ତ ଜଣକ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି।

Related Posts

About The Author

Add Comment